Flight Service: ନୂଆଦିଲ୍ଲୀ: ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ଏଣିକି ଜାମସେଦପୁରକୁ ଉଡ଼ିବ ବିମାନ। ସିଧାସଳଖ ଜାମସେଦପୁରକୁ ଉଡ଼ିବ ବିମାନ। ଉଡ଼ାନ ଯୋଜନାରେ ଏହି ସେବାକୁ ଅନୁମତି ମିଳିଛି। ଏନେଇ ଏୟାର ଓ୍ୱାନ ବିମାନସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଏହି ସେବା ମିଳିବ। ଆଜି ଠାରୁ ହିଁ ଏହି ସେବା ଆରମ୍ଭ ହୋଇଛି ବୋଲି ଏୟାର ଓ୍ୱାନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବିମାନ ସେବା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ସାଢେ ୭ଟାରେ ଉଡ଼ାଣ ଆରମ୍ଭ ହେବ। ସେହିପରି ଏହି ବିମାନ ଜାମସେଦପୁରରେ ପହଞ୍ଚିବା ପରେ ସେଠାରୁ କୋଲକାତା ଅଭିମୁଖେ ଉଡ଼ାଣ ଭରିବ। ତେବେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଯାତ୍ରୀଙ୍କ ପାଇଁ ବେଶ ଦମଦାର ଅଫର ଜାରି କରିଛି ଏୟାରଓ୍ୱାନ କମ୍ପାନୀ। 


COMMERCIAL BREAK
SCROLL TO CONTINUE READING

ତେବେ କମ୍ପାନୀ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଦର ଅନୁଯାୟୀ ଭୁବନେଶ୍ୱରରୁ ଜାମସେଦପୁରକୁ ଟିକଟ ଦର ୨୯୯୯ ରହିଛି। ସେହିପରି ଜାମସେଦପୁରରୁ କୋଲକାତା ପର୍ଯ୍ୟନ୍ତ ୧୯୯୯ ଟଙ୍କା ରହିଛି। ସେହିପରି କୋଲକାତାରୁ ଜାମସେଦପୁରରୁ ୧୯୯୯ ଟଙ୍କା ଓ ଜାମସେଦପୁରରୁ ଭୁବନେଶ୍ୱରକୁ ୨୯୯୯ ଟଙ୍କା ଧାର୍ଯ୍ୟ କରାଯାଇଛି।