ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ। ପ୍ରେସବାର୍ତ୍ତାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ସ୍କୁଲ ୭ରୁ ଖୋଲିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର। କଲେଜ, ୟୁନିଭର୍ସିଟି, ଟେକନିକାଲ, ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଖୋଲିବାକୁ ଯାଉଛି । 


COMMERCIAL BREAK
SCROLL TO CONTINUE READING

ସେପଟେ କେବଳ ଯେ, କ୍ଲାସ ହେବ ତାହା ନୁହେଁ ତା ସହ ସ୍କୁଲ, କଲେଜ ସଂପୃକ୍ତ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ। କେଜିରୁ ସପ୍ତମ ପର୍ଯ୍ୟନ୍ତ ସ୍କୁଲ ଫେବ୍ରୁଆରୀ ୧୪ରୁ ଖୋଲିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର (Odisha Government) ।


Also Read: ସାବଧାନ ! ବଦଳିଲା ପାଗ, ଦୁଇଦିନ ବର୍ଷିବ


ସେପଟେ ସ୍କୁଲ ଖୋଲିବା ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର (Central Government) । ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡ଼ା କି ନାହିଁ ତାହା ସ୍ଥିର କରିପାରିବ ରାଜ୍ୟ । ସାମାଜିକ ଦୂରତ୍ୱ ବଜାୟ ପାଇଁ ସ୍କୁଲ ପରିସରରେ ମାର୍କିଂ ମଧ୍ୟ କରାଯିବ। 


Also Read: BSNL ଏହି ପଦବୀରେ ଦେଉଛି ନିଯୁକ୍ତି, ମାସକୁ ମିଳିବ ୭୫ ହଜାର, ଏହିପରି କରନ୍ତୁ ଆବେଦନ


କୋଭିଡ୍‌ ପରିସ୍ଥିତି ଯୋଗୁ ଛାତ୍ରଛାତ୍ରୀମାନେ ନିୟମିତ ଧରି ଶିକ୍ଷାନୁଷ୍ଠାନ (Institution) କୁ ଯାଇପାରିନାହାନ୍ତି। ବିଶେଷ କରି ଛୋଟ ଛୋଟ ପିଲା ଦୁଇ ବର୍ଷ ଧରି ସ୍କୁଲ ମାଟି ମାଡ଼ି ନାହାଁନ୍ତି। ତେବେ ତୃତୀୟ ଲହରରେ ଗୁରୁତର ହୋଇ ହସ୍ପିଟାଲରେ ଆଡମିଟ ହେବା ସଂଖ୍ୟା କମ୍‌ ରହୁଛି। ସଂକ୍ରମଣ ମଧ୍ୟ ଦିନକୁ ଦିନକୁ  କମି କମି ଆସୁଛି ଯାହାକୁ ନଜରରେ ରଖି ସ୍କୁଲ, କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।