ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶିତ ହେବ ମାଟ୍ରିକ ଫଳ: ଗଣଶିକ୍ଷା ମନ୍ତ୍ରୀ
Advertisement
Article Detail0/zeeodisha/odisha1207719

ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶିତ ହେବ ମାଟ୍ରିକ ଫଳ: ଗଣଶିକ୍ଷା ମନ୍ତ୍ରୀ

ଜୁନ୍ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ। ଶନିବାର ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ୍ ଭାବେ କରାଯାଉଛି। ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି। 

ଫାଇଲ ଫଟୋ

ଭୁବନେଶ୍ୱର: ଖୁବଶୀଘ୍ର ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ଖାତା ଦେଖା କାମ ସରିଛି। ରେଜଲ୍ଚ ପାଇଁ ପ୍ରକ୍ରିୟା ଜାରି ରହିଛି। ଜୁନ୍ ଶେଷ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଜୁନ୍ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ। ଶନିବାର ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ୍ ଭାବେ କରାଯାଉଛି। ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି। ତେବେ କେଉଁ ତାରିଖରେ ରେଜଲ୍ଟ ଆସିବ ସେ ନେଇ କୌଣସି ତାରିଖ ଘୋଷଣା କରାଯାଇନାହିଁ।

Also Read: ନୂଆ ମନ୍ତ୍ରିମଣ୍ଡଳ ପାଇଁ ଶେଷ ସ୍ପର୍ଶ: ବଢ଼ିବ ମନ୍ତ୍ରୀ ସଂଖ୍ୟା, ଶପଥର ଶୁଭଦିନ ‘ବୁଧବାର’?

 

ସ୍କୁଲ ଖୋଲାଯିବା ପ୍ରସଙ୍ଗରେ ସେ କହିଛନ୍ତି, 'ଏବେ ସ୍କୁଲ ଖୋଲିବା ସମ୍ପର୍କରେ କହିବା ସମ୍ଭବ ନୁହେଁ। ବିଶେଷଜ୍ଞ ଓ ମୁଖ୍ୟମନ୍ତ୍ରୀ ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ। ଆସନ୍ତା ୧୭ରୁ ୟୁଟ୍ୟୁବରେ ନବମ ଓ ଦଶମ ପିଲାଙ୍କୁ ଶାକ୍ଷାଦାନ ଦିଆଯିବ। ସବୁ ଜିଲ୍ଲାର ଡିଇଓମାନଙ୍କୁ ବିଷୟ ସ୍ଥିର କରିବାକୁ କୁହାଯାଇଛି। ଆସନ୍ତା ୧୮ ତାରିଖରେ ଏନେଇ ୩୦ ଜିଲ୍ଲାର ଡିଇଓଙ୍କ ସହ ବୈଠକ ବସିବ।'

ଚଳିତବର୍ଷ ୫ ଲକ୍ଷ ୩୮ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୨୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମେ ୧୦ ତାରିଖ ଯାଏଁ ପରୀକ୍ଷା ଚାଲିଥିଲା। ୪୬ ଜଣ ପରୀକ୍ଷାର୍ଥୀ ସ୍କ୍ବାଡ୍‌ ହାତରେ ଧରାପଡ଼ି ମାଲ୍‌ପ୍ରାକ୍ଟିସ୍ ହୋଇଛନ୍ତି। ମାଟ୍ରିକ୍‌ ପରୀକ୍ଷାରେ ୪୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ଏହି ଛାତ୍ରଛାତ୍ରୀମାନେ ଫର୍ମ ଫିଲପ୍‌ କରିଥିବା କିନ୍ତୁ ପରୀକ୍ଷା ଦେଇ ନଥିଲେ। ମେ ୨୧ ତାରିଖରୁ ମୋଟ ୫୩ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ ହେଉଛି।