କିଏ ଜିତିବେ ପଶ୍ଚିମବଙ୍ଗ, 'ଦିଦି' ନା ବିଜେପି? ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ଦୁଇ ସର୍ଭେ
Advertisement

କିଏ ଜିତିବେ ପଶ୍ଚିମବଙ୍ଗ, 'ଦିଦି' ନା ବିଜେପି? ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ଦୁଇ ସର୍ଭେ

West Bengal Assembly Polls 2021: ଆଉ ଅଳ୍ପ ଦିନ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏହା ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ୱାରା ରାଜ୍ୟରେ ଆଗାମୀ ସରକାର କାହାର ହେବ ସେନେଇ ସର୍ଭେ କରାଯାଉଛି । ଏହି କ୍ରମରେ ପଶ୍ଚିମବଙ୍ଗକୁ ନେଇ ଦୁଇଟି ନିର୍ବାଚନ ସର୍ଭେରେ ଭିନ୍ନ ଭିନ୍ନ ଆକଳନ କରାଯାଉଛି । ସିଏନ୍ଏକ୍ସ ସର୍ଭେ (CN

କିଏ ଜିତିବେ ପଶ୍ଚିମବଙ୍ଗ, 'ଦିଦି' ନା ବିଜେପି? ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ଦୁଇ ସର୍ଭେ

ନୂଆଦିଲ୍ଲୀ: West Bengal Assembly Polls 2021: ଆଉ ଅଳ୍ପ ଦିନ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏହା ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ୱାରା ରାଜ୍ୟରେ ଆଗାମୀ ସରକାର କାହାର ହେବ ସେନେଇ ସର୍ଭେ କରାଯାଉଛି । ଏହି କ୍ରମରେ ପଶ୍ଚିମବଙ୍ଗକୁ ନେଇ ଦୁଇଟି ନିର୍ବାଚନ ସର୍ଭେରେ ଭିନ୍ନ ଭିନ୍ନ ଆକଳନ କରାଯାଉଛି । ସିଏନ୍ଏକ୍ସ ସର୍ଭେ (CNX Survey) ରେ ମମତା ବାନାର୍ଜୀ (Mamata Banerjee) ପୁଣି ଥରେ ପଶ୍ଚିମବଙ୍ଗରେ ଫେରୁଛନ୍ତି । ସେପଟେ ସି-ଭୋଟର (C-Voter) ର ସର୍ଭେ ଅନୁଯାୟୀ ରାଜ୍ୟରେ ବିଜେପି (BJP) ସରକାର ଗଠନ କରିବାକୁ ଯାଉଛି । ସିଏନ୍ଏକ୍ସ ସର୍ଭେରେ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ (TMC) ୨୯୪ଟି ଆସନରୁ ୧୫୧ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ସର୍ଭେ ଅନୁଯାୟୀ ବିଜେପି ଖାତାରେ ୧୧୭ଟି ଆସନ ଯାଉଥିବାର ଦେଖାଯାଉଛି । ବାମ (Left Parties) ଓ କଂଗ୍ରେସ (Congress) ଖାତାକୁ ୨୪ଟି ଆସନ ମିଳିବ ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ:-ଶାହଙ୍କୁ ଡାକି 'ଶକ୍ତି ପ୍ରଦର୍ଶନ' କରିବ ବସୁନ୍ଧରା କ୍ୟାମ୍ପ, ଜାଣନ୍ତୁ ବିଜେପିରେ ଗୋଷ୍ଠୀ କନ୍ଦଳ ଉପରେ ତାଜା ଅପଡେଟ୍

ସିଏନଏକ୍ସ ସର୍ଭେ ଅନୁଯାୟୀ, ଦକ୍ଷିଣ ବଙ୍ଗଳାରେ ଟିଏମସି (TMC) ର ଏବେବି ଦବଦବା ରହିଛି । ସର୍ଭେରେ ଟିଏମସି ଏଠାରେ ୮୪ଟି ଆସନ ମଧ୍ୟରୁ ୫୩ଟି ଆସନ ପାଉଥିବାର ଦେଖିବାକୁ ମିଳୁଛି । ବିଜେପିକୁ ୧୬ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି । ଏବିପି ନ୍ୟୁଜ୍ ପାଇଁ ଏହି ଓପିନିୟନ ପୋଲ ଦିଲ୍ଲୀର ଏକ ଅନୁସନ୍ଧାନ ଓ ସର୍ଭେ ଏଜେନ୍ସି CNX ଦ୍ୱାରା କରାଯାଇଛି । ପଶ୍ଚିମବଙ୍ଗର ୨୯୪ଟି ଆସନରୁ ୧୧୨ଟି ଆସନ ଉପରେ ହୋଇଥିବା ଏହି ସର୍ଭେରେ ୮୯୬୦ ଜଣଙ୍କ ସହ ଆଲୋଚନା କରାଯାଇଛି । ଜାନୁଆରୀ ୨୩ରୁ ଫେବୃଆରୀ ୭ ମଧ୍ୟରେ ଏହି ସର୍ଭେ କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଆଉ ଏକ ଖୁସି ଖବର, ପୁଣି ଆରମ୍ଭ ହେଉଛି ଏହି ସେବା

ସି-ଭୋଟର (C-Voter) ସର୍ଭେ ଅନୁଯାୟୀ ରାଜ୍ୟରେ ବିଜେପି ସରକାର ଗଠନ କରୁଥିବାର ଦେଖାଯାଉଛି । ଏହି ସର୍ଭେରେ ୪୩ ପ୍ରତିଶତ ଲୋକ ମନେ କରନ୍ତି ଯେ ରାଜ୍ୟରେ ବିଜେପି ସରକାର ଗଠନ କରିପାରେ । ଏଥି ସହିତ ୩୫ ପ୍ରତିଶତ ଲୋକ ମନେ କରନ୍ତି ଯେ ମମତା ବାନାର୍ଜୀଙ୍କ ଟିଏମସି ରାଜ୍ୟରେ ପୁଣି ଥରେ ସରକାର ଗଠନ କରିପାରେ । ଅନ୍ୟପଟେ ୧୪ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ବାମ ଓ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିପାରନ୍ତି ବୋଲି ମନେ କରନ୍ତି । ଏଥି ସହିତ ୨ ପ୍ରତିଶତ ଲୋକ ରାଜ୍ୟରେ ଝୁଲା ବିଧାନସଭାର ଆଶଙ୍କା ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ହେବ ୪ ପ୍ରତିଶତ ବୃଦ୍ଧି! ଜାଣନ୍ତୁ କେତେ ବଢ଼ିବ ଭ୍ରମଣ ଭତ୍ତା

ସିଏନ୍ଏକ୍ସ ସର୍ଭେ ଅନୁଯାୟୀ, ୨୦୧୯ ତୁଳନାରେ ମମତାଙ୍କ ଦଳ ଟିଏମସିକୁ ବଡ ଝଟକା ଲାଗୁଥିବାର ଦେଖାଯାଉଛି । ଦଳ ଉତ୍ତର ବଙ୍ଗଳାରେ ବଡ଼ କ୍ଷତି ସହିବାକୁ ଯାଉଛି । ଏହି କ୍ଷେତ୍ରରେ ବିଜେପି ବଡ଼ ସଫଳତା ହାସଲ କରୁଥିବା ଜଣାପଡିଛି । ଉତ୍ତର ବଙ୍ଗର ୫୬ଟି ଆସନ ମଧ୍ୟରୁ ବିଜେପି ୩୨ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ଏଥି ସହିତ ଟିଏମସିକୁ କେବଳ ୧୫ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ । ସେପଟେ ବାମପନ୍ଥୀ ଓ କଂଗ୍ରେସ ୭ଟି ଆସନ ପାଇପାରେ ବୋଲି ଅନୁମାନ କରାଯାଇଛି । ଅନ୍ୟମାନଙ୍କୁ ୨ଟି ଆସନ ମିଳିବ ବୋଲି ଅନୁମାନ କରାଯାଉଛି ।

ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ଟିଏମସିରେ ସାମିଲ ହେଲେ ଦଳର ଏହି ବରିଷ୍ଠ ନେତାଗଣ

ସି-ଭୋଟର ସର୍ଭେରେ ଯଦିଓ ଲୋକମାନେ ବିଜେପି ସରକାର ଗଠନ ବିଷୟରେ କହୁଛନ୍ତି, ତେବେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବରେ ଲୋକଙ୍କ ପ୍ରଥମ ପସନ୍ଦ । ରାଜ୍ୟର ୫୨ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ମମତା ବାନାର୍ଜୀ ସିଏମ୍ ପଦ ପାଇଁ ସର୍ବୋତ୍ତମ ପ୍ରାର୍ଥୀ ଅଟନ୍ତି । ଏଥି ସହିତ ୨୫ ପ୍ରତିଶତ ଲୋକଙ୍କ ପସନ୍ଦ ସହିତ ବିଜେପିର ଦିଲୀପ ଘୋଷ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସିଏମ ପଦ ପାଇଁ କଂଗ୍ରେସର ଅଧୀର ରଂଜନ ଚୌଧୁରୀଙ୍କୁ ୨ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ସର୍ଭେରେ ବେଙ୍ଗଳ ଟାଇଗର ସୌରଭ ଗାଙ୍ଗୁଲି ଜଣେ ଭଲ ସିଏମ ପ୍ରାର୍ଥୀ ଭାବରେ ୪  ପ୍ରତିଶତ ଲୋକଙ୍କ ପସନ୍ଦ ହୋଇପାରିଛନ୍ତି ।

ଏବିପି ନ୍ୟୁଜ୍ ପାଇଁ ସି-ଭୋଟରର ସର୍ଭେ ଟେଲିଫୋନ୍ ବାର୍ତ୍ତାଳାପ ଆଧାରରେ କରାଯାଇଛି । ଏହି ସର୍ଭେରେ ୭୫୨୭ ଜଣଙ୍କ ସହ କଥା ହୋଇଛନ୍ତି । ଫେବୃଆରୀ ୧୪ ପର୍ଯ୍ୟନ୍ତ ଏହି ସର୍ଭେ କରାଯାଇଥିଲା । ଏହା ବ୍ୟତୀତ ସି-ଭୋଟର ସାପ୍ତାହିକ ସ୍ନାପ୍ ପୋଲ୍ ମଧ୍ୟ କରିଥିଲା । ଯେଉଁଥିରେ ୨୮୧୧ ଜଣଙ୍କ କଥାବାର୍ତ୍ତା କରାଯାଇଥିଲା ।