ଭୁବନେଶ୍ୱର: Bhubaneswar Drug Trafficking: ରାଜଧାନୀରେ ଡ୍ରଗ୍ସ ମାଫିଆ । ହକି ବିଶ୍ୱକପକୁ ଫୋକସରେ ରଖି କରୁଥିଲେ ବେପାର ।  ବିଶେଷ ଭାବରେ ୨୦୨୩ରେ ରାଜଧାନୀ ଭୁବନେଶ୍ୱରରେ  ହେବାକୁ ଥିବା ହକି ବିଶ୍ୱକପକୁ ଫୋକସ କରିଥିଲେ ଏହି ଡ୍ରଗ୍ସ ମାଫିଆ । ଆସନ୍ତା ୨୦୨୩ ଜାନୁଆରି ହକି ବିଶ୍ୱକପରେ ସାମିଲ ହେବାକୁ ଥିବା ବିଦେଶୀ ଖେଳାଳି ଓ ବିଦେଶୀ ଦର୍ଶକ ମାନଙ୍କୁ ଟାର୍ଗେଟ କରିଥିଲେ । ଏନେଇ ଭୁବନେଶ୍ୱରର ବଡ଼ ବଜ ହୋଟେଲ ଓ ଦୋକାନୀମାନଙ୍କୁ ସହ ଚାଲିଥିଲା ଆଲୋଚନା । ତେବେ ଗତ କିଛି ଦିନ ତଳେ ଭୁବନେଶ୍ବର ସ୍ଥିତ XAVIERS SQUARE ରେ ଦୁଇ ଜଣ ଲୋକ ଡ୍ରଗ୍ସ ବେପାର କରୁଥିବା ଖବର ପାଇଥିଲା ରାଜ୍ୟ STF । 


COMMERCIAL BREAK
SCROLL TO CONTINUE READING

ଖବର ପାଇ ଏକ ସ୍ୱତନ୍ତ୍ର ଟିମ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୦୨ ଗ୍ରାମର ଡ୍ରଗ୍ସ ଜବତ କରିଥିଲା, ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହୋବ ବୋଲି ଅନୁମାନ କରାଯାଉଛି । ତେବେ ଦୁଇ ଅଭିଯୁକ୍ତ ହେଉଛନ୍ତି ରବି ଓ ସନ୍ନି, ଦୁଇ ଜଣ ରାଜସ୍ଥାନର ବାସିନ୍ଧା ବୋଲି ଜଣା ପଡିଛି । ରବି ଓ ସନ୍ନିଙ୍କୁ ପଚରାଉଚରା କରିବା ବେଳେ ଅନେକ ଗୁରୁତ୍ୟପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା । କିଭଳି ଭୁବନେଶ୍ୱକୁ ଟାର୍ଗେଟ କରିଥିଲେ ଓ କିଭଳି ଚାଲିଥିଲା ଡ୍ରଗ୍ସ ବାପାରର ମାଷ୍ଟର ପ୍ଲାନ ଏହିଭଳି ଅନେକ ତଥ୍ୟର ଖୁଲାସା କରିଛି ଏସଟିଏଫ । 


ଏହା ବି ପଢ଼ନ୍ତୁ:-କୋରୋନାକୁ ନେଇ ପୁଣି କଡ଼ା ଚେତାବନୀ ଜାରି କଲା WHO


ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ସରକାର ଦେଲେ ବଡ଼ ରିହାତି, ସମସ୍ତଙ୍କୁ ହେବ ଲାଭ


ଏହା ବି ପଢ଼ନ୍ତୁ:-ପରମାଣୁ ଆକ୍ରମଣ କରିବେ ପୁଟିନ! CIA ମୁଖ୍ୟ ଦେଲେ ଏହି ବଡ଼ ବୟାନ


ଏହି ଦୁଇ ଡ୍ରଗ୍ସ ମାଫିଆ ରବି ଓ ତାର ସହଯୋଗୀ ସନ୍ନି ଦିଲ୍ଲୀରୁ ଡ୍ରଗ୍ସ ଆଣି ଭୁବନେଶ୍ବରରେ ବେପାର କରୁଥିଲେ । ତେବେ ଦିଲ୍ଲୀର ତୁର୍କମାନଗେଟରେ ହେଉଥିସଲା ଡ୍ରଗ୍ସ ବାପାରର ମାଷ୍ଟପ୍ଲାନ । ସେହିଠାରୁ ଡ୍ରଗ୍ସ ସପ୍ଲାଏ କରାଯାଉଥିଲା ଭୁବନେଶ୍ୱରକୁ । ରବି ଓ ସନ୍ନି ଅଧିକାସଂ ସମୟରେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥାନ୍ତି ଓ ଏହିଠାରେ ବଡ଼ ବଡ଼ ହୋଟେଲ ଏବଂ ଦୋକାନୀମାନଙ୍କ ସହ ଯୋଗାଯୋଗ କରି ଡ୍ରଗ୍ସ ବେପାର କରିଥାନ୍ତି । ଆସନ୍ତା ୨୦୨୩ ହକି ବିଶ୍ୱକପ ପାଇଁ ବିଭିନ୍ନ ବଡ଼ ବଡ଼ ହୋଟେଲ ଓ ଦୋକାନିମାନଙ୍କ ସହ ଚାଲିଥିଲା ଡିଲ୍ । କେବଳ ୨୦୨୩ ବିଶ୍ୱକପ ନୁହେଁ ପୂର୍ବରୁ ୨୦୧୦ କମନୱେଲ୍ଥ ଗେମ୍ ସମୟରେ ମଧ୍ୟ ଏହି ବେପାର କରୁଥିବା STFକୁ କହିଛି ରବି । ଦିର୍ଘ ୧୨ଧରି ରବି ଓ ସନ୍ନି ଭୁବନେଶ୍ୱରରେ ସକ୍ରିଆ ଭାବରେ ଡ୍ରଗ୍ସ ବେପାର କରୁଥିଲେ । ଗିରଫ ଦୁଇ ଅଭିଯୁକ୍ତଙ୍କ ପାଖରୁ ଅନେକ ଜିନିଷ ଜବତ କରିଛି STF । ରବି ସିଂ ପାଖରୁ ଏକ ସାଉଥ ଆଫ୍ରିକା ନୋଟ ଜବତ କରିବା ସହ ଦୁଇ ଅଭିଯୁକ୍ତ କଲ ରେକର୍ଡ ଯାଞ୍ଚ ଆରମ୍ଭ କରିଛି ।  କେବଳ ବଡ଼ ହୋଟେଲ ନୁହେଁ ଭବନେଶ୍ୱର ସାଲିଆ ସାହି ଭଳି ଅନେକ ବସ୍ତି ଓ କଲେଜ ଛାତ୍ରମାନଙ୍କୁ ମଧ୍ୟ ଟାର୍ଗେଟ କରୁଥିଲେ । 


ରବି ସିଂ ରାଜସ୍ଥାନର ଚୁରୁ ଜିଲ୍ଲାର ବସିନ୍ଧା । ସେଠାରେ ସେ ହୋଟେଲ ବ୍ୟବସାୟ କରୁଥିବା ବେଳେ ଦିଲ୍ଲୀରେ ଟ୍ରାଭେଲ ବ୍ୟବସାୟ କରୁଥିବା ଏସଟିଏଫର ଡେପୁଟି ଇନ୍ସପେକ୍ଟର ଜେ ଏନ ପଙ୍କଜ କହିଛନ୍ତି । ତେବେ ୨୦୨୦ରୁ ଏଯାବତ ୫୦ କେଜି ଉର୍ଦ୍ଧ୍ୱ ବ୍ରାଉମ ସୁଗାର ଜବତ କରିବା ସହ ୧୩୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରଛି ଏସଟିଏଫ ।