Keonjhar Road Accident: ଅଟୋ ଓ ବୋଲେରୋ ଧକ୍କା, ୪ ମୃତ ୫ ଗୁରୁତର
Advertisement

Keonjhar Road Accident: ଅଟୋ ଓ ବୋଲେରୋ ଧକ୍କା, ୪ ମୃତ ୫ ଗୁରୁତର

Keonjhar Road Accident Update: ସକାଳୁ ସକାଳୁ ବଡ଼ ଧରଣର ଦୁର୍ଘଟଣା ।  ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିଚାଲିଥିବା ବେଳେ କେନ୍ଦୁଝରରେ ଘଟିଥିବା ଦୁର୍ଘଟଣାକୁ ନେଇ ଗ୍ରାମବାସୀ ପ୍ରତିବାଦ କରିଛନ୍ତି । ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Keonjhar Road Accident: ଅଟୋ ଓ ବୋଲେରୋ ଧକ୍କା, ୪ ମୃତ ୫ ଗୁରୁତର

Keonjhar Road Accident: ସକାଳୁ ସକାଳୁ ବଡ଼ ଧରଣର ଦୁର୍ଘଟଣା । କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ବସନ୍ତପୁର ନିକଟରେ ଅଟୋ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି  । ତେବେ ଆଜି ସକାଳ ସମୟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଟି ଘଟିଥିବା ବେଳେ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି ।

ଏହି ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ନରଣପୁର ଡ଼ୁବୁରୀ ରାସ୍ତାର ଉକଚାବେଡା ନିକଟରେ ଘଟିଛି । ବଡ଼ କମଣ୍ଡରା ଗ୍ରାମର ଚାଷୀ ମାନେ ସୋଲା ବିକିବାକୁ ଅଟୋ ନମ୍ବର (ଓଡି 09 ଏନ 1883)ରେ କେନ୍ଦୁଝର ଆସିଥିଲେ । କେନ୍ଦୁଝରରୁ ଘରକୁ ଫେରୁଥିବା ସମୟରେ ଉକଚାବେଡା ନିକଟରେ ବିପରୀତ ଦିଗରୁ ଆସୁଥିବା ବୋଲେରୋ ପିକଅପ ନମ୍ବର (ଓଡି 11ଏ 1456) ସହିତ ଧକ୍କା ହୋଇଥିଲା । 

ଫଳରେ ଅଟୋରେ ଥିବା ଜୀବନ ନାୟକ (୨୫), ରାଧୁ ନାୟକ (୬୦), ନବୀନ ନାୟକ (୪୮) ଅଟୋରୁ ଛିଟିକି ପଡ଼ିଥିଲେ । ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେହିପରି ଅଟୋରେ ଥିବା ଅନ୍ୟ ଯାତ୍ରୀଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ପଠା ଯାଇଥିବା ସମୟରେ ପ୍ରହ୍ଲାଦ ନାୟକ ଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଛି । ଖବରପାଇ ପୋଲିସ ପହଞ୍ଚିଛି । କ୍ଷତିପୂରଣ ଦାବିରେ ମୃତଦେହକୁ ଅଟକ ରଖି ଗ୍ରାମବାସୀ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିବା ଜଣାପଡିଛି।

Also Read: Magha Saptami: ଆଜି ଦିନରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ମିଳିଥାଏ ଏହି ସବୁ ପାପରୁ ମୁକ୍ତି

Also Read: Crime News: ସ୍ବାମୀ ନା ପିଶାଚ, ପ୍ରେମ ବିବାହ କରି ହାତ ଧରିଥିଲା ଆଉ...