ମଳୟ ମହାନ୍ତି, ଭୁବନେଶ୍ୱର: ଖୁବଶୀଘ୍ର ଭାରତର ଇକୋନୋମି କରିଡର ଭାବେ ନୂଆ ପରିଚୟ ପାଇବ ଓଡ଼ିଶା। ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ର ସରକାର। ଇନଭେଷ୍ଟ ଇଣ୍ଡିଆ ମାଧମରେ ଓଡ଼ିଶାକୁ ଅଧିକ ପୁଞ୍ଜି ଆସିଛି ବୋଲି MSME ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

NH-16 ଇକୋନୋମି କରିଡ (Economic Corridor) ର ନାଭି କେନ୍ଦ୍ର ହେବ। ଏହା ସହିତ ବନ୍ଦର ଗାଁ ପାରାଦ୍ୱୀପ (Paradeep) ଠୁ ନେଇ ଧାମରା, ସୁବର୍ଣ୍ଣରେଖା, ଗୋପାଳପୁର ଏବଂ ମହାନଦୀ (Mahanadi) ଭଳି ଜାଗା ବିକଶିତ କରାଯାଇ ଓଡିଶା ଦେଶରେ ଶିଳ୍ପାୟନର (Industrialization) ମହତ୍ତ୍ୱପୂର୍ଣ୍ଣ ଅଞ୍ଚଳ ହେବ। କିଭଳି ଏହା ସମ୍ପୂର୍ଣ୍ଣ ରୂପରେଖ ଦିଆଯିବ ସେ ନେଇ ବିଭିନ୍ନ ଏଜେନ୍ସିଙ୍କ ଜରିଆରେ ବିଚାର ବିମର୍ଷ ଚାଲିଛି ବୋଲି କୁହାଯାଇଛି। 


Also Read: କୋରୋନା ଭ୍ୟାକସିନେସନରେ ବି ଓଡ଼ିଶା ନମ୍ବର ୱାନ୍


ଇକୋନୋମି କରିଡର ପାଇଁ ମାଷ୍ଟର ପ୍ଲାନ (Master Plan) ମଧ୍ୟ ପ୍ରସ୍ତୁତି ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିତ୍ତିୟ ବ୍ୟବସ୍ଥା ଅନୁଯାୟୀ ସହଭାଗୀତା ଓ ସହଯୋଗରେ କାର୍ଯ୍ୟ ହେବ। ସେହିପରି ଆଗାମୀ ମେକଇନ ଓଡ଼ିଶା କନକ୍ଲେଭ (Make in Odisha Conclave) ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ବୋଲି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର (Capt. Divya Shankar Mishra) କହିଛନ୍ତି।