ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଆମିଷ ବଜାର । ତା ପୁଣି ଗୋଟିଏ ଦୁଇଟି ଆଇଟମ୍ ନୁହେଁ ଶତାଧିକ ଆମିଷର ପସରା । 'ଦି ନନ୍ ଭେଜ୍ ୱାର୍ଲ୍ଡ' । ଏପରି ନୂଆ କନସେପ୍ଟ ନେଇ ଭୁବନେଶ୍ୱର ପଟିଆ ଇନଫୋସିଟି ଅଂଚଳରେ ମନୋଜ ସାହୁ ନାମକ ବ୍ୟକ୍ତି ସହରବାସୀଙ୍କୁ ଏକ ନିଆରା ପରିବେଶ ଭେଟିଛନ୍ତି । ଗୋଟିଏ ଜାଗାରେ ବିଶ୍ୱର ବିଭିନ୍ନ ପ୍ରକାରର ଆମିଷକୁ ଏକାଠି କରି ବିକ୍ରି ସାଙ୍ଗକୁ ଏକ ଭ୍ରମଣୀୟ ସ୍ଥାନରେ ସେ ପରିଣତ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଆମିଷ କାହାକୁ ବା ପସନ୍ଦ ନଥାଏ । ଶାକାହାରୀ ବ୍ୟକ୍ତିଙ୍କୁ ଛାଡିଦେଲେ ସପ୍ତାହକୁ ଅଧିକାଂଶ ଦିନ ଲୋକ ମାନେ ଖାଦ୍ୟରେ ଆମିଷ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ବଜାରରେ ତ ଆପଣ ଅନେକ ଆମିଷ ଦୋକାନ ଦେଖିଥିବେ, ହେଲେ ଭୁବନେଶ୍ୱର ପଟିଆ ଇନଫୋସିଟି ଅଂଚଳରେ ଖୋଲିଥିବା ‘ଦି ନନ୍ ଭେଜ୍ ୱାର୍ଲ୍ଡ’ ଟିକେ ନିଆରା । ଭଳିକି ଭଳି କୁକୁଡା ଯଥା କଡକନାଥ, କୋରାପୁଟ ଗଂଜା, ଦେଶୀ କୁକୁଡା, ଗୁଣ୍ଡୁରି, କେଉଁଝର କୁକୁଡା, ମୟୂରଭଂଜ କୁକୁଡା, ଚାଇନା କୁକୁଡା ଓ ଟର୍କି ଭଳି ନାନା ଦେଶୀ କୁକୁଡା ସହ ବ୍ରଏଲର ଏବଂ ହଂସ ଓ ବତକର ସମାହାର ତା ସାଙ୍ଗକୁ ବତକ ଅଣ୍ଡା, ଅର୍ଗାନିକ୍ ଓ ଡବଲ କେଶର ଯୁକ୍ତ ଅଣ୍ଡା, ଏସବୁ ମିଳୁଛି ଗୋଟିଏ ଜାଗାରେ । ଖାଲି ସେତିକି ନୁହେଁ ଭଳିକି ଭଳି ରୋହୀ, ଭାକୁର ଓ ଇଲିସି ମାଛ ସହ କଙ୍କଡା, ଗେଣ୍ଡା, ପାମ୍ପଲେଟ୍ ଓ ଅକ୍ଟୋପସ୍ ଆଦିକୁ ପରସି ଦିଆଯାଇଛି ।


ଅଧିକ ପଢ଼ନ୍ତୁ:-ବିହାର ଏନଡିଏରେ ଫାଟ: ନୀତିଶ ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର କରିବ ଏଲଜେପି !


ତେବେ ଏକ ପରିବା ବ୍ୟବସାୟୀ ଓ ପରେ ଚିକେନ ଦୋକାନରୁ ନିଜ ଜୀବିକା ଆରମ୍ଭ କରିଥିବା ବ୍ୟବସାୟୀ ମନୋଜ ସାହୁ ଲୋକ ମାନଙ୍କୁ ଗୋଟିଏ ସ୍ଥାନରେ ସାମୂହିକ ଭେରାଇଟର ଆମିଷ ଭେଟି ଦେବା ଉଦ୍ଦେଶ୍ୟରେ ଏହାକୁ ପ୍ରତିଷ୍ଠା କରିଛନ୍ତି । ଏଠାରେ ଗ୍ରାହକ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନାନା ଭେରାଇଟର ଆମିଷ ଦ୍ରବ୍ୟ ଉପଲବ୍ଧ କରାଯିବା ସହ ଜୀଅନ୍ତା କୁକୁଡା, ମାଛ, ମାଂସକୁ ପ୍ରାଧାନ୍ୟ ଦେଇ ବଜାରର ମଲ୍ ଭଳି ସେ କୁକୁଡାଙ୍କ ପାଇଁ ଫାର୍ମ ହାଉସ୍, ମାଛ ପାଇଁ ଆକ୍ୱାରିୟମ୍ ସହ ବ୍ୟବସ୍ଥିତ ଢଙ୍ଗରେ ସଜାଇଛନ୍ତି । କେବଳ ଯେ କିଣିବା ନୁହେଁ ବରଂ ଭ୍ରମଣ କରି ଲାଇଭ୍ କିଚେନର ସୁବିଧା ଥିବାରୁ ଅଦିନିଆ ପିକନିକ୍ ର ମଜା ଉଠାଉଛନ୍ତି ରାଜଧାନୀବାସୀ । ତେବେ କିଣିବା ସହ ନାନା ବର୍ଗର ଆମିଷ ଦ୍ରବ୍ୟ ଦେଖିବାର ସୁଯୋଗ ମିଳୁଥିବାରୁ ସହରବାସୀଙ୍କ ମଧ୍ୟରେ ଏହା ବେଶେ ପସନ୍ଦ ହୋଇପାରିଛି । ଆଗାମୀ ଦିନରେ ସେ ଗାଈ ରଖି ଲାଇଭ୍ ବା ଗ୍ରାହକଙ୍କ ସାମ୍ନାରେ ଦେବାକୁ ଯୋଜନା କରିଛନ୍ତି ।