Bijapur Encounter: ଆକ୍ରମଣର ଷଡଯନ୍ତ୍ର ରଚିଥିଲା 'ହିଡମା'!
Advertisement

Bijapur Encounter: ଆକ୍ରମଣର ଷଡଯନ୍ତ୍ର ରଚିଥିଲା 'ହିଡମା'!

ବିଜାପୁର ଠାରେ  ହୋଇଥିବା ଆକ୍ରମଣ ପଛରେ ଜଣେ ନକ୍ସଲ କମାଣ୍ଡରର ଷଡଯନ୍ତ୍ର ରହିଥିବା ସନ୍ଦେହ କରାଯାଉଛି।

Bijapur Encounter: ଆକ୍ରମଣର ଷଡଯନ୍ତ୍ର ରଚିଥିଲା 'ହିଡମା'!

ରାୟପୁର: ପଡୋଶୀ ଛତିଶଗଡର ବିଜାପୁର ଜିଲ୍ଲାରେ ହୋଇଥିବା ନକ୍ସଲ ଆକ୍ରମଣ ଘଟଣା ବାବଦରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସର୍ଚ୍ଚ ଅପରେସନ କରୁଥିବା ବେଳେ ସୁରକ୍ଷାବଳ ଉପରେ ହୋଇଥିବା ଆକ୍ରମଣ ଉପରୁ ଏବେ ଧିରେ ଧିରେ ପର୍ଦ୍ଦା ହଟୁଛି। ଏ ଘଟଣାରେ ୨୨ ଯବାନ ଶହୀଦ ହୋଇଥିବା ବେଳେ ଆହତ ହୋଇଥିବା ୩୦ ଜଣେ ଯବାନ ଏବେ ଚିକିତ୍ସିତ ହେଉଛନ୍ତି।          

ବିଜାପୁରରେ ହୋଇଥିବା ଆକ୍ରମଣ ପଛରେ ନକ୍ସଲ କମାଣ୍ଡର 'ହିଡମା' (Naxal Commander Hidma) ସମ୍ପୃକ୍ତ ରହିଥିବାର ସନ୍ଦେହ କରାଯାଉଛି। ଛତିଶଗଡର ଏହି ଜିଲ୍ଲାରେ ସର୍ଚ୍ଚ ଅପରେସନ (Search) କରୁଥିବା ବେଳେ ସୁରକ୍ଷାବଳ ଉପରେ ପ୍ରାୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିବା ପ୍ରାୟ ୪୦୦ ନକ୍ସଲ (Armed Naxlite) ଏହି ଆକ୍ରମଣ ଭିଆଇଥିଲେ। ଯେଉଁସ୍ଥାନରେ ଏହି ଆକ୍ରମଣ ହୋଇଥିଲା ସେଠାରେ ପୂର୍ବରୁ ଛକି ରହିଥିଲେ ନକ୍ସଲ।

ଜିଲ୍ଲାରେ ହୋଇଥିବା ନକ୍ସଲ ଦମନ ଅଭିଯାନ (Anti Naxlite Operation) ସହ ସମ୍ପୃକ୍ତ ରହିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାବଳ ଉପରେ ଏପରି  ଅତର୍କିତ ଆକ୍ରମଣ କରିବା ଲାଗି ପୂର୍ବରୁ ଷଡଯନ୍ତ୍ର କରାଯାଇଥିଲା। ଏହି ଆକ୍ରମଣରେ ବେଆଇନ ଘୋଷିତ ହୋଇଥିବା ପିପୁଲ୍ସ ଲିବରେସନ ଗରିଲା ଆର୍ମୀ-ପିଏଲଜିଏ (Peoples Liberation Guerrilla Army-PLGA) ସଙ୍ଗଠନର ପ୍ରଥମ ବାଟାଲିଅନ ନେତା 'ହିଡମା' ଏବଂ ତାହାର ସହଯୋଗୀ ସୁଜାତା ସମ୍ପୃକ୍ତ ରହିଥିବା ସନ୍ଦେହ କରାଯାଉଛି। ଏହି ନକ୍ସଲ କମାଣ୍ଡରର ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।     

Also Read: Bijapur Attack: ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ

ଏହି ଅଭିଯାନର ନେତୃତ୍ୱ ନେଉଥିବା ଜଣେ ଅଧିକାରୀ କହିଛନ୍ତି ବିଜାପୁର-ସୁକମା ଜିଲ୍ଲା ସୀମାରେ ଅବସ୍ଥିତ ଜଙ୍ଗଲରେ ନକ୍ସଲ ଉପସ୍ଥିତି ନେଇ ଖବର ମିଳିବା ପରେ ସୁରକ୍ଷାବଳ ପକ୍ଷରୁ ଆରମ୍ଭ ହୋଇଯାଇଥି୍ଲା ସର୍ଚ୍ଚ ଅପରେସନ। ପ୍ରାୟ ୧୫୦୦ ଯବାନଙ୍କୁ ନେଇ ଚାଲିଥିବା ଏହି ଅଭିଯାନର ନେତୃତ୍ୱ ୨ ଜଣ ଆଇଜି (IG) ସ୍ତରୀୟ ଅଧିକାରୀ ନେଉଥିଲେ। ନକ୍ସଲ ଦମନ ଅଭିଯାନରେ ସିଆରପିଏଫ କୋବ୍ରା କମାଣ୍ଡୋ ଟିମର ନିୟମିତ ଯବାନ, ବସ୍ତର ଅଞ୍ଚଳରେ ମୁତୟନ ହୋଇଥିବା ଯବାନଙ୍କୁ ନେଇ ଗଠିତ ସ୍ପେଶାଲ ବାଟାଲିଅନ, ଛତିଶଗଡ ପୋଲିସ ଦ୍ୱାରା ଗଠିତ ଡିଷ୍ଟ୍ରିକ ରିଜର୍ଭ ଗାର୍ଡ-ଡିଆରଜି ଯବାନ ସାମିଲ ହୋଇଥିଲେ। ସୁରକ୍ଷା ବଳ ଉପରେ ଯେଉଁସ୍ଥାନରେ ଆକ୍ରମଣ ହୋଇଥିଲା ତାହା ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏକ ଦୁର୍ଗମ ଅଞ୍ଚଳ। ସେଠାରେ ସୁରକ୍ଷା ବାହିନୀ ଯବାନଙ୍କ ଉପସ୍ଥିତି କମ ରହିବା କାରଣରୁ ସେଠାରେ ନକ୍ସଲ ଗତିବିଧି ଜାରି ରହିଥାଏ।   

ନକ୍ସଲ ଦମନ ଅଭିଯାନରେ ସାମିଲ ଥିବା ଯବାନ ଘଞ୍ଚ ଜଙ୍ଗଲରେ ପ୍ରବେଶ କରିବା ପରେ ହାଲୁକା ମେସିନ ଗନ (Light Machine Gun) ଏବଂ ମୋର୍ଟାର (Mortar) ସହାୟତାରେ ସେମାନଙ୍କ ଆକ୍ରମଣ କରିଥିଲେ ନକ୍ସଲ। ତିନି ପଟୁ ଘେରି ଯବାନଙ୍କ ଉପରେ ଗୁଳି ଚଳାଇଥିଲେ ନକ୍ସଲ। ଏପରିକି ଜଙ୍ଗଲର ବିଭିନ୍ନ ସ୍ଥାନରେ କମ ତ୍ରୀବତା ବିଶିଷ୍ଟ ଆଇଇଡି ବିସ୍ଫୋରକ (IED Explosive) ଲଗାଇ ରଖିଥିଲେ ସେମାନେ। ଏହା ଉପରେ ପାଦ ରଖି ଅନେକ ଯବାନ ଶହୀଦ ହୋଇଯାଇଥିଲେ।        

Also Read: Bijapur Encounter: IED ହମଲା କରିବାକୁ ହୋଇଥିଲା ଷଡଯନ୍ତ୍ର

ତିନି ପଟୁ ଘେରି ଯିବା ସତ୍ତ୍ୱେ ମଧ୍ୟ ନକ୍ସଲଙ୍କ ପଟୁ ହୋଇଥିବା ଆକ୍ରମଣର ଜବାବ ଦେଇଥିଲେ ଯବାନ। ବିଶେଷ କରି ସିଆରପିଏଫ କୋବ୍ରା କମାଣ୍ଡୋ ବୀରତାର ସହ ନକ୍ସଲଙ୍କ ଉପରେ ଜବାବୀ ଗୁଳିମାଡ କରି ସେମାନଙ୍କୁ ଜବାବ ଦେଇଥିଲେ। ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ଗୁଳି ମାଡରେ ବେଶୀ ସମୟ ଧରି ତିଷ୍ଠି ପାରିନଥିଲେ ନକ୍ସଲ। ଗୁଳି ଶେଷ ନହେବା ପର୍ଯ୍ୟନ୍ତ ଜଙ୍ଗଲରେ ରହିଥିବା ଗଡ ବଡ ଗଛକୁ ଢାଲ କରି ଫାୟାରି କରିଥିଲେ ନକ୍ସଲ।        

ନକ୍ସଲ ଦମନ ଅଭିଯାନରେ ସାମିଲ ଥିବା ଅନ୍ୟ ଜଣ ଅଧିକାରୀ କହିଛନ୍ତି ଗୁଳିମାଡରେ ଆହତ ହୋଇଥିବା ଯବାନଙ୍କୁ ଉଦ୍ଧାର କରିବା ଲାଗି ଘଟଣାସ୍ଥଳକୁ ହେଲିକ୍ୟାପ୍ଟର ପଠାଯାଇଥିଲା। ମାତ୍ର ଜଙ୍ଗଲରେ ଉଭୟ ପକ୍ଷ  ମଧ୍ୟରେ ଗୁଳିଗୋଳା ଚାଲିଥିବାରୁ ହେଲିକ୍ୟାପ୍ଟର ଅବତରଣ କରିପାରିନଥିଲା। ଗତ ଶନିବାର ମଧ୍ୟାନ୍ନରୁ ଆରମ୍ଭ ହୋଇଥିବା ଏହି ଗୁଳି ବିନିମୟ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ସେ ଦିନ ସନ୍ଧ୍ୟା ୫ଟା ବେଳେ ଅବତରଣ କରିବାକୁ ସକ୍ଷମ ହୋଇଥିଲା ହେଲିକ୍ୟାପ୍ଟର।

Also Read: Bijapur Naxal Encounter: ଶହୀଦ ଯବାନଙ୍କ ସଂଖ୍ୟା ବୃଦ୍ଧି, ଅପରେସନରେ ଟଳିପଡିଲେ ୯ ନକ୍ସଲ

ବିଜାପୁର ନକ୍ସଲ ଆକ୍ରମଣ ଘଟଣାରେ ଶହୀଦ ହୋଇଥିବା ୨୨ ଯବାନଙ୍କ ମଧ୍ୟରୁ ୧୪ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ-ଡିଆରଜି (District Reserve Guard-DRG) ଏବଂ ୮ ଜଣ ସିଆରପିଏଫ କୋବ୍ରା କମାଣ୍ଡୋ (CRPF Cobra Commando) ରହିଥିବା ଜଣାପଡିଛି। ଜଣେ ସିଆରପିଏଫ ଇନ୍ସପେକ୍ଚର ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଏ ଘଟଣାରେ ପ୍ରତିକ୍ରିୟା ରଖି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଗୁଳି ବାଜିବା କାରଣରୁ ଅନେକ ଯବାନଙ୍କ ମୃତ୍ୟୁ ହୋଇଥିଲା। ଗୁଳିଗୋଳା ଚାଲିଥିବା ସମୟରେ ଜଣେ ଯବାନ ବେହୋସ ହୋଇଯିବା ପରେ ପାଣି ଅଭାବ କାରଣରୁ ପ୍ରାଣ ହରାଇଥିବା କୁହାଯାଇଛି। ଶହୀଦ ହୋଇଯାଇଥିବା ନକ୍ସଲ ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି।   

Also Read: Chhattisgarh: ଆକ୍ରମଣର ଜବାବ ଦେଲେ ଯବାନ, ୯ ନକ୍ସଲ ମୃତ

ଅନ୍ୟପଟେ ସୁରକ୍ଷା ବଳ ପକ୍ଷରୁ ହୋଇଥିବା ଜବାବୀ କାର୍ଯ୍ୟାନୁଷ୍ଠାନ ଫଳରେ ନକ୍ସଲଙ୍କୁ ମଧ୍ୟ ବ୍ୟାପକ କ୍ଷୟକ୍ଷତିର ସାମ୍ନା କରିବାକୁ ପଡିଛି। ଏହି ଘଟଣାରେ ପ୍ରାଣ ହରାଇଥିବା ୧୦-୧୨ ନକ୍ସଲଙ୍କୁ ସେମାନଙ୍କ ସାଥି ଟାକ୍ରର ଟ୍ରଲିରେ ନେଇଯାଇଛନ୍ତି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଆଗାମୀ ଦିନରେ ନକ୍ସଲଙ୍କ ବିରୁଦ୍ଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି।