ଭୁବନେଶ୍ବର: ଦେଶରେ ସ୍ବାଭାବିକ, ରାଜ୍ୟକୁ ଧୋକା। ଚଳିତ ବର୍ଷ ଜୁନ୍ ଦ୍ବିତୀୟ ସପ୍ତାହରେ ରାଜ୍ୟରେ ପ୍ରବେଶ କରିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ମାସରେ ସେତେଟା ବଡ ବର୍ଷା ଅନୁଭୂତ ହୋଇନାହିଁ। ମାତ୍ର ଗୋଟିଏ ଲଘୁଚାପ ପ୍ରଭାବରେ ଚଳିତ ମାସ ଶେଷ ସୁଦ୍ଧା ମୌସୁମୀର ଲୁଚକାଳି ହେତୁ ୧୭ ପ୍ରତିଶତ କମ୍ ତଥା ରାଜ୍ୟର ୧୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏବେ ଜୁଲାଇ ମାସ ପାଇଁ ଭାରତୀୟ ପାଣିପାଗ-ଆଇଏମଡ଼ି (Indian Metrological Department-IMD) ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବା ବେଳେ ସାରା ଦେଶରେ ସ୍ବାଭାବିକ ତଥା ୯୪-୧୦୬ ପ୍ରତିଶତ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ (Metrological Centre)। ଜୁଲାଇ ମାସରେ ଭଲ ବର୍ଷା ହେଲେ ଏହା ଭରଣା ହୋଇପାରିବ ବୋଲି ଆଶା କରାଯାଇଛି। ସେପଟେ ବର୍ତ୍ତମାନ ରାଜ୍ୟରେ ମୌସୁମୀ (Monsoon) ଦୁର୍ବଳ ଥିବାରୁ ଖରା ପ୍ରକୋପ ଅଧିକା ରହିବା ସହ ଉତ୍ତର ଉପକୂଳ (Odisha Northern Coast) ଏବଂ ଦକ୍ଷିଣ ଓଡିଶାର (South Odisha) କିଛି ସ୍ଥାନରେ କାଁ ଭାଁ ବର୍ଷା ହେବା ନେଇ ବିଭାଗ ଆକଳନ କରିଛି। 


Also Read: Weather Alert: ଆସନ୍ତା ୩୦ ତାରିଖରୁ ବଢିବ ବର୍ଷା


ଏହା ସହ ଏକ ଟ୍ରଫ୍ ଲାଇନ (Trough Line) ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନୟାଗଡ, କଟକ, କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା (Heavy Rain) ଏବଂ ଆଉ ୨୩ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Light to Moderate Rain) ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ବିଭାଗ। ସେହିପରି ଆସନ୍ତାକାଲି ଠାରୁ ୬ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଘଡଘଡି ବର୍ଷା ସହ ବଜ୍ରପାତ ଜାରି ରହିବା ନେଇ ସତର୍କ ସୂଚନା ଜାରି କରାଯାଇଛି।