ଭୁବନେଶ୍ବର: କଟକଣାରେ ପାଳନ ହେବ ପର୍ବ। ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳିତ ହେଉଛି ଦୋଳ ପୂର୍ଣ୍ଣିମା। ଏଥର ଦୋଳ ମେଳଣ ନଥିବା ବେଳେ ସୀମିତ ସଂଖ୍ୟକ ଲୋକଙ୍କ ଗହଣରେ କେବଳ ବିଧି ରକ୍ଷା ପାଇଁ ପୂଜାର୍ଚ୍ଚନା ହୋଇଛି। ସେପଟେ ରାତି ପାହିଲେ ରଙ୍ଗର ପର୍ବ ହୋଲି। ହେଲେ କୋଭିଡ୧୯ କଟକଣା ପାଇଁ ଏଥର ଫିକା ପଡିବ ଏହି ପର୍ବ ପାଳନ।


COMMERCIAL BREAK
SCROLL TO CONTINUE READING

ସର୍ବସାଧାରଣରେ ସାମୂହିକ ରଙ୍ଗ ଖେଳିବାକୁ ଏଥର ବାରଣ କରାଯାଇଥିବା ବେଳେ ଘରେ ରହି ପରିବାର ସହ ହୋଲିର ଶୁଭେଚ୍ଛା ଜଣାଇବେ। ଏଥିପାଇଁ ଗାଁ ଠାରୁ ସହର ଏକପ୍ରକାର ନିରାଡମ୍ବର ଭାବେ ରଙ୍ଗର ପର୍ବ ପାଳିତ ହେବ।


କୋଭିଡ କଟକଣାରେ ପାଳନ ହୋଇଛି ଦୋଳ ପୂର୍ଣ୍ଣିମା। ବିଧି ରକ୍ଷା କରିବା ଲାଗି ସୀମିତ ଲୋକଙ୍କ ମଧ୍ୟରେ ଘରକୁ ଘର ବୁଲି ଭୋଗ ଖାଉଛନ୍ତି ରାଧାମାଧବ। କୋଭିଡ କଟକଣା ମାନି ସୀମିତ ଲୋକଙ୍କ ମଧ୍ୟରେ ଦୋଳ ବିମାନକୁ କାନ୍ଧେଇ ବୁଲାଯାଉଛି। ଏହାସହ ଗାଁ ଗହଳିରେ ମଧ୍ୟ ପରମ୍ପରା ରକ୍ଷା କରି ସୀମିତ ଲୋକଙ୍କ ଦ୍ବାରା ଗୋପାଳଙ୍କ ଦ୍ବାରା ଲଉଡି ଖେଳ ଖେଳହୋଇଛି। ରାଜ୍ୟ ରାଜଧାନୀର ବିଭିନ୍ନ ସ୍ଥାନରେ ଏପରି କୋଭିଡ କଟକଣା ଭିତରେ ଦୋଳଉତ୍ସବ ପାଳନ ହୋଇଛି। 


Also Read: କୋରୋନାର ଛାଟ: ପର୍ବପର୍ବାଣୀ ଉପରେ କଟକଣା


ସାହି ଗଳିରେ ମଧ୍ୟ ଏଥର ଜନସମାଗମ ହୋଇନାହିଁ। କେବଳ ପରିବାର ସଦସ୍ୟ ପୂଜାର୍ଚ୍ଚନାରେ ସାମିଲ ହୋଇଛନ୍ତି। ସେପଟେ ପ୍ରେମ, ଭାଇଚାରା, ସଦଭାବନାର ପର୍ବ ହୋଲି ପାଇଁ ରଙ୍ଗେଇ ହୋଇଛି ଗ୍ରାମରୁ ସହର। ଫଗୁଣର ରଙ୍ଗରେ ରଙ୍ଗୀନ ହେବା ପାଇଁ ପିଲା ଠାରୁ ବୟସ୍କ ସଭିଏଁ ପ୍ରସ୍ତୁତ। ହେଲେ ଏଥର କୋରୋନା ଛାଟରେ ଫିକା ପଡିବ ପର୍ବ। 


Also Read: ରଙ୍ଗହୀନ ହେବ ହୋଲି: ଖେଳିଲେ ଗଣିବେ ଫାଇନ୍


 


ସର୍ବସାଧାରଣରେ ହୋଲି ଖେଳକୁ ବାରଣ କରାଯାଇଥିବା ବେଳେ ଘରେ ରହି ପରିବାର ସଦସ୍ୟଙ୍କ ସହ ରଙ୍ଗ ଖେଳିବାକୁ ମନସ୍ଥ କରିଛନ୍ତି ଲୋକ। ସେପଟେ ଗତ ବର୍ଷ ଭଳି ଏଥର ମଧ୍ୟ କଟକଣା ହେତୁ ବ୍ୟବସାୟ ମାନ୍ଦା ପଡିଛି। ତଥାପି ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ରଙ୍ଗ, ଅବିର, ପିଚକାରୀ, ମାସ୍କ ଆଦି ବିକ୍ରି କରୁଛନ୍ତି ବ୍ୟବସାୟୀ।


ପ୍ରତିବର୍ଷ ଦୋଳ ପୂର୍ଣ୍ଣିମା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ହେଲେ ଏଥର ଯାତ୍ରା ମହୋତ୍ସବ କିମ୍ବା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ଜାରି ହୋଇଛି କଟକଣା। କେବଳ ବିଧିରକ୍ଷା କରି ପୂଜା କରାଯାଉଛି। ବିଶେଷଜ୍ଞଙ୍କ ମତରେ କୋଭିଡ କଟକଣା ମାନି ପର୍ବ ପାଳନ କରିବା ହିଁ ଶ୍ରେୟସ୍କର।