ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ଶୀତରେ ପୁଣି ବର୍ଷିବ, ୨୪ଘଣ୍ଟା ପରେ ବଦଳିବ ପାଗ । ଘୁର୍ଣ୍ଣିବଳୟ ରୂପରେ ପଶ୍ଚିମାଝଡ ଆଜି କେନ୍ଦ୍ରୀୟ ପାକିସ୍ତାନ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଥିବା ସହ ପ୍ରେରିତ ଘୂର୍ଣ୍ଣିବଳୟ ଦକ୍ଷିଣପଶ୍ଚିମ-ରାଜସ୍ଥାନ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପାକିସ୍ତାନ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୧.୫ କିମି ପର୍ଯନ୍ତ ସକ୍ରିୟ ରହିଛି । 


COMMERCIAL BREAK
SCROLL TO CONTINUE READING

ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତାକାଲି ଧିରେ ଧିରେ କୋହଲା ପାଗ ସହ ୧୩ ତାରିଖ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୧ ଓ ୧୨ ଦୁଇ ଦିନ ଧରି ଅଧିକ ବର୍ଷା ହେବା ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning)  ଜାରି କରିଛି କେନ୍ଦ୍ର । ୧୧ ତାରିଖରେ ଆଭ୍ୟନ୍ତରୀଣ ଓଡି଼ଶା ସହ ଉପକୂଳର କିଛି ସ୍ଥାନରେ ବର୍ଷା ହେବ।


Also Read: ଜିଓ ସହ ଏୟାରଟେଲ ବି ଦେଉଛି ବମ୍ପର ଅଫର, ଉଠାନ୍ତୁ ୧୦ ଜିବି ଏକ୍ସଟ୍ରା ଡାଟାର ଫାଇଦା


ସେହିଭଳି ବର୍ଷା (Heavy Rain fall)  ସାଙ୍ଗକୁ କୁଆପଥର ବର୍ଷା ମଧ୍ୟ ଏହି ଦୁଇ ଦିନରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ହେବା ନେଇ ସୂଚନା ଦେଇଛି କେନ୍ଦ୍ର। ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ସାଙ୍ଗକୁ ବଙ୍ଗୋପସାଗରରୁ ଆସୁଥିବା ଉଷ୍ଣ ଜଳବାୟୁ ପ୍ରଭାବରେ ରାତିର ତାପମାତ୍ରା ହ୍ରାସ ପାଇବ। ଆସନ୍ତା ୨ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।