Weather Alert: ଆସନ୍ତା ୩୦ ତାରିଖରୁ ବଢିବ ବର୍ଷା
Advertisement

Weather Alert: ଆସନ୍ତା ୩୦ ତାରିଖରୁ ବଢିବ ବର୍ଷା

ସୋମବାର ଠାରୁ ପାଗ ୨ ଦିନ ଶୁଖିଲା ରହିବା ସହ ୩୦ ତାରିଖରୁ ବର୍ଷା ବଢିବାର ସମ୍ଭାବନା ରହିଛି। 

ଫଟୋ ସୌଜନ୍ୟ: ଟ୍ୱିଟର@mcbbsr

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପରେ କମିବ ପୁଣି ୩୦ ତାରିଖରୁ ବଢିବ ବର୍ଷା। ଗତକାଲିର ସମୁଦ୍ର ପତ୍ତନରେ ଥିବା ନିମ୍ନ ଚାପ ରେଖା ରବିବାର ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶରୁ ଉତ୍ତର ଓଡିଶା ମଧ୍ୟ ଦେଇ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ପର୍ଯ୍ୟନ୍ତ ଲମ୍ବିଛି। ଏହା ବ୍ୟତୀତ ଉତ୍ତର ଛତିଶଗଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣୀବଳୟ ସମୁଦ୍ର ପତ୍ତନ ଠାରୁ ସକ୍ରିୟ ରହିଛି। ଏହା ସହ ଆନ୍ଧ୍ର ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ଅନ୍ୟ ଏକ ଘୁର୍ଣ୍ଣୀବଳୟ ସକ୍ରିୟ ରହିଛି।

ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଆଦି ୪ ଜିଲ୍ଲାରେ ପ୍ରବଳ ବର୍ଷା (Heavy Rain) ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି ଆଦି ୨୧ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସହ ବଜ୍ରପାତ (Lightning) ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Metrological Centre)।

Also Read: Monsoon Season 2021: କେଉଁଠି ହୋଇଛି କେତେ ପରିମାଣରେ ବର୍ଷା?

 

ଏହା ପରେ ସୋମବାର ଠାରୁ ପାଗ ୨ ଦିନ ଶୁଖିଲା ରହିବା ସହ ୩୦ ତାରିଖରୁ ବର୍ଷା ବଢିବାର ସମ୍ଭାବନା ରହିଛି। ସେପଟେ ଚଳିତ ବର୍ଷ ଜୁନ ପହିଲାରୁ ୨୭ ତାରିଖ ମଧ୍ୟରେ ରାଜ୍ୟରେ ୧୭୪.୯ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଏହା ସହ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଏବଂ ୭ ଜିଲ୍ଲାରେ ସ୍ୱାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ଯାଏଁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।