ଜିଓ ସହ ଏୟାରଟେଲ ବି ଦେଉଛି ବମ୍ପର ଅଫର, ଉଠାନ୍ତୁ ୧୦ ଜିବି ଏକ୍ସଟ୍ରା ଡାଟାର ଫାଇଦା
Advertisement

ଜିଓ ସହ ଏୟାରଟେଲ ବି ଦେଉଛି ବମ୍ପର ଅଫର, ଉଠାନ୍ତୁ ୧୦ ଜିବି ଏକ୍ସଟ୍ରା ଡାଟାର ଫାଇଦା

କୌଣସି ବି ନେଟୱର୍କ ପାଇଁ ଅନଲିମିଟେଡ ଭଏସ କଲିଂ ଓ ପ୍ରତିଦିନ ପାଇଁ ୧୦୦ ଏସଏମଏସ ସହ ଏହି ପ୍ଲାନରେ ଆପଣଙ୍କୁ ଡିଜନୀ ପ୍ଲସ ହଟଷ୍ଟାର ର ଏକବର୍ଷ ପର୍ଯ୍ୟନ୍ତ ସବସ୍କ୍ରିପସନ ବି ମିଳିବ। 

ଜିଓ ସହ ଏୟାରଟେଲ ବି ଦେଉଛି ବମ୍ପର ଅଫର, ଉଠାନ୍ତୁ ୧୦ ଜିବି ଏକ୍ସଟ୍ରା ଡାଟାର ଫାଇଦା

ନୂଆଦିଲ୍ଲୀ: ଦେଶର ସବୁ ଟେଲିକମ କମ୍ପାନୀ ମାନେ ଏହି ଉଦ୍ୟମ କରିଛନ୍ତି ଯେ, ଯେମିତିକି ତାଙ୍କ ୟୁଜର୍ସ ମାନେ ତାଙ୍କ ସହ  ସର୍ବଦା ଜଡ଼ିତ ହୋଇରୁହନ୍ତୁ । ଆଉ ଖାସ ସେଥିପାଇଁ ଟେଲିକମ କମ୍ପାନୀ ମାନେ ମନଲୋଭା ଅଫର ମଧ୍ୟ ନିଜ ୟୁଜର୍ସଙ୍କ ଦେଇଥାନ୍ତି । ତେବେ ଏହି କ୍ରମରେ ପ୍ରାଇଭେଟ ଟେଲିକମ କମ୍ପାନୀ ଜିଓ ଓ ଏୟାରଟେଲର ଧମାକାଦାର ପ୍ଲାନ ବିଷୟରେ କହିବୁ ଯାହା ଆପଣଙ୍କୁ ଫାଇଦା ହିଁ ଫାଇଦା ଦେବ । ତେବେ ଚାଲନ୍ତୁ ଜାଣିବା ସେହି ସୁପର ପ୍ଲାନ ବିଷୟରେ...

ଜିଓର ଏହି ପ୍ରିପେଡ ପ୍ଲାନର ଦାମ ୩ ହଜାର ୧୧୯ ଟଙ୍କା ଅଛି । ଗୋଟିଏ ବର୍ଷର ଭାଲିଡିଟି ଥିବା ଏହି ପ୍ଲାନରେ ଆପଣଙ୍କୁ ପ୍ରତ୍ୟେକ ଦିନ ପାଇଁ ୨ ଜିବି ଡାଟା ମିଳିଥାଏ । ତା ସହ ୧୦ ଜିବି ଡାଟା ଏକ୍ସଟ୍ରା ମଧ୍ୟ ଦିଆଯିବ ଯଦ୍ୱାରା ମୋଟ ଆପଣଙ୍କୁ ୭୪୦ ଜିବିର ଡାଟା ମିଳୁଛି । କୌଣସି ବି ନେଟୱର୍କ ପାଇଁ ଅନଲିମିଟେଡ ଭଏସ କଲିଂ ଓ ପ୍ରତିଦିନ ପାଇଁ ୧୦୦ ଏସଏମଏସ ସହ ଏହି ପ୍ଲାନରେ ଆପଣଙ୍କୁ ଡିଜନୀ ପ୍ଲସ ହଟଷ୍ଟାର ର ଏକବର୍ଷ ପର୍ଯ୍ୟନ୍ତ ସବସ୍କ୍ରିପସନ ବି ମିଳିବ। 

Also Read: Omicron ଲକ୍ଷଣ ସମୟରେ କଣ ଖାଇବା ଉଚିତ୍ କଣ ନୁହେଁ...

ଜିଓର ଏହି ୮୪ ଦିନର ଭାଲିଡିଟି ପ୍ଲାନର ଦାମ ୧, ୦୬୬ ଟଙ୍କା। ଏଥିରେ ଆପଣଙ୍କୁ ଦୈନିକ 2GB ଡାଟା ସହିତ ସମୁଦାୟ 5GB ଅତିରିକ୍ତ ଡାଟା ମଧ୍ୟ ଦିଆଯାଉଛି । ଏହି ଯୋଜନାରେ, ଆପଣ ପ୍ରତିଦିନ ଶହେଟି SMS ଏବଂ କୌଣସି ନେଟୱାର୍କକୁ ଅସୀମିତ କଲିଂ କରିବା ସହିତ ଡିସ୍ନି + ହଟଷ୍ଟାରର (Disney Plus Hotstar) ମୋବାଇଲ୍ ଭର୍ସନକୁ ସବସ୍କ୍ରିପସନ୍ ଏବଂ ସମସ୍ତ ଜିଓ ଆପ୍ସରେ ମାଗଣା ଆକ୍ସେସ ମିଳୁଛି। 

Also Read: ଅଜିତଙ୍କ Valimai ଫିଲ୍ମକୁ ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ବଡ଼ ଝଟକା

ଯଦି ଆପଣ ଜଣେ ଏୟାରଟେଲ ୟୁଜର ତେବେ ଆମେ ଏଠାରେ କହିରଖୁଛୁ ଯେ, ଯଦି ଆପଣ ୬୯୯ ର ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ଏହି ପ୍ଲାନରେ କୌଣସି ବି ନେଟୱାର୍କକୁ ଅନଲିମିଟେଡ କଲ୍, ଦୈନିକ ୧୦୦ ମେସେଜ, ପ୍ରତିଦିନ ପାଇଁ ୩ ଜିବିର ଡାଟା  ଉପଲବ୍ଧ ହେଉଛି । ଏହି ପ୍ଲାନରେ ଫ୍ରିରେ ଆପଣଙ୍କୁ ୪ ଜିବି ଡାଟାର କୁପନ ସହ ୫୬ ଦିନ ପର୍ଯ୍ୟନ୍ତ ଆମାଜନ ପ୍ରାଇମ ଭିଡିଓ (Amazon Prime Video) ର ସବସ୍କ୍ରିପସନ ମଧ୍ୟ ମିଳିବ । ଆଉ ଏହି ପ୍ଲାନର ବୈଧତା ୫୬ ଦିନ ପର୍ଯ୍ୟନ୍ତ ରହିବ।  

Also Read: Assembly Elections 2022: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଟେଲିକମ କମ୍ପାନୀ (Telecom) ଏୟାରଟେଲର କିଛି ଏମିତି ରିଚାର୍ଜ ପ୍ଲାନ ଅଛି ଯାହା କିଣିବା ଦ୍ୱାରା ଆପଣଙ୍କୁ ଡାଟା କୁପନ ମିଳିଥାଏ । ଆପଣଙ୍କ ଜଣାଇବାକୁ ଚାହୁଁଛୁ ଯେ, ଯଦି ଆପଣ ଏୟାରଟେଲର ୨୮ ଦିନ ପାଇଁ ୩୫୯ ଟଙ୍କାର  ରିଚାର୍ଜ ପ୍ଲାନ ବ୍ୟବହାର କରୁଛନ୍ତି ତେବେ ସେଥିରେ ଆପଣଙ୍କୁ ୧ ଜିବିର ଡାଟା କୁପନ ମିଳିପାରେ । ସେହିଭଳି ଆପଣ ଯଦି ୪୭୯ ଟଙ୍କାର ରିଚାର୍ଜ କରୁଛନ୍ତି ତେବେ ଏହାର ବୈଧତା ୫୬ ଦିନର ହୋଇଥାଏ । ଆଉ ସେଥିରେ ଆପଣଙ୍କୁ ୧ ଜିବିର ଚାରୋଟି କୁପନ ମିଳିଥାଏ । ହେଲେ ଏହି ସୁବିଧା ସେତେବେଳେ ଆପଣ ପାଇପାରିବେ ଯଦି ଆପଣ ଏୟାରଟେଲର (Airtel)  Thanks ଆପ୍ ର ବ୍ୟବହାର କରୁଥିବେ।