ବନ୍ଧୁକଧାରୀଙ୍କ ଆତଙ୍କ; ୧୦୦ ସ୍କୁଲ ଛାତ୍ରଙ୍କୁ କରିନେଲେ ଅପହରଣ
Advertisement
Article Detail0/zeeodisha/odisha850223

ବନ୍ଧୁକଧାରୀଙ୍କ ଆତଙ୍କ; ୧୦୦ ସ୍କୁଲ ଛାତ୍ରଙ୍କୁ କରିନେଲେ ଅପହରଣ

ଏ ଘଟଣା ସମ୍ପର୍କରେ ଜଣେ ନାଇଜେରିଆ ସୁରକ୍ଷା ଅଧିକାରୀ (Nigerian Security Officer) ଗଣମାଧ୍ୟମକୁ ଜଣାଇଛନ୍ତି।

ବନ୍ଧୁକଧାରୀଙ୍କ ଆତଙ୍କ; ୧୦୦ ସ୍କୁଲ ଛାତ୍ରଙ୍କୁ କରିନେଲେ ଅପହରଣ

ନୂଆଦିଲ୍ଲୀ: ଆଜଣା ବନ୍ଧୁକଧାରୀଙ୍କ ଆତଙ୍କରେ କମ୍ପିଉଠିଛି ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜେରିଆ। ଏକ ସଶସ୍ତ୍ର ଅପରାଧି ଗୋଷ୍ଠୀ ଦେଶର ଏକ ବିଦ୍ୟାଳୟ ଉପରେ ଆକ୍ରମଣ କରି ୧୦୦ ସ୍କୁଲ ଛାତ୍ରଙ୍କୁ ଅପହରଣ କରିନେଇଛନ୍ତି। ଅନ୍ୟପଟେ ଅପରାଧିଙ୍କ ଆକ୍ରମଣରେ ଏହି ସ୍କୁଲର ଜଣେ ଛାତ ପ୍ରାଣ ହରାଇଛି।       

ଏ ଘଟଣା ସମ୍ପର୍କରେ ଜଣେ ନାଇଜେରିଆ ସୁରକ୍ଷା ଅଧିକାରୀ (Nigerian Security Officer) ଗଣମାଧ୍ୟମକୁ ଜଣାଇଛନ୍ତି। ମଙ୍ଗଳବାର ଦଳେ ସଶସ୍ତ୍ର ଅପରାଧି ଗୋଷ୍ଠୀ ମିଲିଟାରୀ ୟୁନିଫର୍ମ (Military Uniform) ପିନ୍ଧି ଦେଶର ନାଇଜର ରାଜ୍ୟର (Niger State) କାଗାରା ସହର ଠାରେ ଅବସ୍ଥିତ ବିଜ୍ଞାନ କଲେଜ ଉପରେ ଆକ୍ରମଣ କରିଥିଲେ। ଏହି କାଣ୍ଡ ଭିଆଇବା ପରେ ସେମାନେ କଲେଜ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଜଙ୍ଗଲ ଆଡକୁ ନେଇଥିଲେ। ଆକ୍ରମଣ ସମମୟରେ ଜଣଙ୍କର ମୃତ୍ୟୁ ହୋଇଥିଲା।   

Also Read: Niger Tragedy: ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଆଖିବୁଜିଲେ ୭୦ ଗ୍ରାମବାସୀ

ନାଇଜେରିଆର ଉତ୍ତରପଶ୍ଚିମ-କେନ୍ଦ୍ରୀୟ ଭାଗରେ ସଶସ୍ତ୍ର ଅପରାଧି ଗୋଷ୍ଠୀ (Armed Criminal Gang)  ସକ୍ରିୟ ରହିଛି। ଯିଏ ଦାଦାବଟି (Ransom) ଆଦାୟ ସହ ଦୁଷ୍କର୍ମ କରିବା ଭଳି ଅପାରାଧିକ କାର୍ଯ୍ୟରେ ଜଡିତ ରହିଛି। ଏହି ଅପରାଧି ଗୋଷ୍ଠୀ କାଗରା ସହରସ୍ଥିତ (Kagara Town) ଜିଏସସି (GSC) ଠାରେ ପହଞ୍ଚି ସେଠାକାର ଛାତ୍ରଙ୍କ ସହ ଶିକ୍ଷକଙ୍କୁ ଅପହରଣ କରି ନେଇଥିଲେ।   

ଅପରାଧିଙ୍କ କବଳରୁ କେତେକ ଅପହୃତ ଖସି ପଳାଇବାରେ ସକ୍ଷମ ହୋଇଥିବା କହିଛନ୍ତି ନାଇଜେରୀୟ ସୁରକ୍ଷା ଅଧିକାରୀ। ହେଲେ ସେମାନଙ୍କ ସ୍ଥିତି ବାବଦରେ କିଛି ଜଣାପଡିନାହିଁ। ଯେଉଁ କଲେଜ ଉପରେ ଆକ୍ରମଣ  ହୋଇଛି ସେଠାରେ ୧୦୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ସେମାନଙ୍କ ମଧ୍ୟରୁ ମୋଟ କେତେଜଣଙ୍କୁ ଅପରାଧି ଅପହରଣ କରିଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ। 

Also Read: ନାଇଜେରିଆରେ ଆମେରିକାର ସର୍ଜିକାଲ ଷ୍ଟ୍ରାଇକ ସଫଳ, ଟ୍ୱିଟ କରି ଜଣାଇଲେ ରାଷ୍ଟ୍ରପତି ଟ୍ରମ୍ପ

ଏ ଘଟଣାରେ ନାଇଜେରୀୟ ସୁରକ୍ଷା ଅଧିକାରୀଙ୍କ ( ପକ୍ଷରୁ ତଦନ୍ତ ଜାରି ରହିଛି। ସଶସ୍ତ୍ର ଅପରାଧି ଗୋଷ୍ଠୀ କବଳରୁ ଅପହୃତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ନାଇଜେରୀୟ ସେନା ପକ୍ଷରୁ ଆକାଶମାର୍ଗରେ ସର୍ଭେ କରାଯାଉଛି। ପ୍ରାୟ ୨ ମାସ ପୂର୍ବେ ଦେଶର ଉତ୍ତର-ପଶ୍ଚିମ ଭାଗରେ ଥିବା କାଟାସିନା ରାଜ୍ୟରୁ (Katsina State) ପାଖାପାଖି ୧୦୦ ଛାତ୍ରଙ୍କୁ ଅପହରଣ କରିନେଇଥିଲା ଏକ ଅପରାଧି  ଗୋଷ୍ଠୀ। ଏ ଘଟଣାରେ ନାଇଜେରିଆ ସରକାର (Nigerian Govt) ଅପହର୍ତ୍ତାଙ୍କ ସହ ବୁଝାମଣା କରିବା ପରେ ମୁକୁଳିଥିଲେ ଅପହୃତ ହୋଇଥିବା ଛାତ୍ର।  

Also Read: ଦିନକରେ ୩୫ ହଜାର ଲୋକଙ୍କ ଖାଦ୍ୟ ଖାଏ ମରୁଭୂମୀ ଝିଣ୍ଟିକା

 

ଆର୍ଥିକ ଉଦ୍ଦେଶ୍ୟ ଦ୍ୱାରା ପରିଚାଳିତ ଏହି ଅପରାଧି ଗୋଷ୍ଠୀର କୌଣସି ଆଦର୍ଶଗତ ଆଭିମୁଖ୍ୟ ନାହିଁ। ହେଲେ ନାଇଜେରିଆ ସୁରକ୍ଷା ଅଧିକାରୀଙ୍କ କହିବା ଅନୁସାରେ ଦେଶର ଉତ୍ତର-ପୂର୍ବ ଭାଗରେ ଜିହାଦୀ (Jihadist) ଅନୁପ୍ରବେଶ କରୁଛନ୍ତି। ଯେଉଁଠାରେ ଦେଶର ସେନାବାହିନୀ (Nigerian Army) ବିଗତ ଏକ ଦଶନ୍ଧି ଧରି ଇସଲାମିକ ବିଦ୍ରୋହ (Islamist Insurgency) ସହ ମୁକାବିଲା କରୁଛି।