ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଶୈବାଳୟରେ ଆଜି ପବିତ୍ର ମହାଶିବରାତ୍ରୀ ପାଳିତ ହୋଇ ଯାଇଛି. ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରରେ ଧାର୍ଯ୍ୟ ସମୟ ମଧ୍ୟରେ ହିଁ ମହାଦୀପ ଉଠିଛି. ଏହା ସହିତ ବ୍ରତଧାରୀ ପୂଜାର୍ଚ୍ଚନା ଶେଷ ହୋଇଛି. 


COMMERCIAL BREAK
SCROLL TO CONTINUE READING

ସୂଚନା ଯୋଗ୍ୟ ମନ୍ଦିର ନୀତି ଅନୁଯାୟୀ ରାତ୍ର ୧୦ ଘଟିକା ସମୟରେ ମହାଦୀପ ଉଠିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା. ମାତ୍ର ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ୧୦ ମିନିଟ ପୂର୍ବରୁ ହିଁ ମହାଦୀପ ଉଠିଛି. ମନ୍ଦିର ବେଢାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଦୃଶ୍ୟକୁ ଦର୍ଶନ କରି ନିଜକୁ ଧନ୍ୟ ମଣିଛନ୍ତି. 


ତେବେ ଲିଙ୍ଗରାଜ ମନ୍ଦିରରେ ଶାନ୍ତିଶୃଙ୍ଖଳା ସହିତ ମହାଶିବରାତ୍ରୀ ପାଳନ କରିଛନ୍ତି ଶ୍ରଦ୍ଧାଳୁ. ପାରମ୍ପରିକ ନୀତିକାନ୍ତି ଠିକ ସମୟରେ ସମାପନ ହୋଇଥିବାରୁ ମହାଦୀପ ସଠିକ ସମୟରେ ଉଠିଥିବା ନେଇ ମନ୍ଦିର ପୂଜକ ସୂଚନା ଦେଇଛନ୍ତି. ସେପଟେ ଏହି ମହାଦୀପ ଉଠିବା ସମୟରେ ମନ୍ଦିର ଚାରିପଟେ ଓଁ ନମଃ ଶିବାୟ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା. 


ମହାଦୀପ କେତେ ବେଳେ ଉଠିବ ତାହା ଉପରେ ସମସ୍ତଙ୍କର ଧ୍ୟାନ ଥିଲା। ଭକ୍ତିପୂତ ସହିତ ହଜାର ସଂଖ୍ୟକ ଭକ୍ତ ଉପବାସ ରହି ମନ୍ଦିରରେ ଦୀପ ପ୍ରଜ୍ଜ୍ଵଳନ କରି ଜାଗର ପାଳିଛନ୍ତି। ଏହା ଅତ୍ୟନ୍ତ ଶୁଭ ଲକ୍ଷଣ ବୋଲି ଉପସ୍ଥିତ ଭକ୍ତମାନେ ଆଲୋଚନା କରୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶା ରାଜ୍ୟର ସବୁଠାରୁ ଅଧିକ ପ୍ରସିଦ୍ଧି ଲାଭ କରିଥିବା ତଥା ପୁରାତନ ଶୈବପୀଠ ରୂପେ ରାଜଧାନୀ ଭୁବନେଶ୍ୱରରେ ଥିବା ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିଗଣିତ ହୋଇଥାଏ ।