ପୁଣି ନିୟନ୍ତ୍ରଣ ବାହାରେ କୋରୋନା: ୬ ମାସ ପରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ଗତ ୨୪ ଘଣ୍ଟାରେ ୭୧୪ ମୃତ୍ୟୁ
Advertisement
Article Detail0/zeeodisha/odisha877447

ପୁଣି ନିୟନ୍ତ୍ରଣ ବାହାରେ କୋରୋନା: ୬ ମାସ ପରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ଗତ ୨୪ ଘଣ୍ଟାରେ ୭୧୪ ମୃତ୍ୟୁ

ତେବେ ଆଶ୍ୱସ୍ତିକର ଖବର ଏହା ଯେ ଗତ ୨୪ ଘଣ୍ଟା ମଧ୍ୟରେ ୪୪,୨୦୨ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାପୂର୍ବରୁ ସେପ୍ଟେମ୍ବର ୧୯ରେ ୮୯ ହଜାର  (୯୨,୬୦୫) ରୁ ଅଧିକ ମାମଲା ଚିହ୍ନଟ ଆସିଥିଲା । ସେପଟେ ଦେଶରେ କୋରୋନା ଭୂତାଣୁ ପାଇଁ ଏପର୍ଯ୍ୟନ୍ତ ମୋଟ ୨୪ କୋଟି ୭୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୧୧ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା ।

ପୁଣି ନିୟନ୍ତ୍ରଣ ବାହାରେ କୋରୋନା: ୬ ମାସ ପରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ଗତ ୨୪ ଘଣ୍ଟାରେ ୭୧୪ ମୃତ୍ୟୁ

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ସଂକ୍ରମଣ (Coronavirus) ର ଅନିୟନ୍ତ୍ରିତ ଗତି ଯୋଗୁଁ ପରିସ୍ଥିତି ଚିନ୍ତାଜନକ ହୋଇପଡିଛି । ପ୍ରତିଦିନ କୋରୋନା ମାମଲା (COVID-19 Cases) ର ରେକର୍ଡ ଭାଙ୍ଗୁଛି । ଛଅ ମାସ (୧୯୫ ଦିନ) ପରେ ଦେଶରେ ୮୯ ହଜାରରୁ ଅଧିକ ନୂତନ କୋରୋନା ମାମଲା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ମାର୍ଚ୍ଚ ୨୪ ଠାରୁ ଦେଶରେ ପ୍ରତିଦିନ ୫୦ ହଜାରରୁ ଅଧିକ କୋରୋନା ମାମଲା ଚିହ୍ନଟ ହେଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯,୧୨୯ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି ଏବଂ ୭୧୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । 

ଅଧିକ ପଢ଼ନ୍ତୁ:-ଦେଶରେ ପୁଣି ଲାଗିବ କି ଲକଡାଉନ? ଜାଣନ୍ତୁ କ'ଣ ରହିଛି କୋରୋନା ପ୍ରଭାବିତ ରାଜ୍ୟର ବିଚାର

ତେବେ ଆଶ୍ୱସ୍ତିକର ଖବର ଏହା ଯେ ଗତ ୨୪ ଘଣ୍ଟା ମଧ୍ୟରେ ୪୪,୨୦୨ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାପୂର୍ବରୁ ସେପ୍ଟେମ୍ବର ୧୯ରେ ୮୯ ହଜାର  (୯୨,୬୦୫) ରୁ ଅଧିକ ମାମଲା ଚିହ୍ନଟ ଆସିଥିଲା । ସେପଟେ ଦେଶରେ କୋରୋନା ଭୂତାଣୁ ପାଇଁ ଏପର୍ଯ୍ୟନ୍ତ ମୋଟ ୨୪ କୋଟି ୭୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୧୧ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ୪ଟି ଜିଲ୍ଲାରେ ଲାଗିଲା ଲକଡାଉନ

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ଯାଏ ମୋଟ ୧ କୋଟି ୨୩ ଲକ୍ଷ ୯୨ ହଜାର ୨୬୦ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ସେଥି ମଧ୍ୟରୁ ମୋଟ ୧ କୋଟି ୧୫ ଲକ୍ଷ ୬୯ ହଜାର ୨୪୧ ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ୬ ଲକ୍ଷ ୫୮ ହଜାର ୯୦୯ ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୪ ହଜାର ୧୧୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେପଟେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୭ କୋଟି ୩୦ ଲକ୍ଷ ୫୪ ହଜାର ୨୯୫ କୋରୋନା ଟିକାର ଡୋଜ ଲଗାଯାଇଛି ।