ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । କୋରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । 


COMMERCIAL BREAK
SCROLL TO CONTINUE READING

ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା । ତେବେ ଆସନ୍ତା ୫ ତାରିଖ ଅର୍ଥାତ୍ ସୋମବାର ଠାରୁ ଏହି କଟକଣା ଲାଗୁ କରାଯିବ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ ନାଇଟ୍ କର୍ଫ୍ୟୁ (Night Curfew) କଟକଣା ।


Also Read: ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ବିଜେପି ବିଧାୟକ


ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଅନ୍ୟ ସବୁ କିଛି ବନ୍ଦ ରହିବ । ମେଡିକାଲ୍ କିମ୍ବା ଅନ୍ୟ ଜରୁରୀକାଳିନ କ୍ଷେତ୍ରରେ ଲୋକେ ଯାତାୟତ କରିପାରିବେ । ଡାକ୍ତର, ମେଡିକାଲ ଓ ପାରା ମେଡିକାଲ ଷ୍ଟାଫଙ୍କ କାର୍ଯ୍ୟ ଜାରି ରହିବ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବାରେ ଥିବା କର୍ମଚାରୀ ଓ ଆମ୍ବୁଲାନ୍ସ (Ambulance) ସେବା ଜାରି ରହିବ । ସମସ୍ତ ଶିଳ୍ପାୟନ ୟୁନିଟ୍, ନିର୍ମାଣ କାର୍ଯ୍ୟ, ମେଡିସିନ୍ ଦୋକାନ ଖୋଲା ରହିବ । ସେହିପରି ଘରୋଇ ଯାତ୍ରୀବାହୀ ଯାନ ଓ ଟାକ୍ସି ଯାତାୟତ କରିପାରିବ । ଏୟାରପୋର୍ଟ (Airport) , ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେବା ଆଣିବା କରିପାରିବେ । ହୋଟେଲ ଓ ଏ ସମ୍ବନ୍ଧୀୟ ଅଫିସ୍ ଓ କର୍ମଚାରୀଙ୍କୁ ଅନୁମତି ମିଳିବ । ଦାୟିତ୍ୱରେ ଥିବା ଜିଲ୍ଲା ଓ ମ୍ୟୁନିସିପାଲ, ପୋଲିସ ଓ ସରକାରୀ ଅଧିକାରୀଙ୍କୁ ଯିବାଆସିବା ପାଇଁ ଅନୁମତି ମିଳିବ ।


Also Read: ଦେଶରେ ପୁଣି ଲାଗିବ କି ଲକଡାଉନ? ଜାଣନ୍ତୁ କ'ଣ ରହିଛି କୋରୋନା ପ୍ରଭାବିତ ରାଜ୍ୟର ବିଚାର


ସେପଟେ ପ୍ରତିଦିନ କୋରୋନା ସଂକ୍ରମଣ (Coronavirus) ବଢୁଥିବାରୁ କୋଭିଡ ମୁକାବିଲା ଓ ପ୍ରସ୍ତୁତି ପାଇଁ ସ୍ବାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର (Pradipta Mohapatra) ସବୁ ଜିଲ୍ଲାପାଳ, CDMOଙ୍କୁ ଚିଠି ଲେଖିଛନ୍ତି। ଜିଲ୍ଲା ହସ୍ପିଟାଲ (Odisha Hospital) ରେ ଅକ୍ସିଜେନ ବ୍ୟବସ୍ଥା ସହ ବେଡ ପ୍ରସ୍ତୁତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ICU, ଡାଏଲିସିସ, ଲେବର ରୁମ ଆଦି ମଧ୍ୟ ପ୍ରସ୍ତୁତ ରଖିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।