ଚଇତି ପର୍ବରେ 'ରକ୍ତ ଚରିତ୍ର'; ଦୁଇ ଯୁବକ ମୃତ, ଦୁଇ ଗୁରୁତର
Advertisement

ଚଇତି ପର୍ବରେ 'ରକ୍ତ ଚରିତ୍ର'; ଦୁଇ ଯୁବକ ମୃତ, ଦୁଇ ଗୁରୁତର

ଚଇତି ପର୍ବ ଚାଲିଥିବାବେଳେ, ଦାମନଯୋଡି ଥାନା ଅଞ୍ଚଳରେ ଦୁଇ ଗାଁର ଯୁବ ଗୋଷ୍ଠୀ ମଧ୍ୟରେ ବଚସାରୁ ହତ୍ୟାକାଣ୍ଡ ଘଟିଛି। ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ଜଣା ପଡ଼ିଛି। 

ଡିଜାଇନ୍ ଫଟୋ

କୋରାପୁଟ: ଅଭିଶାପ ପାଲଟିଲା ଚଇତି ପର୍ବ! ନାଚ ଗୀତରୁ ଆରମ୍ଭ ହେଲା ଗୋଷ୍ଠୀ ସଙ୍ଘର୍ଷ। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଉତ୍ସବ ଦେଖିବାକୁ ଯାଇଥିବା ଯୁବକଙ୍କ ଉପରେ ହେଲା ଆକ୍ରମଣ। ଗୋଷ୍ଠୀ ସଙ୍ଘର୍ଷରେ ଦୁଇ ଯୁବକ ମୃତ ଓ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଏଭଳି ଏକ ଅଭାବନୀୟ ଘଟଣା କୋରୋପୁଟ ଜିଲ୍ଲାର ଦାମନଯୋଡି ଥାନା ଅନ୍ତର୍ଗତ ଝଡିଗୁଡାରେ ଘଟିଛି।

ଚଇତି ପର୍ବ ଚାଲିଥିବାବେଳେ, ଦାମନଯୋଡି ଥାନା ଅଞ୍ଚଳରେ ଦୁଇ ଗାଁର ଯୁବ ଗୋଷ୍ଠୀ ମଧ୍ୟରେ ବଚସାରୁ ହତ୍ୟାକାଣ୍ଡ ଘଟିଛି। ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ଜଣା ପଡ଼ିଛି। ଗୁରୁତରଙ୍କୁ ବିଶାଖାପାଟନମକୁ ସ୍ଥାନାନ୍ତର କରାଯାଇଛି। ଗାଁରେ ଏବେ ବି ଉତ୍ତେଜନା ଦେଖିବାକୁ ମିଳିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ଫୋର୍ସ (Koraput Police) ମୁତୟନ କରାଯାଇଛି। 

Also Read: ଟ୍ରଫି ଶିକାର ନାଁରେ ବିଶ୍ୱର ସବୁଠୁ ବଡ଼ ଦାନ୍ତ ଥିବା ହାତୀକୁ ହତ୍ୟା, ସରକାର ପାଇଲେ ୪୦ ଲକ୍ଷ 

ସୂଚନାନୁସାରେ, ଦାମନଯୋଡି ଥାନା (Damanjodi Police) ଅନ୍ତର୍ଗତ ଅଁଳାବାଡ଼ି କଲୋନୀରେ ଚଇତି ପର୍ବ (Chaiti Parba) ଅବସରରେ ଆୟୋଜିତ ବେଟ ଶିକାର କରାଯାଇଥିଲା। ଏହା ପରେ ସ୍ଥାନୀୟ ଝଡ଼ିଗୁଡା ଗାଁର ଲୋକେ ନାଚ ଗୀତ ମାଧ୍ୟମରେ ପର୍ବ ପାଳନ କରୁଥିଲେ। ଏହି ସମୟରେ ସିନ୍ଧିପାର ଗାଁର କିଛି ଯୁବକ ଉତ୍ସବ ଦେଖିବା ପାଇଁ ଅଁଳାବାଡ଼ି ଆସିଥିଲେ। ଏହି ସମୟରେ କୌଣସି କାରଣରୁ ଝଡ଼ିଗୁଡା ଓ ସିନ୍ଧିପାର (Sindhipar) ଯୁବକମାନଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସାରୁ ଗଣ୍ଡଗୋଳ ହୋଇଥିଲା। 

ଶେଷରେ ଝଡ଼ିଗୁଡା ଗ୍ରାମବାସୀ ସିନ୍ଧିପାର ଗାଁର ଯୁବକଙ୍କ ଉପରେ ସଂଗବଦ୍ଧ ଆକ୍ରମଣ କରିଥଲେ। ଏପରି କି କିଛି ଯୁବକ ଧାରୁଆ ଅସ୍ତ୍ରରେ ହାଣିଥିଲେ। ଆକ୍ରମଣରେ ସିନ୍ଧିପାର ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ ଓ ଉଦୟ ଦାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସୋମନାଥ ଦାମୀ ଓ ସୁନୀଲ ଦାମୀ ଗୁରୁତର ଆହତ ହୋଇଛନ୍ତି। ସୋମନାଥଙ୍କୁ ବିଶାଖାପାଟନ (Visakhapatnam) ସ୍ଥାନାନ୍ତର କରାଯାଇଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଫେରାର ଅଛି। ଝଡ଼ିଗୁଡା ଗ୍ରାମର କିଛି ଲୋକଙ୍କୁ ଅଟକ ରଖି ଦାମାନଯୋଡି ପୋଲିସ ପଚରା ଉଚୁରା କରୁଛି।