ଫିକା ପଡ଼ିବ ନୂଆବର୍ଷ; ଜାଣନ୍ତୁ କ`ଣ ଖୋଲା, କ`ଣ ରହିବ ବନ୍ଦ
ଫିକା ପଡିବ ନବବର୍ଷ (New Year 2022) , ଓମିକ୍ରନ (Omicron) ଡରରେ କଟକଣା ଜୋର୍। ବିଦାୟ ନେବ ପୁରୁଣା ବର୍ଷ, ଆସିବ ବର୍ଷ ୨୦୨୨। ପ୍ରତିବର୍ଷର ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବାର ଧୁମଧାମ ଆୟୋଜନ ଉପରେ ରୋକ୍ ଲାଗିଛି। ଗତ ବର୍ଷ ଭଳି ଏଥର ବି କୋରୋନାର ଆଉ ଗୋଟିଏ ଭ୍ୟାରିଆଣ୍ଟ ସମସ୍ତ ପ୍ରସ୍ତୁତି ଓ ଉତ୍ସାହକୁ ଫିକା କରିଦେଇଛି। ସରକାରଙ୍କ ପକ୍ଷରୁ ଜିରୋ ନାଇଟ ସେଲିବ୍ରେସନ (Zero Night Celebration) କୁ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ବାର ଓ କଲ୍ୟାଣ ମଣ୍ଡପ ଭଳି ସ୍ଥାନରେ ବାରଣ କରାଯାଇଛି।
ଭୁବନେଶ୍ୱର: ନୂଆବର୍ଷ-୨୦୨୨କୁ କୋରୋନା ଛାଟ। ମଉଳିବ ବର୍ଷ ଆରମ୍ଭର ଉସ୍ତ୍ରାହ। ୨୦୨୧ ପୁରୁଣା ବର୍ଷ ବିଦାୟ ନେଇ ନବବର୍ଷ ୨୦୨୨ ଆସୁଛି। ତେବେ ନୂଆବର୍ଷକୁ ସ୍ୱାଗତ କରିବାକୁ ସବୁଠି ଉତ୍ସାହ ହେଲେ ଦେଶ ତଥା ରାଜ୍ୟରେ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରୋନ୍ ଏଣ୍ଟ୍ରି ପରେ ରାଜ୍ୟରେ କଟକଣାକୁ କଠୋର କରାଯାଇଛି। ଜିରୋ ନାଇଟ ସେଲିବ୍ରେସନ ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଥିବା ବେଳେ ବିଭିନ୍ନ ଧର୍ମାଷ୍ଠାନରେ ସର୍ବସାଧାରଣଙ୍କ ଦର୍ଶନ ବାରଣ କରାଯାଇଛି। ବିଶେଷ କରି ଟ୍ୟୁଇନ୍ ସିଟିରେ ଏହାକୁ କଡାକଡି ଭାବେ ପାଳନ କରିବାକୁ ସ୍ବତନ୍ତ୍ର ଫୋର୍ସ ମୂତୟନ ନେଇ ବିଏମସି, ସିଏମସି ଓ କମିଶନରେଟ୍ ପୋଲିସ୍ ସଜାଗ ରହିଛି।
ଫିକା ପଡିବ ନବବର୍ଷ (New Year 2022) , ଓମିକ୍ରନ (Omicron) ଡରରେ କଟକଣା ଜୋର୍। ବିଦାୟ ନେବ ପୁରୁଣା ବର୍ଷ, ଆସିବ ବର୍ଷ ୨୦୨୨। ପ୍ରତିବର୍ଷର ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବାର ଧୁମଧାମ ଆୟୋଜନ ଉପରେ ରୋକ୍ ଲାଗିଛି। ଗତ ବର୍ଷ ଭଳି ଏଥର ବି କୋରୋନାର ଆଉ ଗୋଟିଏ ଭ୍ୟାରିଆଣ୍ଟ ସମସ୍ତ ପ୍ରସ୍ତୁତି ଓ ଉତ୍ସାହକୁ ଫିକା କରିଦେଇଛି। ସରକାରଙ୍କ ପକ୍ଷରୁ ଜିରୋ ନାଇଟ ସେଲିବ୍ରେସନ (Zero Night Celebration) କୁ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ବାର ଓ କଲ୍ୟାଣ ମଣ୍ଡପ ଭଳି ସ୍ଥାନରେ ବାରଣ କରାଯାଇଛି। ସେହିଭଳି ପିକନିକ ସ୍ପଟରେ ଭୋଜିଭାତ ଉପରେ ବି ଅଙ୍କୁଶ ଲାଗିଛି। ତେବେ ବିଏମସି ଅଧିନରେ ଥିବା ସମସ୍ତ ଧାର୍ମିକ ସ୍ଥଳରେ ୩୧ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବାରଣ ସହ ଏନଫୋର୍ସମେଣ୍ଟ ପାଇଁ ଟିମ୍ ସଜାଗ ରହିଛନ୍ତି।
Also Read: ବିପଦ ବଢାଇଲା ବର୍ଷା-କୁହୁଡି ମିଶା ପାଗ, ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ସେହିଭଳି ନନ୍ଦନକାନନନ (Nandankanan) କୁ ଡିସେମ୍ବର ୩୦ରୁ ଜାନୁଆରୀ ୨ ତାରିଖ ଏବଂ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଓ ବୁର୍ଲା ସ୍ଥିତ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମକୁ ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସାମୟିକ ଭାବରେ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ସେପଟେ କଟକ କମିଶନରେଟ ପୋଲିସ ପକ୍ଷରୁ ୩୧ ତାରିଖ ସନ୍ଧ୍ୟା ଠାରୁ ଜୋରଦାର ଚେକିଂ ଓ ବ୍ଲକିଂ ସହ ସହରରେ ମୋଟ ୨୩ ସ୍ଥାନରେ ନାକାବନ୍ଦୀ ଏବଂ ୧୨ ପ୍ଲାଟୁନ ପୋଲିସ ଫୋର୍ସ ଓ ସମସ୍ତ ବରିଷ୍ଠ ଅଧିକାରୀ ନିୟୋଜିତ ହେବେ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି। ତେବେ ଜିରୋ ନାଇଟ ସେଲିବ୍ରେସନ କଟକଣାକୁ ନେଇ ହୋଟେଲ ଆସୋସିଏସନ ପକ୍ଷରୁ ଅସନ୍ତୋଷ ଜାହିର କରାଯାଇଛି।
ଅପରପକ୍ଷରେ କୋଣାର୍କ (Konark) , ଚନ୍ଦ୍ରଭାଗା, ରାମଚଣ୍ଡୀ, କାକଟପୁର ମା ମଙ୍ଗଳା ମନ୍ଦିର ଓ ଅସ୍ତରଙ୍ଗ ପିର ଜାହାନିଆ ସ୍ଥାନରେ କୋଭିଡ କଟକଣାକୁ ଦେଖି ୧୪୪ ଧାରା ଲାଗୁ ହୋଇଛି। ଏହି ସବୁ ସ୍ଥାନକୁ ବି ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଆସିବାକୁ ବାରଣ କରାଯାଇଛି। କିନ୍ତୁ ସମସ୍ତ ମଲ, ମାର୍କେଟ କମ୍ପ୍ଲେକ୍ସ, ସିନେମା ହଲ ଖୋଲା ରହିବ। ହେଲେ ସବୁ ସ୍ଥାନରେ ଯେପରି କୋଭିଡ ନିୟମ (Covid Guidelines) ଉଲଂଘନ ନ ହୁଏ ସେଥିପ୍ରତି ନିର୍ଦ୍ଦେଶ ଦିଆଯାଇଛି।