Minister Orders To Remove Stray Dogs From Road: ହାଇଦ୍ରାବାଦରେ ଜଣେ ଚାରି ବର୍ଷର ବାଳକ କୁକୁର ଆକ୍ରମଣରେ ପ୍ରାଣ ହରାଇବା ପରେ ସତର୍କ ହୋଇଉଠିଛନ୍ତି ଓଡ଼ିଶା ସରକାର। ଏହି ଘଟଣାକୁ ନଜରରେ ରଖି ରାଜ୍ୟ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ ରାସ୍ତାରୁ ବୁଲ ପଶୁଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତାଘାଟରେ ବୁଲୁ ଥିବା ବୁଲା କୁକୁରଙ୍କୁ ହଟାଇବା ପାଇଁ ମନ୍ତ୍ରୀ ରାଜ୍ୟର ସମସ୍ତ ଜିଲ୍ଲାର, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ତୁରନ୍ତ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ଗତ ରବିବାର ଦିନ ହାଇଦ୍ରାବାଦ ବାଗ ଆମ୍ବରପେଟ ଅଞ୍ଚଳରେ ପ୍ରଦୀପ ନାମକ ଜଣେ ବାଳକକୁ କୁକୁର ଆକ୍ରମଣରେ ପ୍ରାଣ ହରାଇଥିଲା। ପ୍ରଦୀପର ବାପା ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନେବା ପୂର୍ବରୁ ତାହାର ମୃତ୍ୟୁ ହୋଇଥିଲା। ଏହି ହୃଦୟ ବିଦାରକ ଘଟଣା ଏକ କାର ସର୍ଭିସିଂ ସେଣ୍ଟର ଠାରେ ଘଟିଥିଲା। ​​ଯେଉଁଠାରେ ମୃତକ ବାଳକର ବାପା ଗଙ୍ଗାଧର ଜଗୁଆଳୀ ଭାବେ କାମ କରୁଥିଲେ।


ରବିବାର ଛୁଟିଦିନ ହୋଇଥିବାରୁ ଗଙ୍ଗାଧର ତାଙ୍କ ପତ୍ନୀ, ତାଙ୍କର ୬ ବର୍ଷର ଝିଅ ଏବଂ ପୁଅ ପ୍ରଦୀପଙ୍କୁ ତାଙ୍କ କାର୍ଯ୍ୟ ସ୍ଥାନ ଦେଖାଇବା ପାଇଁ ନେଇଥିଲେ। ପତ୍ନୀ ଏବ ଝିଅକୁ ପାର୍କିଂ ଅଞ୍ଚଳରେ ଥିବା ଏକ କ୍ୟାବିନ ଠାରେ ଛାଡି ଗଙ୍ଗାଧର ତାଙ୍କ ପୁଅକୁ ସର୍ଭିସ ସେଣ୍ଟର ନେଇଯାଇଥିଲେ।


ଯେତେବେଳେ ଗଙ୍ଗାଧର ଅନ୍ୟ ଜଣେ ଜଗୁଆଳି ସହିତ କିଛି କାମ ପାଇଁ ଅନ୍ୟ ଏକ ସ୍ଥାନକୁ ଚାଲି ଯାଇଥିଲେ, ସେତେବେଳେ ପ୍ରଦୀପ ନିଜ ଭଉଣୀ ସହିତ ଖେଳିବା ପାଇଁ ପାର୍କିଂ ଆଡ଼କୁ ଚାଲି ଯାଇଥିଲେ। ହେଲେ ହଠାତ୍ ସେଠାରେ କିଛି ବୁଲା କୁକୁର ପ୍ରଦୀପ ଉପରେ ଆକ୍ରମଣ କରିଥିଲେ। ପ୍ରଦୀପ ତଳେ ପଡ଼ିଯିବା ପରେ ସେହିୁ ବୁଲା କୁକୁର ତାଙ୍କୁ କାମୁଡି ଖିନ ଭିନ୍  କରି ଦେଇଥିଲେ। କାନ୍ଦ ଶୁଣିବା ପ୍ରଦୀପର ଭଉଣୀ ବାପାଙ୍କୁ ଡାକିବାକୁ ଦୌଡ଼ି ଯାଇଥିଲା। ଗଙ୍ଗାଧର ବୁଲା କୁକୁରକୁ ଘଉଡ଼ା ଦେଇ ଗୁରୁତର ଆହତ ପୁଅକୁ ଡାକ୍ତରଖାନା ନେଇଯାଇଥିଲେ। ହେଲେ ସେତେବେଳକୁ ପ୍ରଦୀପର ମୃତ୍ୟୁ ହୋଇ ସାରିଥିଲା।