IND vs SA 3rd Test: କେପଟାଉନରେ Team India ରଚିବ ଇତିହାସ! ବିରାଟଙ୍କ କାନ୍ଧରେ ବଡ଼ ଦାୟିତ୍ୱ
Advertisement

IND vs SA 3rd Test: କେପଟାଉନରେ Team India ରଚିବ ଇତିହାସ! ବିରାଟଙ୍କ କାନ୍ଧରେ ବଡ଼ ଦାୟିତ୍ୱ

ଗତ ୨୯ ବର୍ଷର ଇତିହାସରେ ଦକ୍ଷିଣ ଆଫ୍ରିକାରେ ଭାରତ ଘରୋଇ ଟିମ ବିପକ୍ଷରେ କେବେ ବି ଟେଷ୍ଟ ସିରିଜ୍ ଜିତି ନାହିଁ। ତୃତୀୟ ଟେଷ୍ଟ ମ୍ୟାଚରେ ଭାରତ ବିଜୟ ବ୍ୟତୀତ ଆଉ କିଛି ଚାହିଁବ ନାହିଁ।

ଡିଜାଇନ୍ ଫଟୋ

କେପଟାଉନ୍: ମଙ୍ଗଳବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ। ଅପରାହ୍ନ ଦୁଇଟାରୁ କେପଟାଉନର ନ୍ୟୁଲାଣ୍ଡସ୍ ଗ୍ରାଉଣ୍ଡରେ ଖେଳାଯିବ। ଯଦି ଭାରତ ଏହି ତୃତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍ ଜିତେ, ତେବେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ୍ ଜିତି ଇତିହାସ ସୃଷ୍ଟି କରିବ।

ଗତ ୨୯ ବର୍ଷର ଇତିହାସରେ ଦକ୍ଷିଣ ଆଫ୍ରିକାରେ ଭାରତ ଘରୋଇ ଟିମ ବିପକ୍ଷରେ କେବେ ବି ଟେଷ୍ଟ ସିରିଜ୍ ଜିତି ନାହିଁ। ତୃତୀୟ ଟେଷ୍ଟ ମ୍ୟାଚରେ ଭାରତ ବିଜୟ ବ୍ୟତୀତ ଆଉ କିଛି ଚାହିଁବ ନାହିଁ। ବିରାଟଙ୍କ କାନ୍ଧରେ ତୃତୀୟ ଟେଷ୍ଟ ମ୍ୟାଚ ଅଛି। ତାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବେଷ୍ଟ ଇଲେଭେନ୍ ସିଲେକ୍ଟ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଓପନିଂ ପାଇଁ କେ.ଏଲ୍ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଅବତରଣ କରିବାକୁ ଯାଉଛନ୍ତି। 

Also Read: ସୀମା ଟପିଲେ Super Bold Esha Gupta, ଏହି ୱେବ୍ ସିରିଜରେ ଦେଇଛନ୍ତି ଭରପୁର ଇଣ୍ଟିମେଟ୍ ସିନ୍

ଏଥି ସହିତ, ଚେତେଶ୍ୱର ପୂଜାରା ତିନି ନମ୍ବର ପାଇଁ ଫିଟ୍ ଅଛନ୍ତି। ଅଧିନାୟକ ବିରାଟ କୋହଲି ଚତୁର୍ଥ ଓ ଅଜିଙ୍କ୍ୟ ରାହାଣେ ପଞ୍ଚମ ନମ୍ବରରେ ବ୍ୟାଟିଂ କରିବେ। ବ୍ୟାଟିଂ ଲାଇନରେ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରା ଟିକେ ଚାପରେ ରହିବେ। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଛଅ ନମ୍ବର ପାଇଁ ମନୋନୀତ ହେବା ନିଶ୍ଚିତ। ଗତ କିଛି ମ୍ୟାଚ୍‌ରେ ଋଷଭ ପନ୍ତଙ୍କ ପ୍ରଦର୍ଶନ ଖରାପ ରହିଛି। ତେଣୁ ସେ ନିଜକୁ ସୁଧାରିବାକୁ ଚେଷ୍ଟା କରିବେ।

ଏଥି ସହିତ, ଅଲରାଉଣ୍ଡର ରବିଚନ୍ଦ୍ରନ୍ ଅଶ୍ୱିନ୍ ସାତ ନମ୍ବରରେ ସୁଯୋଗ ପାଇବେ। ଅଶ୍ୱିନ୍ ବ୍ୟାଟିଂ କରିବା ସହିତ ସ୍ପିନ୍ ବୋଲିଂରେ ବି ଭଲ ପ୍ରଦର୍ଶନ କରନ୍ତି। ଦ୍ରୁତ ବୋଲର ତଥା ବିସ୍ଫୋରକ ବ୍ୟାଟିଂରେ ପାରଦର୍ଶୀ ଥିବା ଶାର୍ଦ୍ଦୁଲ ଠାକୁର ଆଠ ନମ୍ବରରେ ଖେଳିବେ। ଏକାଦଶରେ ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି ଏବଂ ଉମେଶ ଯାଦବଙ୍କୁ ସ୍ଥାନ ଦିଆଯାଇପାରିବ। ପୂର୍ବରୁ ଖେଳାଯାଇଥିବା ଦୁଇଟି ମ୍ୟାଚ ୧-୧ରେ ବରାବର ଅଛି। ତୃତୀୟ ମ୍ୟାଚ ଯେଉଁ ଟିମ ଜିତିବ ସେ ସିରିଜ ବିଜୟ ହେବ।

Also Read: ବେଜିଂରୁ ବିଦାୟ! ତାଲିବାନକୁ ରାଜକୀୟ ପତ୍ର ଲେଖିଲେ ଆଫଗାନ୍ ରାଜଦୂତ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ସମ୍ଭାବ୍ୟ ଏକାଦଶ: 

  • କେ.ଏଲ୍ ରାହୁଲ
  • ମୟଙ୍କ ଅଗ୍ରୱାଲ
  • ଚେତେଶ୍ୱର ପୂଜାରା
  • ବିରାଟ କୋହଲି (କ୍ୟାପଟେନ)
  • ଅଜିଙ୍କ୍ୟ ରାହାଣେ
  • ଋଷଭ ପନ୍ତ (ୱିକେଟ୍ କିପର)
  • ରବିଚନ୍ଦ୍ରନ୍ ଅଶ୍ୱିନ୍
  • ଶାର୍ଦ୍ଦୁଲ ଠାକୁର
  • ଉମେଶ ଯାଦବ
  • ମହମ୍ମଦ ଶାମି
  • ଜସପ୍ରୀତ ବୁମ୍ରା