ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ । କୋରୋନା କଟକଣାରେ ଏଥର ବାଦ ପଡ଼ିବନି ପ୍ରଶ୍ନକାଳ । ସର୍ବଦଳୀୟ ବୈଠକରେ ବୁଧବାର ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ତେବେ ଗୁରୁବାର ଆଜି ଅଧିବେସନର ପ୍ରଥମ ଦିନ । ଦିନ ୧୧ଟାରେ ଆରମ୍ଭ ହେବ ଅଧିବେସନ । ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ରଖିବେ । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ଏହି ରାଜ୍ୟରେ ବିଜେପିକୁ ଲାଗିଲା ବଡ଼ ଝଟକା, କଂଗ୍ରେସର ବୃହତ ବିଜୟ


ଏହା ସହିତ ଶୋକ ପ୍ରସ୍ତାବ, ଧନ୍ୟବାଦ ପ୍ରସ୍ତାବ ଓ ସମ୍ମତି ବିଲ ପ୍ରମୁଖ ଆଗତ ହେବ । ଏହା ପରେ ଗୃହକୁ ପରଦିନ ପର୍ଯ୍ୟନ୍ତ ମୁଲତବୀ ରଖାଯିବ । ଏହି ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ନେଇ ବୁଧବାର ବାଚସ୍ପତି ଡ. ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । କୋଭିଡ଼ ଗାଇଡ଼ ଲାଇନ ମଧ୍ୟରେ ବଜେଟ ଅଧିବେସନକୁ କିଭଳି ସୁରୁଖୁରୁରେ ପରିଚାଳନା କରାଯିବ ସନେଇ ମଧ୍ୟ ଆଲୋଚନା ହୋଇଥିଲା । ସବୁ ଦଳର ମତାମତ ନେବା ପରେ ରବିବାର ବ୍ୟତୀତ ସବୁଦିନ କାର୍ଯ୍ୟ ଦିବସରେ ଅଧିବେସନ ବସିବା ନେଇ ବାଚସ୍ପତି ସ୍ପଷ୍ଟ କରିଥିଲେ । ତେବେ ଅଧିବେଶନ କାର୍ଯ୍ୟ ଦିନକୁ ଦୁଇଥର ବସିବ । ପୂର୍ବାହ୍ଣ ଅଧିବେସନ ସକାଳ ସାଢେ ଦଶଟାରୁ ଆରମ୍ଭ ହୋଇ ଦିନ ସାଢେ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ଏହା ପରେ ଅପରାହ୍ଣରେ ଗୃହ କାର୍ଯ୍ୟ ୪ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ରହିଛି । 


ଅଧିକ ପଢନ୍ତୁ: କିଏ ଜିତିବେ ପଶ୍ଚିମବଙ୍ଗ, 'ଦିଦି' ନା ବିଜେପି? ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ଦୁଇ ସର୍ଭେ


ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ, ବ୍ୟୟମଞ୍ଜୁରି ବିଲ, ବଜେଟ ଉତ୍ତର, ଗୃହ ଓ ସାଧାରଣ ପ୍ରଶାସନ, ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଦି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଦିନ ଅପରାହ୍ଣ ଅଧିବେସନକୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ସେପଟେ ପ୍ରଥମ ଥର ପାଇଁ ପେପର ଲେସ ଭାବେ ବଜେଟ ଉପସ୍ଥାପନ କରାଯିବ । ଏପରିକି ପୁରା ଅଧିବେଶନ ପେପରଲେସ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । 


ଅଧିକ ପଢନ୍ତୁ: ବନ୍ଧୁକଧାରୀଙ୍କ ଆତଙ୍କ; ୧୦୦ ସ୍କୁଲ ଛାତ୍ରଙ୍କୁ କରିନେଲେ ଅପହରଣ


ତେବେ ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ।