ମହଙ୍ଗା ହେବ ବିଜୁଳି! ଆଜିଠୁ TATA ଆବେଦନର ଜନଶୁଣାଣି
ବଦ୍ୟୁତ ଦର ବଢାଇବାକୁ ବିତରକ କମ୍ପାନୀ ଗୁଡିକ ପ୍ରସ୍ତାବ ଦେଇଛନ୍ତି। ଆଉ ଆଜି ସେହି ଆବେଦନ ଉପରେ ଓଡିଶା ବିଦ୍ୟୁତ ନିୟାମକ ସଂସ୍ଥା (OERC) ଶୁଣାଣି କରିବ।
ଭୁବନେଶ୍ୱର: ସରକାରୀ ସଂସ୍ଥାର କ୍ଷତି ଭରଣ କରିବେ ଉପଭୋକ୍ତା! ଏଭଳି କିଛି ନୀତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆପଣାଇଛନ୍ତି। ତେଲ ଉପରେ କେନ୍ଦ୍ର ଓ ବିଜୁଳି ଉପରେ ରାଜ୍ୟ ସରକାର ନଜର ପକାଇଛନ୍ତି। ଆଗାମୀ ଦିନରେ ରାଜ୍ୟରେ ପୁଣି ବିଜୁଳି ମହଙ୍ଗା ହୋଇପାରେ। ବଦ୍ୟୁତ ଦର ବଢାଇବାକୁ ବିତରକ କମ୍ପାନୀ ଗୁଡିକ ପ୍ରସ୍ତାବ ଦେଇଛନ୍ତି। ଆଉ ଆଜି ସେହି ଆବେଦନ ଉପରେ ଓଡିଶା ବିଦ୍ୟୁତ ନିୟାମକ ସଂସ୍ଥା (OERC) ଶୁଣାଣି କରିବ।
ଶଷ ଥର ପାଇଁ ୨୦୨୦ ଅକ୍ଟୋବରରେ ବିଦ୍ୟୁତ ଦର (Electricity rate) ୨୦ ପଇସା ବୃଦ୍ଧି କରାଯାଇଥିଲା। କିନ୍ତୁ ଏହାର ୬ ମାସ ନପୁରୁଣୁ ପୁଣିଥରେ ବିଦ୍ୟୁତ ଶୁଳ୍କ ବଢାଇବାକୁ ବିଦ୍ୟୁତ ଉତ୍ପାଦକ କମ୍ପାନୀ ଗୁଡିକ ଚାହୁଁଛନ୍ତି। ଯାହାକୁ ନେଇ ବିତରଣକାରୀ ଟାଟା ପାୱାର (Tata Power) OERC ଆବେଦନ କରିଛି। ତାହାର ଆଜି ଜନଶୁଣାଣି ହେବ। OPTCL ୨୫ରୁ ୪୮.୧୬, OHPC ୟୁନିଟ ପିଛା ୯୧ରୁ ୯୫, OPGC ୨୬୦.୨୮ରୁ ୨୮୧.୧୪ ଓ ଗ୍ରୀଡକୋ ସର୍ବାଧିକ ୨୮୭ରୁ ୩୯୩.୩ ପଇସା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି।
Also Read: ଖୋଲିଲା +୩ ଓ ବୈଷୟିକ ଶିକ୍ଷାନୁଷ୍ଠାନ, ବିଳମ୍ବରେ ହେବ ପାଠପଢା
ସେପଟେ ବିଦ୍ୟୁତ ଦର ବୃଦ୍ଧି (Electricity rate hike) କୁ ଉପଭୋକ୍ତା ମହାସଂଘ (Consumer Fedration) ବିରୋଧ କରିଛି। ସଂଙ୍ଘ କହିଛି ଯେ, ବିତ୍ୟୁତ ଉତ୍ପାଦନ କମ୍ପାନୀ ଗୁଡିକ ସରକାରଙ୍କ ଅଧିନରେ ଅଛନ୍ତି। ସେଗୁଡିକ କ୍ଷତିରେ ଚାଲୁଥିବା ବେଳେ ସରକାର (Naveen Govt) ସାଧାରଣ ଜନତାଙ୍କ ଉପରେ ତାର ବୋଝ ଲଦିଦେବାକୁ ଚାହୁଁଛନ୍ତି। କିନ୍ତୁ ଆମେ ସେଭଳି ହେବାକୁ ଦେବୁ ନାହିଁ। ଯଦି ସରକାରୀ କମ୍ପାନୀ କ୍ଷେତି ସହୁଛି, ସେଥିପାଇଁ ସରକାର ଦାୟୀ।
ମହାସଂଘ ପୁଣି କହିଛି ଯେ, ବିଦ୍ୟୁତ କମ୍ପାନୀ (Electricity company) ଗୁଡିକୁ ବଞ୍ଚାଇବା ପାଇଁ ଶୁକ୍ଳ ବୃଦ୍ଧି ନକରି ସେମାନଙ୍କୁ ସବସିଡି ଦିଆଯାଉ। ଯଦି କମ୍ପାନୀ ଚାପରେ ପଡି ସରକାର ବିଦ୍ୟୁତ ଦର ବୃଦ୍ଧି କରନ୍ତି, ତେବେ ଗ୍ରାହକ ରାଜରାସ୍ତାକୁ ଓହ୍ଲାଇବେ। ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଉପଭୋକ୍ତା ମହାସଂଘ ଚେତାବନୀ ଦେଇଛି।