ଭୁବନେଶ୍ୱର: ଲଘୁଚାପ ପରେ ଲଘୁଚାପ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଗତକାଲି ବଙ୍ଗୋପ ସାଗର ଠାରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ମଙ୍ଗଳବାର ଓ୍ବେଲମାର୍କଡ ଲୋ ପ୍ରେସରରେ ପରିଣତ ହୋଇ ଦକ୍ଷିଣ ଛତିଶଗଡ ସଂଲଗ୍ନ ଦକ୍ଷିଣ ଓଡିଶାରେ ସକ୍ରିୟ ରହିଛି। ଏହାସହ ମନସୁନ୍ ଟ୍ରଫ୍ ଲାଇନ ଏବଂ ଅନ୍ୟ ଏକ ଶିୟର ଜୋନ୍ ମଧ୍ୟ ସକ୍ରିୟ ରହିଛି।,


COMMERCIAL BREAK
SCROLL TO CONTINUE READING

ଯାହା ଫଳରେ ସାରା ରାଜ୍ୟରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ଆଖପାଖ କେନ୍ଦ୍ରୀୟ ବଙ୍ଗୋପ ସାଗର ଅଞ୍ଚଳରେ ପୁଣି ଏକ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି ପାଣିପାଗ ନିୟାମକ ପ୍ରଭାବରେ ପ୍ରଥମେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, ନୂଆପଡା, ନବରଙ୍ଗପୁର ପ୍ରଭୃତି ୧୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର।


ଏହାପରେ ଆସନ୍ତାକାଲି ସାମାନ୍ୟ ବ୍ରେକ୍ ପରେ ଆଗାମୀ ସମ୍ଭାବ୍ୟ ଲଘୁଚାପ ପ୍ରଭାବ ଆସନ୍ତା ୯ ତାରିଖରୁ ରାଜ୍ୟରେ ଅନୁଭୂତ ହେବ। ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ବିକ୍ଷିପ୍ତ ଭାବେ ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ସମୁଦ୍ର ଅଶାନ୍ତ ରହିବା ହେତୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ନିମନ୍ତେ ବାରଣ କରାଯାଇଛି।


Also Read: ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ; ବଢିବ ବର୍ଷାର ପରିମାଣ


ସେପଟେ ଚଳିତ ମାସରେ ଏ ପର୍ଯ୍ୟନ୍ତ ଦୁଇ ଦୁଇଟି ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ନିଅଣ୍ଟିଆ ବର୍ଷା ଭରଣା ହୋଇପାରିନାହିଁ। ରାଜ୍ୟର ୧୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୨୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଭଦ୍ରକ, ବଲାଙ୍ଗିର, ଝାରସୁଗୁଡା, ଯାଜପୁର, ସମ୍ବଲପୁର ଆଦି ୫ ଜିଲ୍ଲାରେ ୪୦-୬୦ ପ୍ରତିଶତ କମ୍ ବର୍ଷା ହୋଇଛି।