ନୂଆ ମନ୍ତ୍ରିମଣ୍ଡଳ ପାଇଁ ଶେଷ ସ୍ପର୍ଶ: ବଢ଼ିବ ମନ୍ତ୍ରୀ ସଂଖ୍ୟା, ଶପଥର ଶୁଭଦିନ ‘ବୁଧବାର’?
Advertisement

ନୂଆ ମନ୍ତ୍ରିମଣ୍ଡଳ ପାଇଁ ଶେଷ ସ୍ପର୍ଶ: ବଢ଼ିବ ମନ୍ତ୍ରୀ ସଂଖ୍ୟା, ଶପଥର ଶୁଭଦିନ ‘ବୁଧବାର’?

ବିଭିନ୍ନ ବିବାଦରେ ଛନ୍ଦି ହୋଇଥିବା ରାଜ୍ୟର୧୦ ମନ୍ତ୍ରୀଙ୍କର ମୁଣ୍ଡ ଛେଦନ ହେବ। ସେମାନେ ସମୂହ ସ୍ୱଇଚ୍ଛା (voluntarily)ରେ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ସବୁମନ୍ତ୍ରୀ ଇସ୍ତଫା ଦେଇପାରନ୍ତି। ୮ ଜଣ ପୁରୁଣା ମନ୍ତ୍ରୀଙ୍କ ବିଭାଗ ବଦଳିବ? ମନ୍ତ୍ରୀ ସଂଖ୍ୟା ୨୦ ନୁହଁ ୨୧ ହେବ। ଇସ୍ତଫା ଦେଇଥିବା ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର  ମନ୍ତ୍ରୀ ପଦକୁ ଫେରିବେ ବୋଲି ସୂଚନା ମିଳିଛି।

ଫାଇଲ ଫଟୋ

ଭୁବନେଶ୍ୱର: ଖୁବଶୀଘ୍ର ନବୀନ କ୍ୟାବିନେଟରେ ଏକ ବଡ ଧରଣର ଅଦଳ ବଦଳ ହେବାକୁ ଯାଉଛି। ଶନିବାର ଠାରୁ ଏହାର ପ୍ରକ୍ରିୟାର ଆରମ୍ଭ ହୋଇଛି। ଗୋଟିଏ ପରେ ଗୋଟିଏ ମନ୍ତ୍ରୀ ଇସ୍ତଫା ଦେଉଛନ୍ତି। ଏହି ଇସ୍ତଫାର ଲିଷ୍ଟ ଲମ୍ବା ଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ବୁଧବାର ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ହୋଇପାରେ।

ସୂଚନାନୁସାରେ ବିଭିନ୍ନ ବିବାଦରେ ଛନ୍ଦି ହୋଇଥିବା ରାଜ୍ୟର୧୦ ମନ୍ତ୍ରୀଙ୍କର ମୁଣ୍ଡ ଛେଦନ ହେବ। ସେମାନେ ସମୂହ ସ୍ୱଇଚ୍ଛା (voluntarily)ରେ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ସବୁମନ୍ତ୍ରୀ ଇସ୍ତଫା ଦେଇପାରନ୍ତି। ୮ ଜଣ ପୁରୁଣା ମନ୍ତ୍ରୀଙ୍କ ବିଭାଗ ବଦଳିବ? ମନ୍ତ୍ରୀ ସଂଖ୍ୟା ୨୦ ନୁହଁ ୨୧ ହେବ। ଇସ୍ତଫା ଦେଇଥିବା ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର  ମନ୍ତ୍ରୀ ପଦକୁ ଫେରିବେ ବୋଲି ସୂଚନା ମିଳିଛି।
     
ମୁଣ୍ଡକାଟ ପାଇଁ ଛଅଟି ‘ମାନ ଦଣ୍ଡ’-

– ଯେଉଁ ମନ୍ତ୍ରୀଙ୍କ ‘ଇଣ୍ଡିଗ୍ରିଟି ଡାଉଟଫୁଲ’ ଥିବ
– ଯେଉଁ ମନ୍ତ୍ରୀଙ୍କ  କାର୍ଯ୍ୟ ଦକ୍ଷତା ଭଲ ନ ଥିବ
– ଯେଉଁ ମନ୍ତ୍ରୀ କିଛି ‘ଘୋଟଲା’ରେ ସାମିଲ ଥିବେ 
– ଯେଉଁ ମନ୍ତ୍ରୀ ଅଳିଆ କାର୍ଯ୍ୟରେ ସାମିଲ ଥାଇ ବିବାଦୀୟ ହୋଇଥିବେ
– ଯେଉଁ ମନ୍ତ୍ରୀ ଦଳ ପାଇଁ ବାରମ୍ବାର ସମସ୍ୟା ସୃଷ୍ଟି କରୁଥିବେ
– ପଞ୍ଚାୟତ, ପୌର ନିର୍ବାଚନରେ ଦକ୍ଷତା ପ୍ରତିପାଦନ କରିନଥିବେ 

ସ୍ଵଇଚ୍ଛାରେ ଇସ୍ତଫା ଦେବାକୁ ଥିବା ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା-

  • ଜଳସମ୍ପଦ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ- ରଘୁନନ୍ଦନ ଦାସ
  • ଗୃହ ରାଷ୍ଟ୍ରମନ୍ତ୍ରୀ- ଦିବ୍ୟ ଶଙ୍କର ମିଶ୍ର
  • ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ- ପ୍ରତାପ ଜେନା
  • କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ- ଅରୁଣ ସାହୁ
  • ଦକ୍ଷତା ବିକାଶ ମନ୍ତ୍ରୀ- ପ୍ରେମାନନ୍ଦ ନାଏକ,
  • ପର୍ଯ୍ୟଟନ ମନ୍ତ୍ରୀ- ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
  • ବୟନ ଶିଳ୍ପ ବିକାଶ ମନ୍ତ୍ରୀ- ପଦ୍ମିନୀ ଦିଆନ
  • ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ- ରାଣେନ୍ଦ୍ର ପ୍ରତାପ ସ୍ୱାଇଁ
  • ରାଜସ୍ୱ ମନ୍ତ୍ରୀ- ସୁଦାମ ମାରାଣ୍ଡି
  • ଜଙ୍ଗଲ ମନ୍ତ୍ରୀ- ବିକ୍ରମ କେଶରୀ ଆରୁଖ,

କେଉଁମାନେ ମନ୍ତ୍ରୀ ହେବେ?

  • ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ୍
  • କେନ୍ଦୁଝର ଜିଲ୍ଲାରୁ ବଦ୍ରିନାରାୟଣ ପାତ୍ର,
  • କେନ୍ଦ୍ରାପଡ଼ା ଜିଲ୍ଲାରୁ ଅତନୁ ସବ୍ୟସାଚୀ ନାୟକ,
  • ମୟୂରଭଞ୍ଜ ଜିଲ୍ଲା ବାସନ୍ତୀ ହେମ୍ବ୍ରମ
  • ବାଲେଶ୍ୱର ଜିଲ୍ଲାରୁ ବିଧାୟକ ଅଶ୍ୱିନୀ ପାତ୍ର,
  • ଗଞ୍ଜାମ ଜିଲ୍ଲାରୁ ବିଧାୟିକା ଲତିକା ପ୍ରଧାନ

ମନ୍ତ୍ରୀଙ୍କୁ ଭଲ ବିଭାଗ: ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ, ଟୁକୁନି ସାହୁ