ସାବଧାନ ! ବଦଳିଲା ପାଗ, ଦୁଇଦିନ ବର୍ଷିବ
Advertisement
Article Detail0/zeeodisha/odisha1087912

ସାବଧାନ ! ବଦଳିଲା ପାଗ, ଦୁଇଦିନ ବର୍ଷିବ

ଓଡ଼ିଶା ସମେତ ଖୋର୍ଦ୍ଧା ପୁରୀରେ ବିଜୁଳି ଘଡଘଡି ଏବଂ ୯ ଜିଲ୍ଲାରେ କୁଆପଥର ବର୍ଷା ପାଇଁ ଚେତାବନୀ ଦିଆଯାଇଛି । 

ସାବଧାନ ! ବଦଳିଲା ପାଗ, ଦୁଇଦିନ ବର୍ଷିବ

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ପଶ୍ଚିମା ଝଡର ତାଉ । ବଙ୍ଗୋପସାଗରରୁ ଓଡିଶା ମୁହାଁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ବଦଳିବା ସହ ବର୍ଷା ଆରମ୍ଭ ହୋଇଛି । 

ଏହାର ପ୍ରଭାବରେ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ୮ ଜିଲ୍ଲା ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, କେଉଁଝର, ଓ ମୟୂରଭଂଜରେ ବିଜୁଳି ଘଡଘଡି ସହ ବର୍ଷା ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

Also Read: SBI ର କୋଟି କୋଟି ଗ୍ରାହକଙ୍କ ପାଇଁ ଜରୁରୀ ଖବର! ବଦଳି ଯାଇଛି ଟଙ୍କା ସହ ଜଡ଼ିତ ଏହି ନିୟମ, ତୁରନ୍ତ ଚେକ୍ କରନ୍ତୁ ଡିଟେଲ୍

ସେହିପରି ଆସନ୍ତା କାଲି ୪ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ଉତ୍ତର ଓଡ଼ିଶା ସମେତ ଖୋର୍ଦ୍ଧା ପୁରୀ (Puri) ରେ ବିଜୁଳି ଘଡଘଡି ଏବଂ ୯ ଜିଲ୍ଲାରେ କୁଆପଥର ବର୍ଷା ପାଇଁ ଚେତାବନୀ ଦିଆଯାଇଛି । ତେବେ ଆସନ୍ତା ଦୁଇଦିନ ପରେ ପାଗ ଶୁଖିଲା ରହିବା ସହ ରାତିର ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ।