BSE Odisha 10th Result 2022 : ନିଜ ବିଭାଗର କାର୍ଯ୍ୟକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦ୍ୱନ୍ଦ୍ୱରେ ଅଛନ୍ତି। କୋରୋନା ସମୟରେ ସ୍କୁଲ ଖୋଲିବା ତାରିଖକୁ ନେଇ ଦ୍ୱନ୍ଦ୍ୱରେ ଥିଲେ, ଆଉ ଏବେ ମାଟ୍ରିକ ପରୀକ୍ଷାଫଳରେ ତାଙ୍କର ସମାନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ପ୍ରଥମେ ଜୁନ ଶେଷ ସୁଦ୍ଧା ରେଜଲ୍ଟ ବାହାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ। କିନ୍ତୁ ଶନିବାର ସେହି ସମ୍ଭାବ୍ୟ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଜୁଲାଇ ପ୍ରଥମ ସପ୍ତାହରେ ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ (Matric Result) ପ୍ରକାଶ ପାଇବ। ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ (Samir Dash) ଏସମ୍ପର୍କରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ମୂଲ୍ୟାଙ୍କନ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ଏବଂ ଫଳାଫଳ ଆସନ୍ତା ମାସରେ ପ୍ରକାଶ ପାଇବ। ରେଜଲ୍ଟ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟ ମନ୍ତ୍ରୀମଣ୍ତଳ ପୁନଃଗଠନ ପୂର୍ବରୁ ଚଳିତ ମାସ ୪ ତାରିଖରେ ମନ୍ତ୍ରୀ ସମୀର ରଂଜନ ଦାଶ କହିଥିଲେ ଯେ, ଜୁନ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷାଫଳ ବାହାରିବ।


Also Read: ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶିତ ହେବ ମାଟ୍ରିକ ଫଳ: ଗଣଶିକ୍ଷା ମନ୍ତ୍ରୀ


 


ଜୁନ ସରିବାକୁ ଆଉ ମାତ୍ର ପାଞ୍ଚ ଦିନ ଅଛି। ଆଉ ମାସ ସରିବା ପୂର୍ହରୁ ସେ ନିଜର ପୂର୍ବ ବୟାନ ବଦଳାଇଛନ୍ତି। ଏଥର ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ (10th Results) ବାହାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ତେବେ ଏଥର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ହିଁ ପରୀକ୍ଷାଫଳ ପ୍ରକାଶ ପାଇବ ନା ତାହା ପୁଣି ଥରେ ବଦଳିବ, ଯାହାକୁ ନେଇ ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକ ଆଶଙ୍କାରେ ଅଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ (BSE)ର ପକ୍ଷରୁ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଗଲେ ସମସ୍ତଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଲୋଚନା ହେଉଛି।


ଏଥର ପରୀକ୍ଷାଫଳକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବାକୁ ବୋର୍ଡ (BSE) ଉଦ୍ୟମ କରୁଛି। ଏଥିପାଇଁ ମାର୍କ ମିସ ମ୍ୟାଚକୁ ମଧ୍ୟ ସଂଶୋଧନ କରାଯାଇଛି। ଚଳିତବର୍ଷ ଏପ୍ରିଲ ୨୯ରୁ ମେ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ପରୀକ୍ଷା ହୋଇଥିଲା। ମୋଟ ୫ ଲକ୍ଷ ୩୮ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଛନ୍ତି। ମାଟ୍ରିକ୍‌ ପରୀକ୍ଷାରେ ୪୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ମେ ୨୧ରୁ ଜୁନ ୨ ପର୍ଯ୍ୟନ୍ତ ମୋଟ ୫୩ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ ହୋଇଛି। 


Also Read: ନୂଆ ମନ୍ତ୍ରିମଣ୍ଡଳ ପାଇଁ ଶେଷ ସ୍ପର୍ଶ: ବଢ଼ିବ ମନ୍ତ୍ରୀ ସଂଖ୍ୟା, ଶପଥର ଶୁଭଦିନ ‘ବୁଧବାର’?


କେମିତି ଦେଖିବେ ଦଶମ ପରୀକ୍ଷା ଫଳ?


  • ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ: bseodisha.ac କିମ୍ବା orissaresults.nic.in ।

  • ମେନପେଜରେ ଲେଖା ହୋଇଥିବା ‘Odisha 10th result 2022 HSC'  ଉପରେ କ୍ଲିକ୍ କରନ୍ତୁ।

  • ସେଠାରେ 10th result 2022 ପେଜ୍ ଦେଖାଯିବ।

  • ଏବେ ସଠିକ୍ ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଲେଖି ଲଗଇନ୍ କରନ୍ତୁ।

  • ତାପରେ 'Submit' ଉପରେ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କ ଦଶମ ଫଳାଫଳ ଦେଖାଯିବ।

  • ଭିବିଷ୍ୟତର ଆବଶ୍ୟକତା ପାଇଁ ଏହାକୁ ଡାଉନଲୋଡ କରି ଗୋଟିଏ କପି ପ୍ରିଣ୍ଟ୍ କରିନିଅନ୍ତୁ।