ଆନ୍ତର୍ଜାତିକ ମହିଳା ଦିବସ; ସମ୍ମାନ, ସଙ୍ଘର୍ଷ ଓ ହତ୍ୟାକାଣ୍ଡ
Advertisement

ଆନ୍ତର୍ଜାତିକ ମହିଳା ଦିବସ; ସମ୍ମାନ, ସଙ୍ଘର୍ଷ ଓ ହତ୍ୟାକାଣ୍ଡ

ଆଜି ପ୍ରଶାସନ ବା ଅନୁଷ୍ଠାନ ମହିଳାଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରିଛି। କିନ୍ତୁ କିଛି ସ୍ଥାନରେ ସେହି ମହିଳାମାନେ ନ୍ୟାୟ ଓ ଅଧିକାର ପାଇଁ ସଙ୍ଘର୍ଷ କରୁଛନ୍ତି। ଏପରିକି ଆଜିର ଦିନରେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ଘଟଣା ମଧ୍ୟ ସାମନାକୁ ଆସିଛି।

ଆନ୍ତର୍ଜାତିକ ମହିଳା ଦିବସ; ସମ୍ମାନ, ସଙ୍ଘର୍ଷ ଓ ହତ୍ୟାକାଣ୍ଡ

ସମ୍ବଲପୁର/ଗଞ୍ଜାମ: ଆଜି ଆନ୍ତର୍ଜାତିକ ମହିଳା ଦିବସ। ମହିଳାଙ୍କ ପାଇଁ ଦିନଟିଏ ଉତ୍ସର୍ଗ କରି ବିଶ୍ୱର କୋଣେ ଅନୁକୋଣେ ଏହି ଦିବସକୁ ବହୁତ ଧୁମଧାମରେ ପାଳନ କରାଯାଇଛି। ଆଜି ପ୍ରଶାସନ ବା ଅନୁଷ୍ଠାନ ମହିଳାଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରିଛି। କିନ୍ତୁ କିଛି ସ୍ଥାନରେ ସେହି ମହିଳାମାନେ ନ୍ୟାୟ ଓ ଅଧିକାର ପାଇଁ ସଙ୍ଘର୍ଷ କରୁଛନ୍ତି। ଏପରିକି ଆଜିର ଦିନରେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ଘଟଣା ମଧ୍ୟ ସାମନାକୁ ଆସିଛି। 

ପୁରୁଷ କୈନ୍ଦ୍ରିକ ସମାଜରେ ପ୍ରଥମେ ନାରୀ ଅବହେଳିତ ହୋଇ ରହୁଥିଲା,କିନ୍ତୁ ବର୍ତ୍ତମାନ ନାରୀ ଏରୁଣ୍ଡି ବନ୍ଧ ଡେଇଁ ସମସ୍ତ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ସେଥିପାଇଁ ସମ୍ବଲପୁର (Sambalpur) ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ନାରୀମାନଙ୍କର ସମାଜରେ ସ୍ୱତନ୍ତ୍ର ଯୋଗଦାନ ପାଇଁ ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ବଲପୁରର ତପସ୍ୱିନୀ ହଲରେ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ (International Womens Day) ପାଳନ କରାଯାଇଛି। ଏହି ଉପଲକ୍ଷେ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ କରାଯାଇଥିଲା। 

fallback

ମହିଳା ଦିବସ ଅବସରରେ ଗଣଦୁଷ୍କର୍ମ ପିଡିତା (Gangrape Victim) ଙ୍କ ପାଇଁ ମହିଳା ଘେରିଲେ ସମ୍ବଲପୁର SP କାର୍ଯ୍ୟାଳୟ। ଧମା ଥାନା (Dhama Police) ଅନ୍ତର୍ଗତ ସହାସପୁର ଅଂଚଳର ଜଣେ ଆଦିବାସୀ ନାବାଳିକା ଝିଅକୁ ଚାକିରୀ ପ୍ରଲୋଭନ ଦେଖାଇ ଗତ ମାସରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ , ପୋଲିସ ଭୂମିକା କୁ ସନ୍ଦେହ କରି ଆଜି ସମ୍ବଲପୁର BJP ମହିଳା ମୋର୍ଚ୍ଚା SP କାର୍ଯ୍ୟାଳୟ ଘେରାଉ କରିଥିଲେ। ପିଡିତାଙ୍କ ବୟାନକୁ ମଧ୍ୟ ଅଣଦେଖା କରାଯାଇଥିବା ଅଭିଯୋଗ କରାଯାଇଛି।

fallback

ସେପଟେ ବଞ୍ଚିବା ଲାଗି ସ୍ବାମୀଙ୍କ ଦ୍ବାର ସମ୍ମୁଖରେ ବସି ହକ୍ ମାଗୁଛନ୍ତି ମହିଳା। ଯୌତୁକ (Dowry) ଲୋଭି ଡାକ୍ତର ସ୍ବାମୀ ଗତ ଦୁଇ ବର୍ଷ ଧରି ସ୍ତ୍ରୀଙ୍କୁ ଅଲୋଡା କରିଥିବା ବେଳେ ଆଜି ସକାଳୁ ସକାଳୁ ନାରୀ ନେତ୍ରୀ ପ୍ରମିଳା ତ୍ରିପାଠୀଙ୍କୁ ସାଥୀରେ ନେଇ ଶ୍ବଶୁର ଘର ପିଣ୍ଡାରେ ଧାରଣା ଦେଇଛନ୍ତି ଜଣେ ମହିଳା। ଏଭଳି ଏକ ଅଭାବନୀୟ ଦୃଶ୍ଯ ଗଞ୍ଜାମ ବ୍ରହ୍ମପୁର ସହର (Berhampur) ରେ ଦେଖିବାକୁ ମିଳିଛି। ନ୍ଯାୟ ଲାଗି ବାରମ୍ବାର ପ୍ରଶାସନ ଓ ମହିଳା କମିଶନଙ୍କ ନିକଟରେ ଦ୍ବାରସ୍ଥ ହୋଇ ମହିଳା ଜଣକ ନିରାଶ ହୋଇଛନ୍ତି। 

ମହିଳା ଦିବସରେ ମହିଳାଙ୍କ ପୁରସ୍କାର ଓ ସଙ୍ଘର୍ଷର କାହାଣୀ ଦେଖିବାକୁ ମିଳିଛି ତାହା ନୁହେଁ। ଆଜି ଗଞ୍ଜାମ (Ganjam) ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମରେ ଜଣେ ବିଧାବାଙ୍କୁ ବିଭତ୍ସ ଭାବେ ହତ୍ୟା (Muder) କରାଯାଇଛି। ସମ୍ପତ୍ତି ଭାଗ ବଣ୍ଟାକୁ କେନ୍ଦ୍ର କରି ଗ୍ରାମ ନିକଟରେ ଥିବା ଏକ ବିଲରେ ସୁଷମା ବିଷୋୟୀଙ୍କୁ ପିଟି ପିଟି ହତ୍ୟା (Women Killed) କରାଯାଇଥିବା ଅଭିଯୋଗ ହୋଇଛି।