C-60 Commando Operation: କାର୍ଯ୍ୟାନୁଷ୍ଠାନରେ ଟଳିପଡିଲେ ୧୩ Naxalite
Advertisement
Article Detail0/zeeodisha/odisha904937

C-60 Commando Operation: କାର୍ଯ୍ୟାନୁଷ୍ଠାନରେ ଟଳିପଡିଲେ ୧୩ Naxalite

 ନକ୍ସଲଙ୍କ ଉପସ୍ଥିତି ବାବଦରେ ଖବର ପାଇବା ପରେ ଜଙ୍ଗଲ ଅଭିମୁଖେ ଅଗ୍ରସର ହୋଇଥିଲେ କମାଣ୍ଡୋ।

C-60 Commando Operation: କାର୍ଯ୍ୟାନୁଷ୍ଠାନରେ ଟଳିପଡିଲେ ୧୩ Naxalite

ମୁମ୍ବାଇ: ରାଜ୍ୟର ନକ୍ସଲ ପ୍ରଭାବିତ ଗଡଚିରୋଲି ଜିଲ୍ଲାରେ ହୋଇଥିବା ମାଓ ଦମନ ଅଭିଯାନରେ ମହାରାଷ୍ଟ୍ର ସି-୬୦ କମାଣ୍ଡୋଙ୍କୁ ମିଳିଛି ଜବରଦସ୍ତ ସଫଳତା। ଏହି ଅଭିଯାନରେ ୧୩ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜିଲ୍ଲାର ଏଟ୍ଟାପଲ୍ଲୀ ତହସିଲ ଅଧିନସ୍ଥ ପୈଦୀ-କୋଟମୀ ଜଙ୍ଗଲରେ ଉଭୟ ପକ୍ଷ ମଧରେ ମୁହାଁମୁହିଁ ହୋଇଥିଲା।

ମେ ୨୧ ଶୁକ୍ରବାର ସକାଳେ ଏହି ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ ମହାରାଷ୍ଟ୍ର ସି-୬୦ କମାଣ୍ଡୋ (Maharashtra C-60 Commando) ଏବଂ ନକ୍ସଲ (Naxalite)। ଜିଲ୍ଲାର ଏଟ୍ଟାପଲ୍ଲୀ ତହସିଲ ଅଧିନସ୍ଥ ପୈଦୀ-କୋଟମୀ ଜଙ୍ଗଲରେ କମାଣ୍ଡୋଙ୍କ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନ ୧୩ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାଇଛନ୍ତି ଗଡ଼ଚିରୋଲି ଡିଆଇଜି ସନ୍ଦୀପ ପାଟିଲ (Gadchiroli DIG Sandeep Patil)। 

Also Read: Bijapur Encounter: ଆକ୍ରମଣର ଷଡଯନ୍ତ୍ର ରଚିଥିଲା 'ହିଡମା'!

ଏହି ଅଞ୍ଚଳରେ ନକ୍ସଲଙ୍କ ଉପସ୍ଥିତି ବାବଦରେ ଖବର ପାଇବା ପରେ ପାଦରେ ଚାଲି ଚାଲି ପୈଦୀ-କୋଟମୀ ଜଙ୍ଗଲ ଅଭିମୁଖେ ଅଗ୍ରସର ହୋଇଥିଲେ ସି-୬୦ କମାଣ୍ଡୋ। ଯାହାର କୌଣସି ସୁରାକ ନକ୍ସଲ ପାଇନଥିଲେ। ସେଠାରେ କମାଣ୍ଡୋ-ନକ୍ସଲ ମୁହାଁମୁହିଁ ହେବା ପରେ ଉଭୟ ପକ୍ଷ ମଧ୍ୟରେ ହୋଇଥିଲା ଗୁଳି ବିନିମୟ। ଏହା ପରେ କମାଣ୍ଡୋଙ୍କ କାର୍ଯ୍ୟାନୁଷ୍ଠାନରେ ଟଳିପଡିଥିଲେ ୧୩ ନକ୍ସଲ।

ସି୬୦ କମାଣ୍ଡୋ ବାହିନୀ ପକ୍ଷରୁ ହୋଇଥିବା ଅପରେସନ ପରେ ସମସ୍ତ ମୃତକ ନକ୍ସଲଙ୍କ ଶବ ଜଙ୍ଗଲରୁ ଜବତ କରାଯାଇଛି। ଏ ଘଟଣା ପରେ ସ୍ଥାନୀୟ ପୋଲିସ ପକ୍ଷରୁ ସେଠାରେ କରାଯାଇଥିବା ସର୍ଚ୍ଚ ଅପରେସନ ଜାରି ରହିଛି।  ଏ ଘଟଣାରେ କେତେ ନକ୍ସଲଙ୍କ ମୃତ୍ୟୁ ହୋଇଛି ସେ ନେଇ ତଦନ୍ତ ଚାଲିଥିବା କହିଛନ୍ତି ଗଡ଼ଚିରୋଲି ଡିଆଇଜି।   

Also Read: Bijapur Encounter: IED ହମଲା କରିବାକୁ ହୋଇଥିଲା ଷଡଯନ୍ତ୍ର

କିଏ ଏହି C-60 Commando? 

ମହାରାଷ୍ଟ୍ର ପୋଲିସ (Maharastra Police) ବାହିନୀର ଏକ ସ୍ୱତନ୍ତ୍ର ଶାଖା ହେଉଛି ହେଉଛନ୍ତି ସି-୬୦ କମାଣ୍ଡୋ ୟୁନିଟ (C-60 Commando Unit)। ଏହି ବାହିନୀରେ ସାମିଲ ରହିଥିବା ଯବାନ ରାଜ୍ୟର ମାଓବାଦ ପ୍ରଭାବିତ ଅଞ୍ଚଳରେ ଚାଲିଥିବା ନକ୍ସଲ ଦମନ ଅଭିଯାନରେ ଅଂଶଗ୍ରହଣ କରିଥାନ୍ତି। 

ମାଓ ଦମନ ଅଭିଯାନରେ ସାମିଲ ହେବା ପୂର୍ବରୁ ସି-୬୦ କମାଣ୍ଡୋଙ୍କୁ ଘଞ୍ଚ ଜଙ୍ଗଲ, ପାହାଡିଆ ଅଞ୍ଚଳ ଭଳି ସ୍ଥାନରେ ଗରିଲା ଯୁଦ୍ଧ (Guerrilla Warfare) ପ୍ରଶିକ୍ଷଣ ଦିଆଯାଏ। ଏହା ସହିତ ସେମାନଙ୍କୁ ମାନେସରସ୍ଥିତ ନେସନାଲ ସିକ୍ୟୁରିଟି ଗାର୍ଡ କ୍ୟାମ୍ପସ, ହଜାରୀବାଗସ୍ଥିତ ପୋଲିସ ଟ୍ରେନିଂ ସେଣ୍ଟର, କାଙ୍କେରସ୍ଥିତ ଜଙ୍ଗଲ ୱାରଫେୟାର କଲେଜ ଏବଂ ନାଗପୁରସ୍ଥିତ  ଅନକନଭେନସନାଲ  ଅପରେସନ ଟ୍ରେନିଂ ସେଣ୍ଟର ଠାରେ ପ୍ରଶିକ୍ଷଣ ଦିଆଯାଇଥାଏ।    

ନକ୍ସଲ ଦମନ ଅଭିଯାନ ବ୍ୟତୀତ ଆତ୍ମସମର୍ପଣ କରାଇ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡିବା କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ସେମାନେ। ଏପରିକି ଏହି କମାଣ୍ଡୋ ପୂର୍ବରୁ ସଙ୍ଗଠନ ଛାଡି ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବାବଦରେ ଅବଗତ କରାଇଥାନ୍ତି।  

Also Read: Bijapur Naxal Encounter: ଶହୀଦ ଯବାନଙ୍କ ସଂଖ୍ୟା ବୃଦ୍ଧି, ଅପରେସନରେ ଟଳିପଡିଲେ ୯ ନକ୍ସଲ

୧୯୮୦ ଦଶକରେ ମହାରାଷ୍ଟ୍ର ଏବଂ ସେତେବେଳର ଅବିଭକ୍ତ ଆନ୍ଧ୍ର ପ୍ରଦେଶ ଭଲି ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ବ୍ୟାପିବାରେ ଲାଗିଥିଲା। ଯାହା ପରେ ନକ୍ସଲବାଦ ନାମରେ ଜଣାଶୁଣା ହେଲା। ଏହାର ପ୍ରଭାବ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ବିଭିନ୍ନ ହିଂସାକାଣ୍ଡ ଭିଆଇ ସ୍ଥିତି ଜାହିର କରିବାକୁ ପ୍ରୟାସ କରିଥିଲେ ମାଓବାଦୀ। ଏହାର ମୁକାବିଲା କରିବାକୁ ଯାଇ ୧୯୯୦ ମସିହାରେ ତତ୍କାଳୀନ ବରିଷ୍ଠ ପୋଲିସ ଅଧିକାରୀ କେପି ରଘୁବଂଶୀ ଏକ ସ୍ୱତନ୍ତ୍ର କମାଣ୍ଡୋ ଫୋର୍ସ ଗଠନ କରିଥିଲେ। 

ଏପରି ଭାବେ ମହାରାଷ୍ଟ୍ରର ନକ୍ସଲ ପ୍ରଭାବିତ ଗଡ଼ଚିରୋଲି ଜିଲ୍ଲାରେ ମାଓ ସଙ୍ଗଠନ ଦ୍ୱାରା କରାଯାଉଥିବା ହିଂସାକାଣ୍ଡକୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର ପୋଲିସ ବଳ ସି-୬୦ କମାଣ୍ଡୋ ୟୁନିଟ ଗଠିତ ହୋଇଥିଲା। ଏପରି ବାହିନୀରେ ସାମିଲ ହେଉଥିବା ଯବାନଙ୍କୁ ମାଓ ପ୍ରଭାବିତ ଅଞ୍ଚଳରୁ ଚୟନ କରାଯାଉଥିଲା। ଯେଉଁମାନଙ୍କୁ ସି-୬୦ କମାଣ୍ଡୋ କୁହାଯାଉଥିଲା। ଏପରି କରିବା ପଛରେ କାରଣ ହେଉଛି ଏହି ଯବାନ ନିଜର ସ୍ଥାନୀୟ ଅଞ୍ଚଳର ଭୌଗୋଳିକ ଅବସ୍ଥିତି ବାବଦରେ ଜାଣିବା ସହ ସେଠାକାର ଲୋକଙ୍କ ସହ ଯୋଗାଯୋଗରେ ରହୁଥିଲେ।  

Also Read: Chhattisgarh: ଆକ୍ରମଣର ଜବାବ ଦେଲେ ଯବାନ, ୯ ନକ୍ସଲ ମୃତ

ରାଜ୍ୟରେ ନକ୍ସଲ ସମସ୍ୟାକୁ ନଜରରେ ରଖି ମହାରାଷ୍ଟ୍ର ପୋଲିସ ପ୍ରଶାସନ ପକ୍ଷରୁ ୧୯୯୪ ମସିହାରେ ଦ୍ୱିତୀୟ ସି-୬୦ କମାଣ୍ଡୋ ୟୁନିଟ ଗଠିତ ହୋଇଥିଲା।