କୋରୋନା ଭ୍ୟାକସିନେସନରେ ବି ଓଡ଼ିଶା ନମ୍ବର ୱାନ୍
Advertisement
Article Detail0/zeeodisha/odisha838088

କୋରୋନା ଭ୍ୟାକସିନେସନରେ ବି ଓଡ଼ିଶା ନମ୍ବର ୱାନ୍

କୋରୋନା ମୁକାବିଲା ହେଉ କି ଟିକାକରଣ ସବୁଥିରେ ଓଡ଼ିଶା ନୂଆ ନୂଆ ମାଇଲଷ୍ଟୋନ୍ ଛୁଇଁଛି । ପୁଣି ଥରେ ଓଡ଼ିଶା ରଚିଛି ଇତିହାସ, ରାଜ୍ୟ ଭାବେ ଟିକାକରଣରେ ଓଡିଶା ଏବେ ପ୍ରଥମ ସ୍ଥାନରେ ଅଛି ।

କୋରୋନା ଭ୍ୟାକସିନେସନରେ ବି ଓଡ଼ିଶା ନମ୍ବର ୱାନ୍

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ବର: ଟିକାକରଣରେ ଦେଶରେ ଓଡିଶା ନମ୍ବର ୱାନ । ୨୮ ଡିସେମ୍ବର ସୁଦ୍ଧା ସାରା ଦେଶରେ ୨୮ ଲକ୍ଷ ୪୭ ହଜାର ୬୦୮ ଜଣଙ୍କ ଟିକାକରଣ ହୋଇଥିବା ବେଳେ ଓଡିଶାରେ ୧ଲକ୍ଷ ୪୪ହଜାର ୬୪୨ ଜଣ ଟିକା ନେଇଛନ୍ତି । କୋରୋନା ମୁକାବିଲା ହେଉ କି ଟିକାକରଣ ସବୁଥିରେ ଓଡ଼ିଶା ନୂଆ ନୂଆ ମାଇଲଷ୍ଟୋନ୍ ଛୁଇଁଛି । ପୁଣି ଥରେ ଓଡ଼ିଶା ରଚିଛି ଇତିହାସ, ରାଜ୍ୟ ଭାବେ ଟିକାକରଣରେ ଓଡିଶା ଏବେ ପ୍ରଥମ ସ୍ଥାନରେ ଅଛି ।

ପ୍ରଥମ ସ୍ଥାନରେ ଥିବା ଲାକ୍ଷାଦୀପ (Lakshadweep) ହେଉଛି କେନ୍ଦ୍ର ଶାସିତ ଅଞ୍ଚଳ (Union territory)। ତେଣୁ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଆଗରେ ଅଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଗତକାଲି ସୁଦ୍ଧା ୧ ଲକ୍ଷ ୯୪ ହଜାର ୫୮ ଜଣ ଟିକା ନେଇଥିଲେ । ଆଉ ୧ ଲକ୍ଷ ୪୪ ହଜାର ୬୪୨ ଜଣ ଟିକା ନେବାକୁ ବାକି ଅଛନ୍ତି । ପଲସ ପୋଲିଓ ୩୧ ଜାନୁଆରୀରୁ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ ଚାଲିବ । 

Also Read: ବଦଳୁଛି ବିହାରର ରାଜନୈତିକ ପାଣିପାଗ! ନୀତିଶଙ୍କୁ ଭେଟିଲେ ଓୱେସି, ଚିରାଗଙ୍କ ବିଧାୟକ

ତେଣୁ ଏହି ୩ ଦିନ କୋଭିଡ ଟିକାକରଣ (Covid Vaccination) ବନ୍ଦ ରହିବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ । ସେହିପରି ପ୍ଲାଜମା ଥେରାପି (Plasma Therapy) କୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ (DMET Director) ଡାକ୍ତର ସି.ବିକେ ମହାନ୍ତି। ପ୍ଲାଜମା ଥେରାପି ଆରମ୍ଭ ହେବା ସମୟରେ କୋଭିଡ ପାଇଁ କିଛି ନିର୍ଦ୍ଦିଷ୍ଟ ଚିକିତ୍ସା ନଥିଲା। ତେଣୁ ଯେବେ ପୃଥିବୀର ଅନ୍ୟ ସ୍ଥାନରେ ପ୍ଲାଜମା ଥେରାପି ଆରମ୍ଭ ହେଲା ଆମେ ସେହି ଅଭିଜ୍ଞତାକୁ ପ୍ରାଧାନ୍ୟ ଦେଲୁ। ରାଜ୍ୟ ସରକାର (Odisha Government) ଙ୍କ ପ୍ରୋତ୍ସାହନ, ଯୁଦ୍ଧକାଳିନ ଭିତ୍ତିରେ ଆମେ ପ୍ଲାଜମା ସଂଗ୍ରହ କେନ୍ଦ୍ର କଲୁ। ଅନେକ ଲୋକ ଏଥିରେ ଉପକୃତ ହୋଇଛନ୍ତି, ଜୀବନ ରକ୍ଷା ମଧ୍ୟ କରାଯାଇପାରିଛି।

Also Read: Delhi Blast Update: ହାଇଆଲର୍ଟ ସତ୍ତ୍ୱେ ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ IED ବିସ୍ଫୋରଣ...

ସରକାର ଏତେ କମ ଦିନ ଭିତରେ ଏହି ବ୍ୟବସ୍ଥା ଆରମ୍ଭ କଲେ। ଏହା ଆମ ପାଇଁ ନିଆରା ଅନୁଭୂତି ଥିଲା। ପୋଷ୍ଟ କୋଭିଡ କେୟାର (Post Covid Care) ପାଇଁ ସରକାର ଏସସିବି ମେଡିକାଲ (SCB Medical) ରେ ସେଣ୍ଟର ଅଫ ଏକ୍ସସିଲେନ୍ସ କରିଛନ୍ତି । ଏବେ ଆଉ ବ୍ରିଟେନର ନୂଆ ଷ୍ଟ୍ରେନ (Britain Strain) ଭୟ ନାହିଁ । ସାରା ଦେଶରେ ଗତକାଲି ସୁଦ୍ଧା ମାତ୍ର ୧୫୩ ଜଣ ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ପରିବେଶ, ଲୋକଙ୍କ ବ୍ୟକ୍ତିଗତ ପ୍ରତିଷେଧକ ଶକ୍ତି କି ଜେନେଟିକ କାରଣରୁ ଏହା ଏତେ ସଂକ୍ରମଣ ବୃଦ୍ଧି କରିପାରିନାହିଁ । 

Also Read: Delhi Blast: ରାଗିଗଲା ଇସ୍ରାଏଲ, ପ୍ରତିକ୍ରିୟା ରଖିଲା ଭାରତ...

ଅଧିକାଂଶ ଲୋକ ବ୍ରିଟେନରୁ ସଂକ୍ରମିତ ହୋଇ ଆସିଛନ୍ତି । ଭାରତରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବହୁତ କମ ।ବର୍ତ୍ତମାନ ପରିସ୍ଥିତିରେ କିଛି ଭୟ କରିବାର ନାହିଁ। ଓଡ଼ିଶାରେ ବି କେହି ଔପଚାରିକ ଭାବେ ବ୍ରିଟେନ ଭୂତାଣୁ ଚିହ୍ନଟ ହୋଇ ନାହାଁନ୍ତି। କେବଳ ସନ୍ଦେହ ହୋଇଛି । ଏହା କୋଭିଡ (Covid)ର ଆଉ ଏକ ରୂପ ମାତ୍ର। ସେପଟେ ଟିକାକରଣରେ ଏକ ନମ୍ବରକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି (BJD)।Also Read: ଫେବୃଆରୀ ୧ରୁ ହେବାକୁ ଯାଉଛି ଏହି ୫ଟି ବଡ଼ ପରିବର୍ତ୍ତନ, ସାଧାରଣ ଜନତାଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶାରେ ଟିକାକରଣ ସଫଳ ହୋଇଛି । ଓଡିଶା ସରକାର ଅନେକ ପ୍ରୋ ଆକ୍ଟିଭ ଷ୍ଟେପ ନେଇଥିବାରୁ ଏହି ସଫଳତା ମିଳିଛି । ଆଗାମୀ ଦିନରେ ଆଶା କରୁଛୁ, ବିହାର ଭଳି ଓଡିଶାରେ ମଧ୍ୟ ସମସ୍ତଙ୍କୁ ମାଗଣା ଟିକା (Free Vaccination) ଦେବାର ବ୍ୟବସ୍ଥା କେନ୍ଦ୍ର ସରକାର କରିବେ ବୋଲି କହିଛନ୍ତି ଦେବୀ ମିଶ୍ର । ଫେବ୍ରୁଆରୀ ୧୦ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । 

Also Read: ବଜେଟ ୨୦୨୧-୨୨: ଜାଣନ୍ତୁ କଣ ହେବ ଶସ୍ତା, କଣ ହେବ ମହଙ୍ଗା ?

ରାଜ୍ୟରେ ଟିକାକରଣ ଉତ୍ସାହଜନକ ରହିଥିବା ବେଳେ ଭୁବନେଶ୍ୱର ସମେତ ୮ଟି ଜିଲ୍ଲା ପଛରେ ରହିଛନ୍ତି । ତେଣୁ ଡେଡଲାଇନ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କୁ ଶହେ ପ୍ରତିଶତ ଟିକାକରଣ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ (Health Department) । ତେବେ ଟିକାକରଣରେ ପଛରେ ଥିବା ଜିଲ୍ଲାଗୁଡିକ ହେଉଛି, ଦେବଗଡ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ନୟାଗଡ, କଟକ, ସମ୍ବଲପୁର, କେନ୍ଦୁଝର ଓ ଭୁବନେଶ୍ୱର ସହରାଞ୍ଚଳ।

Edited: Zee Odisha Desk