କୋରୋନାର ଲମ୍ବଡ଼ିଆଁ: ଏଣିକି ସରକାରୀ ତଥ୍ୟରେ କମିଯିବ ସଂକ୍ରମିତଙ୍କ ସଂଖ୍ୟା
ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ ହଜାର ୭୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪,୧୨୮ ଓ ସ୍ଥାନୀୟ ଅଞ୍ଚଳରୁ ୨,୯୪୩ ସଂକ୍ରମିତ ବାହାରିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୦୭ ଜଣ ଅଛନ୍ତି।
ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି କୋରୋନା ସଂକ୍ରମଣ। ରାଜ୍ୟରେ ଦିନକରେ ମାରିଛି ଏକ ଲମ୍ବା ଡିଆଁ। ୪ ହଜାରରେ ଥିବା ମାମଲା ଦିନକରେ ୭ ହଜାର ଟପିଛି। ସେପଟେ ଆଗାମୀ ଦିନରେ ଉଭୟ ରାଜ୍ୟ ଏବଂ ଜାତୀୟ ସ୍ତରରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବ। ଗୁରୁତର ଲକ୍ଷଣ ନଥିଲେ କୋରୋନା ପରୀକ୍ଷଣ ନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ପରାମର୍ଶ ଦେଇଛି।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ ହଜାର ୭୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪,୧୨୮ ଓ ସ୍ଥାନୀୟ ଅଞ୍ଚଳରୁ ୨,୯୪୩ ସଂକ୍ରମିତ ବାହାରିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୦୭ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨ ହଜାର ୨୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରେ ୧୧୪୭, ସମ୍ବଲପୁରରେ ୬୦୯, କଟକରେ ୫୦୫, ଝାରସୁଗୁଡ଼ାରେ ୧୪୩, ବାଲେଶ୍ବରରେ ୧୯୮, ପୁରୀରେ ୧୫୬, ମୟୂରଭଞ୍ଜରେ ୨୦୧, ବଲାଙ୍ଗିରରେ ୧୯୦, ଯାଜପୁରରେ ୧୩୦, ଗଞ୍ଜାମରେ ୧୧୧ ଓ କୋରାପୁଟ ୧୦୭ ଜଣ ସଂକ୍ରମିତ ହୋଇଛନ୍ତି।
Also Read: IND vs SA 3rd Test: କେପଟାଉନରେ Team India ରଚିବ ଇତିହାସ! ବିରାଟଙ୍କ କାନ୍ଧରେ ବଡ଼ ଦାୟିତ୍ୱ
ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କୋରୋନା ମାମଲା ୧୦ ଲକ୍ଷ ୮୨ ହଜାର ୭୬୯କୁ ବୃଦ୍ଧି ପାଇଛି। ଏଯାଏ ୧୦ ଲକ୍ଷ ୪୭ ହଜାର ୩୧ ରୋଗୀ ସୁସ୍ଥ ହୋଇଥିବା ବେଳେ ୨୭ ହଜାର ୨୧୬ ଜଣ ଚିକିତ୍ସାଧୀନ ଅଛନ୍ତି। ଆଜି ବଲାଙ୍ଗିରରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ରାଜ୍ୟରେ କୋରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୬୯କୁ ପହଞ୍ଚିଛି।
ସେପଟେ ଦେଶରେ ଦେଢ଼ ଲକ୍ଷ ପ୍ଲସ ଟ୍ରେଣ୍ଡ ଜାରି ରହିଛି। ଦିନକରେ ୧ ଲକ୍ଷ ୬୮ ହଜାର ୬୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦୈନିକ ପଜିଟିଭିଟି ହାର ୧୦.୬୪ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ୩ କୋଟି ୪୫ ଲକ୍ଷ ୭୦ ହଜାର ୧୩୧ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ବି ୮ ଲକ୍ଷ ୨୧ ହଜାର ୪୪୬ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୪୬୧କୁ ବୃଦ୍ଧି ପାଇଛି।