Coronavirus: ବିପଦରେ ସୀମାନ୍ତ ଜିଲ୍ଲା, ଆଗକୁ ସଂକ୍ରମଣ ନେବ ବିକଟାଳ ରୂପ
ସାଧାରଣ ଜନତାଙ୍କ ସ୍ୱାର୍ଥରେ ଏବଂ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୁଆପଡା, କାଲାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ରାତ୍ରି କର୍ଫ୍ୟୁ ଲାଗୁ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ବର: COVID-19 ମାମଲାରେ ତୀବ୍ର ବୃଦ୍ଧି ପରେ ଓଡିଶା ସରକାର ଶନିବାର ଓଡିଶାର ୧୦ଟି ଜିଲ୍ଲାରେ ରାତ୍ରି କାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି। ସୋମବାର ଠାରୁ ଏହା କାର୍ଯ୍ୟକାରୀ ହେବ। ସାଧାରଣ ଜନତାଙ୍କ ସ୍ୱାର୍ଥରେ ଏବଂ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୁଆପଡା, କାଲାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ରାତ୍ରି କର୍ଫ୍ୟୁ ଲାଗୁ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ଆସନ୍ତା ନିର୍ଦ୍ଦେଶ ଯାଏ ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ (Night Curfew) ବଳବତ୍ତର ରହିବ ବୋଲି SRC ପକ୍ଷରୁ ସୁଚନା ଦିଆଯାଇଛି। ନାଇଟ କର୍ଫ୍ୟୁ ବେଳେ ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ, ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ଗତିବିଧି ରାତି ୧୦ଟା ସୁଦ୍ଧା ବନ୍ଦ ରହିବ କିମ୍ବା ନିଷିଦ୍ଧ ରହିବ। ସଂଗ୍ରହକାରୀ ଏବଂ ମ୍ୟୁନିସିପାଲିଟି କମିଶନରମାନେ ଏଥିପାଇଁ କଡା ନିୟମ ନିଶ୍ଚିତ କରିବେ ବୋଲି ସରକାର କହିଛନ୍ତି।
Also Read: ଆଉ ୪୮ ଘଣ୍ଟା କାଳବୈଶାଖୀ, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜ୍ୟରେ ଦ୍ବିତୀୟ ଦିନ ପାଇଁ କୋରୋନା (coronavirus) ସଂଖ୍ୟା ୪ ଶହ ପାର କରିଛି। କାଲି ଭଳି ଆଜି ମଧ୍ୟ ନୂଆପଡା ଜିଲ୍ଲାରେ କୋରୋନା ସଂଖ୍ୟା ରାଜ୍ୟର ସର୍ବାଧିକ ୭୧ ରହିଛି। ରାଜ୍ୟରେ ବର୍ତ୍ତମାନ ଯେଉଁ ଷ୍ଟ୍ରେନ ଆସିଛି, ତାହା ସଂକ୍ରମଣ ଅଧିକ ବେଗରେ କରୁଛି। ବିଶେଷ କରି ନୂଆପଡ଼ା, ସୁନ୍ଦରଗଡ ଭଳି ଜିଲ୍ଲା ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡଖଣ୍ଡ ସୀମା (Jharkhand) ରେ ରହିଛି ସେଠାରୁ ଆସିଥିବା ଲୋକଙ୍କୁ ଅଧିକ ସଂକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ନୂଆପଡ଼ା ଓ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଏହି ନୂଆ ଷ୍ଟ୍ରେନ (New strain) ର ସମୀକ୍ଷା କରୁଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
କୋରୋନା ମୁକାବିଲା (fight against corona) ପାଇଁ ଆବଶ୍ୟକ ଟିକା ୪-୫ ଦିନ ମଧ୍ୟରେ ଶେଷ ହେବେ। ତେଣୁ ଆସନ୍ତା ୧୫ ଦିନ ପାଇଁ ଅଧିକ ସଂଖ୍ୟାରେ ଟିକା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି। ଓଡିଶାରେ କୋରୋନା ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଥିବା ବେଳେ ଆବଶ୍ୟକ ପରିମାଣର ହସ୍ପିଟାଲ ଓ ଡାକ୍ତର ମୁତୟନ ରହିଛନ୍ତି। ଏହା ସତ୍ତ୍ୱେ ବର୍ତମାନର ଷ୍ଟ୍ରେନ ଆଗକୁ ଭୟଙ୍କର ପରିସ୍ଥିତି ଆଣିପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।
Also Read: କୋରୋନା ଆତଙ୍କ: ରାଜ୍ୟର ୧୦ ଜିଲ୍ଲାରେ ଲାଗିଲା Night Curfew
ନୂଆପଡା (Nuapara) ଜିଲ୍ଲାରେ କେତେ ଲୋକ ଟିକା ନେଲାପରେ ସଂକ୍ରମିତ ହେଉଛନ୍ତି ସେ ନେଇ ସର୍ଭେ କରାଯାଉଛି। ଗତ ଦୁଇ ଦିନ ହେବ ରାଜ୍ୟରେ ୨ ଲକ୍ଷ ୫୨ ହଜାର ଟିକାକରଣ କରାଯାଇଛି। ଭାରତର ଦ୍ଵିତୀୟ ଲହରୀ ସ୍ପର୍ଶ କରିଥିବା ସ୍ପଷ୍ଟ ହୋଇ ସାରିଛି। ହେଲେ ଦିଲ୍ଲୀ, ମହାରାଷ୍ଟ୍ର ଭଳି ରାଜ୍ୟର ଅବସ୍ଥା ଶୋଚନୀୟ ହୋଇନାହିଁ। ଓଡିଶାର ପଡୋଶୀ ରାଜ୍ୟ ଛତିଶଗଡ଼ର ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକ ଅଧିକ ସମ୍ବେଦନଶୀଳ ରହିଛି।
ତେବେ କୋଭିଡ୍ ଚିକିତ୍ସା (Covid treatment) ପାଇଁ ରାଜ୍ୟର ସମସ୍ତ ଡାକ୍ତରଖାନା ପ୍ରସ୍ତୁତ ରହିଥିବା ବେଳେ ICU ବି ଖାଲି ଅଛି। ସଂକ୍ରମିତଙ୍କ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। କିନ୍ତୁ ଏବେ ବି ସଚେତନ ରହିବାର ଆବଶ୍ୟକତା ରହିଛି। କୋରୋନାର ଦ୍ବିତୀୟ ଲହରି ଆଗକୁ ଆହୁରି ଭୟାବହ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କୋରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବର୍ତମାନ ପଡୋଶୀ ରାଜ୍ୟ ଛତିଶଗଡରୁ ଆସୁଥିବା ଗାଡି ବନ୍ଦ କରିଛନ୍ତି।
Also Read: ପୁଣି ନିୟନ୍ତ୍ରଣ ବାହାରେ କୋରୋନା: ୬ ମାସ ପରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ଗତ ୨୪ ଘଣ୍ଟାରେ ୭୧୪ ମୃତ୍ୟୁ
ସାମାଜିକ ଦୂରତା (social distance) ମାନିବା ସହ କିଭଳି କୋରୋନା ମୁକାବିଲା କରାଯାଇପାରିବ ସେଥିପାଇଁ ଚେଷ୍ଟା ଚାଲିଛି। ଆଶ୍ବାସନାର ବିଷୟ ବର୍ତମାନ ସୁଦ୍ଧା କୋରୋନାର ଦ୍ବିତୀୟ ଲହରୀରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଭିମସାରରେ ଚିକିତ୍ସିତ ହେଉଛନ୍ତି। ଆଗକୁ ଏହି ଷ୍ଟ୍ରେନ ଆହୁରି ଭୟାବହ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସମୟ ଥାଉ ଥାଉ ଲୋକେ ସଜାଗ ରହିବା ଆବଶ୍ୟକ ନଚେତ ପରିସ୍ଥିତି ପୂର୍ବ ବର୍ଷ ଭଳି ସଙ୍ଗୀନ ହୋଇପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।