ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ବିଜେପି ବିଧାୟକ
Advertisement
Article Detail0/zeeodisha/odisha877604

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ବିଜେପି ବିଧାୟକ

ଲୋକତନ୍ତ୍ରର ମନ୍ଦିର କୁହାଯାଉଥିବା ବିଧାନସଭା (Odisha Assembly) ବି ପାଲଟିଲାଣି ଆଖଡା ଘର। ଏଠି ଲୋକଙ୍କ ବିକାଶର କଥା କମ, ଆଉ ହଙ୍ଗାମା ଓ ଜୋତା ଚପଲ ଉଡୁଛି ଅଧିକ। ଅଧିବେଶନ ବେଳେ ଯେତିକି ସମୟ ଆଲୋଚନା ହେଉଛି, ତାଠାରୁ ଅଧିକ ସମୟ ଗୃହ ମୁଲତବୀ ରହୁଛି। 

ଡିଜାଇନ ଫଟୋ

ଭୁବନେଶ୍ବର: ଆଜି ବିଧାନସଭାରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍‌-୨୦୨୧ ବିଧାନସଭାରେ ପାରିତ ହୋଇଛି। ଏହି ବିଲର ବିରୋଧରେ ବିରୋଧୀଙ୍କ ହାଙ୍ଗାମା କରିଛନ୍ତି। ଏପରି ଅଶୋଭନୀୟ ଆଚରଣ ମଧ୍ୟ କରିଥିବା ଦେଖିବାକୁ ମିଳିଛି। ୨ ଜଣ ବିଜେପି ବିଧାୟକ, ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଭଳି ସାଙ୍ଘାତିକ ଅଭିଯୋଗ ମଧ୍ୟହେଉଛି। 

ଲୋକତନ୍ତ୍ରର ମନ୍ଦିର କୁହାଯାଉଥିବା ବିଧାନସଭା (Odisha Assembly) ବି ପାଲଟିଲାଣି ଆଖଡା ଘର। ଏଠି ଲୋକଙ୍କ ବିକାଶର କଥା କମ, ଆଉ ହଙ୍ଗାମା ଓ ଜୋତା ଚପଲ ଉଡୁଛି ଅଧିକ। ଅଧିବେଶନ ବେଳେ ଯେତିକି ସମୟ ଆଲୋଚନା ହେଉଛି, ତାଠାରୁ ଅଧିକ ସମୟ ଗୃହ ମୁଲତବୀ ରହୁଛି। ଫଳରେ ଆବଶ୍ୟକୀୟ ବିଲ୍ ଉପରେ ଆଲୋଚନା ହେଉନାହିଁ। ସେପଟେ କିନ୍ତୁ ଲୋକଙ୍କ କାମ କରୁଥିବା ନାଁରେ ଲୋକ ପ୍ରତିନିଧି ବା ବିଧାୟକ-ମନ୍ତ୍ରୀମାନେ ମୋଟା ଅଙ୍କର ଦରମା ନେଉଛନ୍ତି।

Also Read: ପୁଣି ନିୟନ୍ତ୍ରଣ ବାହାରେ କୋରୋନା: ୬ ମାସ ପରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ଗତ ୨୪ ଘଣ୍ଟାରେ ୭୧୪ ମୃତ୍ୟୁ

ବିଧାନସଭାର ପରମ୍ପରା ଅନୁସାରେ ଆଜି ମଧ୍ୟ ଆଲୋଚନା ବେଳେ ଖୁବ ହଙ୍ଗାମା ହୋଇଛି। ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍‌-୨୦୨୧କୁ ବିରୋଧି ଦଳ ବିରୋଧ କରିଛି। ବିରୋଧ କରିବା ସମସ୍ତଙ୍କ ସାମ୍ବିଧାନିକ ଅଧିକାର। କିନ୍ତୁ ବିଜେପର ୨ ଜଣ ବିଧାୟକ ଏହାର ସୀମା ଲଙ୍ଘିଛନ୍ତି। ସେମାନେ ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଥିବା ଅଭିଯୋଗ ହୋଇଛି। 

ବିଜେଡ଼ି (BJD) ନେତ୍ରୀ ପ୍ରମିଳା ମଲ୍ଲିକ (Pramila Mallik)ଙ୍କ ଅଭିଯୋଗ ଅନୁସାରେ ବିଧାନସଭାରେ ବାଚସ୍ପତି (Odisha Speaker) ଙ୍କ ଉପରକୁ ବିଧାୟକ ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ଜୋତା ଫୋପାଡିଛନ୍ତି। ମୋହନ ମାଝୀ ହେଡ୍ ଫୋନ୍ ଫୋପାଡିଛନ୍ତି। ତାହା ସୁରକ୍ଷା କର୍ମୀଙ୍କ ମୁଣ୍ଡରେ ବାଜି ଆଘାତ ଲାଗିଛି। ବିରୋଧୀଙ୍କ ଏପରି ଆଚରଣ ଗହଣୀୟ ନୁହେଁ। 

Also Read: ପିପିଲି ପାଇଁ BJDର ୩୦ ଷ୍ଟାର୍ କ୍ୟାମ୍ପେନର; ଶୀର୍ଷରେ ନବୀନ, ପୁଣି ନିଖୋଜ ଅନୁଭବ

ସେପଟେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର (Surjya Narayan Patra) କହିଛନ୍ତି ଯେ, ଭିଡିଓ ଫୁଟେଜ ଆଧାରରେ ଚପଲ ଫିଙ୍ଗା ଘଟଣାର ତଦନ୍ତ ହେବ। ଦୋଷୀ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପଟେ ବିରୋଧି କଂଗ୍ରେସ ମଧ୍ୟ ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାକୁ କଡା ନିନ୍ଦା କରିଛି।

ବିଜେପି ବିଧାୟକ (BJP MLA) ଜୟନାରାୟଣ ମିଶ୍ର (Jayanarayan Mishra) ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି। ଚୋର ମୁହଁ ଟାଣ ଭଳି ସେ କହିଛନ୍ତି, 'ମୁଁ ଯାହା କରିଛି ଠିକ୍ କରିଛି, ପଶ୍ଚାତାପ କରିବାର ନାହିଁ, କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ଅଛି। ଖଣି ଉପରେ ମୁଲତବି ପ୍ରସ୍ତାବକୁ ଅଣାଗଲାନି। ଜବରଦସ୍ତ ଭାବେ ଗୃହରେ ବିଲ୍ ପାସ୍ କରାଗଲା। ବାଚସ୍ପତି ସେଭଳି କାମ କରିଥିବାରୁ ଫିଙ୍ଗା ଫୋପଡା ହେଲା। ବିଧାନସଭାରେ ସବୁ ନୀତି ନିୟମକୁ ଜଳାଞ୍ଜଳି ଦିଆଯାଇଛି।'

Also Read: OTET ପରୀକ୍ଷା ତାରିଖ ଘୋଷଣା, ଗୁରୁବାରଠୁ ମିଳିବ ଆଡ୍‌ମିଟ କାର୍ଡ

ସେହିପରି ବିଧାୟକ ବିଷ୍ଣୁ ସେଠୀ (Bishnu Sethi) ସଫେଇ ଦେଇ କହିଛନ୍ତି, 'ଚପଲ ଫୋପଡା ହୋଇଛି ମୁଁ କିନ୍ତୁ ଫିଙ୍ଗିନି। ମୋ ପାଖରେ ଥିବା ହେଡଫୋନ୍ ଓ ପେନ୍ ଫୋପାଡି ଦେଇଛି। କେହି ଜଣେ ନୂଆ ବିଧାୟକ ଚପଲ ଫୋପାଡି ଥାଇପାରନ୍ତି। ମଣିଷକୁ ବାଧିଲେ ଯାହା ପାରିବ ତାହା କରିବ। ଏପରି ବାଚସ୍ପତିଙ୍କ ଉପରକୁ ଚପଲ ନୁହଁ ଆଉ କିଛି ଫୋପାଡିବାର ଥିଲା।'

ବାଚସ୍ପତିଙ୍କ ଉପରେ ବିଧାୟକ ମୋହନ ମାଝୀ (Mohan Majhi) , ହେଡଫୋନ୍ ଫୋପାଡିଥିବା ଅଭିଯୋଗ ହୋଇଛି। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବିନା ବିରୋଧୀ ଦଳରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍ (Odisha Lokayukta Bill) ପାସ କରାଗଲା। ଚକ୍ରାନ୍ତ କରି ଶାସକ ଦଳ ବିଲ୍ ପାସ କରିଛି। ପେନ୍, ହେଡଫୋନ୍,ଚପଲ ଫୋପଡା ଯାଇଛି। କିନ୍ତୁ କିଏ ଚପଲ ଫୋପାଡିଛି ମୁଁ କହିପାରିବିନାହିଁ।'