Odisha News: ଟ୍ରେନ ଧକ୍କାରେ ପୂର୍ବତନ ବଲାଙ୍ଗିର ସାଂସଦ ବାଲ୍‌ଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ରଙ୍କ ମୃତ୍ୟୁ ଘଟିଛି। 
ସବୁଦିନ ଭଳି ଆଜି ମଧ୍ୟ ମର୍ଣ୍ଣିଂ ୱାକ୍‌ରେ ବାହାରିଥିଲେ ଅଭିନାଶ । ହେଲେ ଜାଣିନଥିଲେ ସେ ଆଉ ଘରକୁ ଫେରିବେ ନାହିଁ। ଆଜି ଭୋର ସମୟରେ ଏହି ଅଭାବନୀୟ ଘଟଣା ଅଭିନାଶଙ୍କ ସହ ଘଟିଛି। ଡୁଙ୍ଗୁରିପାଲି ରାମପୁର ରାସ୍ତା ଡୁଙ୍ଗୁରିପାଲି ରେଲ୍‌ୱେ କ୍ରସିଂରେ ଅବିନାଶଙ୍କୁ ଟ୍ରେନ୍‌ ଧକ୍କା ଦେବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ଅଭିନାଶଙ୍କ ବୟସ ପାଖପାଖି ୫୦ ବର୍ଷ ବୋଲି ଜଣାପଡ଼ିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ସବୁଦିନ ଭଳି ଆଜି ମଧ୍ୟ ଅଭିନାଶ ମର୍ଣ୍ଣିଂ ୱାକ୍‌ରେ ଘରୁ ବାହାରିଯାଇଥିଲେ। ହେଲେ ସେ ଜାଣି ନଥିଲେ ରେଲ୍‌ୱେ ଟ୍ରାକ୍‌ରେ ତାଙ୍କ ଜୀବନ ଚାଲିଯିବ। ସ୍ଥାନୀୟ ଲୋକଙ୍କ କହିବା କଥା, ଟ୍ରେନ୍‌ ଆସିବ ବୋଲି ରେଲ୍‌ୱେ ଫାଟକ ବନ୍ଦ ଥିଲା। ଏହାସତ୍ତ୍ୱେ ଅଭିନାଶ ଫାଟକ ଭିତରକୁ ପଶି ଗୋଟିଏ ପଟରୁ ଅନ୍ୟପଟକୁ ଯାଉଥିଲେ। ଏହି ସମୟରେ ବରପାଲି ପଟରୁ ଆସୁଥିବା ପୁରୀ ଦୁର୍ଗ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା ବୋଲି ସୂଚନା ରହିଛି।


ଟ୍ରେନ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କ ମୁଣ୍ଡ ଏବଂ ଗୋଡ଼ରେ ଆଘାତ ଲାଗିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଠାରେ କହିରଖୁଛୁ ଯେ, ମୃତ ଅଭିନାଶଙ୍କ ଘର ବଲାଙ୍ଗିର ଜିଲ୍ଲା ସାଲେଭଟାରେ ହୋଇଥିବା ବେଳେ ସେ ଡୁଙ୍ଗୁରିପାଲିରେ ଏକ ଭଡ଼ା ଘରେ ତାଙ୍କ ସ୍ତ୍ରୀଙ୍କ ସହ ରହୁଥିଲେ। 


ତେବେ ମୃତ ବ୍ୟକ୍ତି ହେଲେ ପୂର୍ବତନ ବଲାଙ୍ଗିର ସାଂସଦ ବାଳଗୋପାଳ ମିଶ୍ରଙ୍କ ସାନ ପୁଅ ଅଭିନାଶ ମିଶ୍ର ବୋଲି ଜଣାପଡିଛି। ମର୍ଣ୍ଣିଂ ଓ୍ବାକରେ ଗଲା ବେଳେ ଡୁଙ୍ଗୁରିପାଲି ଫାଟକରେ ତାଙ୍କୁ ଟ୍ରେନ ଧକ୍କା ଦେଇଥିଲା । ଡୁଙ୍ଗୁରିପାଲି – ରାମପୁର ରୋଡ୍ ରେଳ ଫାଟକ ଭୋର ୫ଟାରେ ପୁରୀ – ଦୁର୍ଗ ଇଣ୍ଟେରସିଟି ଏକ୍ସପ୍ରେସ ଅଭିନାଶଙ୍କୁ ଧକ୍କା ଦେଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲା । ଏହାପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା


Also Read: Keonjhar Road Accident: ଅଟୋ ଓ ବୋଲେରୋ ଧକ୍କା, ୪ ମୃତ ୫ ଗୁରୁତର


Also Read: Magha Saptami: ଆଜି ଦିନରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ମିଳିଥାଏ ଏହି ସବୁ ପାପରୁ ମୁକ୍ତି