ଖୋଲିଲା +୩ ଓ ବୈଷୟିକ ଶିକ୍ଷାନୁଷ୍ଠାନ, ବିଳମ୍ବରେ ହେବ ପାଠପଢା
Advertisement

ଖୋଲିଲା +୩ ଓ ବୈଷୟିକ ଶିକ୍ଷାନୁଷ୍ଠାନ, ବିଳମ୍ବରେ ହେବ ପାଠପଢା

ପୂର୍ବରୁ ନବମ ଠାରୁ ଦ୍ୱାଦଶ ଓ ୟୁଜି ଓ ପିଜି ଶେଷ ବର୍ଷ ପାଇଁ କ୍ଲାସରୁମ ପାଠପଢା ଆରମ୍ଭ ହୋଇଛି। ସେହି କ୍ରମରେ ଆଜି ଯୁକ୍ତ ୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ଓ ବୈଷୟିକ ପିଲାଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବ। 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ କୋରୋନାର ପ୍ରକୋପ କମିବା ସହ ସ୍ଥିତି ସ୍ୱଭାବିକ ହେଉଛି। ମହାମାରୀରେ ଶିକ୍ଷା କ୍ଷେତ୍ର ଅଧିକ ପ୍ରଭାବିତ ହୋଇଥିଲା। କିନ୍ତୁ ଏବେ ସେଗୁଡିକ ଧୀରେ ଧୀରେ ଖୋଲିବା ଆରମ୍ଭ କରୁଛି। ପୂର୍ବରୁ ନବମ ଠାରୁ ଦ୍ୱାଦଶ ଓ ୟୁଜି ଓ ପିଜି ଶେଷ ବର୍ଷ ପାଇଁ କ୍ଲାସରୁମ ପାଠପଢା ଆରମ୍ଭ ହୋଇଛି। ସେହି କ୍ରମରେ ଆଜି ଯୁକ୍ତ ୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ଓ ବୈଷୟିକ ପିଲାଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବ। 

ଆଜିଠାରୁ ରାଜ୍ୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ପିଲାଙ୍କ କ୍ଲାସରୁମ ପାଠପଢା (class room study) ଆରମ୍ଭ ହେଉଛି। ଏହା ସହ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ (skill and technology) ଅଧିନରେ ଥିବା ସମସ୍ତ ସରକାରୀ ଓ ବେସରକରୀ ଶିକ୍ଷାନୁଷ୍ଠାନ (Educational institute) ଓ ହଷ୍ଟେଲ ମଧ୍ୟ ଖୋଲିବ। ତେବେ ବୈଷୟିକ ଶିକ୍ଷାନୁଷ୍ଠାନ ଆଜି ଖୋଲିବ କିନ୍ତୁ ଆସନ୍ତା ୧୭ ତାରିଖ ଠାରୁ ପାଠପଢା ଆରମ୍ଭ ହେବ।

Also Read: ଆଜିଠୁ ନବମ ଓ ଏକାଦଶ ପାଠପଢା, ଖୋଲିଲା ହଷ୍ଟେଲ

ପ୍ରଥମେ ଶିକ୍ଷକ ଓ କର୍ମଚାରୀମାନେ ଶିକ୍ଷାନୁଷ୍ଠାନକୁ ଯାଇ ସୋଠାରେ ବିଶୋଧନ (Sanitation) କୁ ଗୁରୁତ୍ୱ ଦେବେ। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍ SOP ପାଳନ କରିବାକୁ ହେବ। ସେପଟେ ନବମ ଠାରୁ ପିଜି ପର୍ଯ୍ୟନ୍ତ ପ୍ରାୟ ସବୁ ଶ୍ରେଣୀର ପିଲାଙ୍କ ପାଇଁ ଶିକ୍ଷାନୁଷ୍ଠାନ (School Reopen) ଖୋଲିଯାଇଛି। ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ଖୋଲା ହୋଇଥିବା ବେଳେ ଖୁବଶୀଘ୍ର ପ୍ରାଥମିକ ବିଦ୍ୟାଳୟରେ କ୍ଲାସରୁମ ପାଠପଢା ଆରମ୍ଭ ହେବ ବୋଲି ଶକ୍ଷା ବିଭାଗ କହିଛି।