ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର : ନାରୀ ଅବଳା, ଦୂର୍ବଳା ଆଉ ନିଷ୍ପେସିତ। ଏ ଶବ୍ଦ ଆଜି ବି ନାରୀ ସମାଜ ସହ ଯୋଡି ହୋଇ ରହିଛି। ହେଲେ ଏହାର କାରଣ ଆମେ କେବଳ ମହିଳା ଦିବସ ଆସିଲେ ହିଁ ମନେପକାଉ। ମହିଳାଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ଉପଲବ୍ଧିକୁ ପାଳନ କରିବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ଏହି ଦିବସ କାହା ପାଇଁ କ'ଣ ମାନେ ରଖେ। କହିବାର ଉଦ୍ଦେଶ୍ୟ ତିନି ଦିବ୍ୟାଙ୍ଗ ଝିଅଙ୍କ କାହାଣୀ ଏହି ଦିବସ ପାଳନ ଉପରେ ପ୍ରଶ୍ନ ଉଠାଇଛି। ଲକଡାଉନ ସେମାନଙ୍କ ରୋଜଗାର ଛଡାଇନେବା ପରେ ଏବେ ଭୁବନେଶ୍ୱର ପୋଖରିପୁଟ ଅଂଚଳରେ ଏକ ପାର୍କ ସାମ୍ନାରେ ବ୍ୟବସାୟ କରି ସେମାନେ ଉଦାହରଣ ସାଜିଛନ୍ତି।


COMMERCIAL BREAK
SCROLL TO CONTINUE READING

ସ୍ରଷ୍ଟାଙ୍କ ଅତୁଳନୀୟ ସୃଷ୍ଟି ହେଉଛି ନାରୀ (Female) । ପୁରୁଷଙ୍କ ସମକକ୍ଷ ନାରୀ ଆଜି ସମାଜରେ ସମ୍ମାନନୀୟ ଓ ଦୃଢ଼ ପ୍ରତିଷ୍ଠିତ। ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର ଆତ୍ମବିଶ୍ୱାସ (Selfconfidence) ଓ ଇଚ୍ଛାଶକ୍ତି। ଅନ୍ତର୍ଜାତୀୟ ମହିଳା ଦିବସ (International Womens Day) ଉପଲକ୍ଷେ ଏପରି ଏକ ଉଦାହରଣ ସାଜିଛନ୍ତି ତିନି ଯୁବତୀ। ରାଜଧାନୀ ଭୁବନେଶ୍ବର କାର୍ଗିଲ ବସ୍ତିରେ ବସବାସ କରୁଥିବା ତିନି ଯୁବତୀ ହେଉଛନ୍ତି ଶାରୀରିକ ଭିନ୍ନକ୍ଷମ (Phycaly Disabled)। ଜଗତସିଂହପୁରର ସୁଭଦ୍ରା ଦାଶ, ଢେଙ୍କାନାଳର ସଜିତା ସାହୁ ଓ ଗଜପତିର ମାଳତି ମଣ୍ଡଳ। ବୟସ ବେଶି ନୁହେଁ ହେଲେ ନିଜର ଶାରୀରିକ ଅକ୍ଷମତାକୁ ପଛରେ ପକାଇ ସ୍ବାବଲମ୍ବୀ ହେବାର ବୋଝ ମୁଣ୍ଡାଇଛନ୍ତି। ଆତ୍ମନିର୍ଭର ହୋଇ ରୋଜଗାର କରିବା ନିଶାରେ ଏକାଠି ହୋଇ ପୋଖରିପୁଟସ୍ଥିତ ମଧୂସୁଦନ ଦାଶ ପାର୍କ ସାମ୍ନାରେ ରାସ୍ତା କଡରେ ବ୍ୟବସାୟ ପନ୍ଥା ଆଦରି ନେଇଛନ୍ତି।


Also Read: ଆନ୍ତର୍ଜାତିକ ମହିଳା ଦିବସ; ସମ୍ମାନ, ସଙ୍ଘର୍ଷ ଓ ହତ୍ୟାକାଣ୍ଡ


ସୁଭଦ୍ରାଙ୍କର ଜନ୍ମରୁ ବାମ ହାତ ନାହିଁ, ଆଉ ମାଳତି ମଧ୍ୟ ଜନ୍ମ ପରେ ପୋଲିଓରେ (Polio) ଆକ୍ରାନ୍ତ। ସେହିପରି ସଜିତା ମାଟ୍ରିକ ପଢୁଥିବା ସମୟରେ ପୋଲିଓରେ ଆକ୍ରାନ୍ତ ହୋଇ ଦୂର୍ବିଶହ ଜୀବନଯାପନ କରୁଛନ୍ତି। ତିନି ଜଣେ ଭୁବନେଶ୍ବର (Bhubaneswar) ପୋଖରିପୁଟ ଅଂଚଳରେ ଥିବା ଭିନ୍ନକ୍ଷମ ପ୍ରଶିକ୍ଷଣ ପ୍ରତିଷ୍ଠାନ (Disabled Training Insitute) ରେ ତାଲିମ ନେଇ ମଧ୍ୟ କୌଣସି ଚାକିର ପାଇ ନାହାନ୍ତି। ପୂର୍ବରୁ ସେମାନେ ପେପର ପ୍ଲେଟ ନିର୍ମାଣ କରୁଥିଲେ, ହେଲେ ଲକଡାଉନରେ ତାହା ବନ୍ଦ ହୋଇଯିବାରୁ ଗତ ୪ ମାସ ହେବ ଏଠାରେ ଚା, ବିସ୍କୁଟ, ସ୍ନାକ୍ସ, ଲେମ୍ବୁ ମିଶ୍ରି ସର୍ବତ, ମୁଢି ମିକ୍ସର ଆଦି ବିକ୍ରି କରି ଗୁଜୁରାଣ ମେଣ୍ଟାଉଛନ୍ତି। ହେଲେ ଆବଶ୍ୟକ ଅର୍ଥ ଅଭାବରୁ ପରିବାର ଚଳାଇବା ଅସମ୍ଭବ ହେତୁ ଏକ ସ୍ଥାୟୀ ଦୋକାନ ଘର ଯୋଗାଇଦେବାକୁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି। ସେପଟେ ସେମାନଙ୍କର ଏହି ଉଦ୍ୟମକୁ ଜନସାଧାରଣ ଉଚ୍ଚପ୍ରଂଶସା କରିଛନ୍ତି ।



ଶାରିରୀକ ଭିନ୍ନକ୍ଷମ ହୋଇ ମଧ୍ୟ ହାତ ପତେଇ ମାଗିବା ଅପେକ୍ଷା ଏମାନେ (Disabled Girls) ଆତ୍ମନିର୍ଭରଶୀଳ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଆଜିର ଅନ୍ତର୍ଜାତୀୟ ମହିଳା ଦିବସ ଅବସରେ ଆମେ ଶତ ନମନ କରୁଛୁ। ଏବେ ଅପେକ୍ଷା ସରକାର (Odisha Govt) ଙ୍କ ଦରଦ କେବେ ସେମାନଙ୍କ ପାଖରେ ପଂହଚିପାରୁଛି।