ଭୁବନେଶ୍ୱର: ପାଠ ପଢା ପରେ ବିବାଦରେ ଫସିଛି ପିଲାଙ୍କ ଛୁଟି। ଜୁନ ବଦଳରେ ମେ'ରେ କରାଯାଉ ଖରା ଛୁଟି, ସରକାରଙ୍କ ନିକଟକୁ ବିଭିନ୍ନ ମହଲରୁ ଏପରି ପ୍ରସ୍ତାବ ଆସୁଛି। ଯାହାକୁ ନେଇ ଏବେ ଗଣଶିକ୍ଷା ବିଭାଗ ଚିନ୍ତାରେ ପଡିଛି। ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଖିଛନ୍ତି। ଚଳିତ ବର୍ଷ ଜୁନ୍ ୬ରୁ ୧୬ ତାରିଖ ଯାଏଁ ବିଦ୍ୟାଳୟରେ ଖରାଛୁଟି ହେବ ବୋଲି ପୂର୍ବରୁ ଘୋଷଣା ହୋଇଛି।


COMMERCIAL BREAK
SCROLL TO CONTINUE READING

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (Sameer Ranjan Dash) କହିଛନ୍ତି ଯେ, ଜୁନ ମାସରେ ହେବାକୁ ଥିବା ଖରାଛୁଟି (Summer Vacation) କୁ ନେଇ ଅନେକ ଅଭିଯୋଗ ଆସିଲାଣି। ଜୁନ ବଦଳରେ ମେ ମାସରେ ଖରା ଛୁଟି କରିବାରୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସୁଛି। ଖରାଛୁଟି ସମୟ ବଦଳାଇବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ପରିସ୍ଥିତି ଯଦି ସେମିତି ଆସେ ତାହାଲେ ବିଭାଗ ତାହା ଉପରେ ବିଚାର କରିବ। ବର୍ତ୍ତମାନ କୋରୋନା ପ୍ରଭାବ ମଧ୍ୟ ସେଭଳି ନାହିଁ। ସ୍ଵାସ୍ଥ୍ୟ ବିଭାଗ (Health Department) ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଛି। 


Also Read: ଚଇତି ପର୍ବରେ 'ରକ୍ତ ଚରିତ୍ର'; ଦୁଇ ଯୁବକ ମୃତ, ଦୁଇ ଗୁରୁତର


ମନ୍ତ୍ରୀ ପୁଣି କହିଛନ୍ତି ଯେ, ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନାହିଁ। ଏହି ସପ୍ତାହରେ ଛାତ୍ରଛାତ୍ରୀ (Student) ଙ୍କୁ ସ୍ୱତନ୍ତ୍ର ପୁସ୍ତିକା ଦିଆଯିବ। ଯେଉଁଥିରେ ଦୁଇ ବର୍ଷର ପୁରୁଣା ପାଠ ରହିବ। ମେ ମାସରେ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷା ବର୍ଷ (New Education Year) ରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ। ପିଲାଙ୍କ ପାଠ ପଢା କ୍ଷତି ଭରଣା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହା କେବଳ ଖରାଛୁଟିରେ ହେବାକୁ ଥିବା କ୍ଲାସରେ ନୁହଁ ବରଂ ପୁରା ସେସନରେ ଏହି ପାଠ ପଢ଼ାଯିବ।


ସେପଟେ ସ୍କୁଲରେ ବହୁ ଛାତ୍ରଛାତ୍ରୀ ଥଣ୍ଡା ଓ ଜ୍ବରରେ ପଡିବା ପ୍ରସଙ୍ଗରେ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯଦି ପାଲିଙ୍କୁ ଥଣ୍ଡା ଜ୍ଵରର ଲକ୍ଷଣ ରହୁଛି, ତେବେ ଅଭିବାବକ ଓ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ତୁରନ୍ତ ଟେଷ୍ଟ କରାଇ ଆଇସଲେସନ କରାଇ ରଖନ୍ତୁ। ଥଣ୍ଡା ଜ୍ୱର ଅର୍ଥ କେବଳ କରୋନା ନୁହେଁ। ଅନ୍ୟ ଭାଇରଲ ଇଂଫେକ୍ସନ ବି ଥଣ୍ଡା ଜ୍ୱର କରାଇଥାଏ। କୋରୋନା ରୋକିବା ପାଇଁ ମାସ୍କ ବେଶ ଗୁରୁତ୍ୱପୂର୍ଣ୍ଣ। ଭିଡଠୁ ଦୂରେଇ ରହିବା ଦରକାର। ଅଲଗା ରାଜ୍ୟରେ ଯେହେତୁ ସଂକ୍ରମଣ ବଢ଼ୁଛି, ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।