Govt Contractual Employees, ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ଓଡିଶା ଚୁକ୍ତି ଭିତ୍ତିକ ସରକାରୀ କର୍ମଚାରୀ ସଙ୍ଘର ମହାଆନ୍ଦୋଳ ଓ ସରକାର ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ମାସେ ପୁରିବ। ଏହାରି ମଧ୍ୟରେ ରାଜ୍ୟ ସରକାରଙ୍କ ଦୁଇ ଦୁଇଟି କ୍ୟାବିନେଟ ବୈଠକ ବସିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଆଧିକାରୀକ ଭାବେ ଚୁକ୍ତି ଭିତ୍ତିକ ସରକାରୀ କର୍ମଚାରୀଙ୍କ ଦାବି ଉପରେ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ। କିନ୍ତୁ ଅକ୍ଟୋବର ୧୧ ତାରିଖରେ ଏହି ପ୍ରସଙ୍ଗରେ ନିଷ୍ପର୍ଷ ବାହାରିବାର ସମ୍ଭାବନା ଅଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁସାରେ ମଙ୍ଗଳବାର ପୂର୍ବତନ ଶକ୍ତିମନ୍ତ୍ରୀ ତଥା ବିଜେଡି ସାଙ୍ଗଠାନୀକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଆନ୍ଦୋଳନରତ ଠିକା କର୍ମଚାରୀ ସଙ୍ଘର ପ୍ରତିନିଧିଙ୍କ ସହ ଆଲୋଚନା କରିବେ।


COMMERCIAL BREAK
SCROLL TO CONTINUE READING

ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ସେପ୍ଟେମ୍ବର ୧୧ ତାରିଖରେ ଲୋକସେବା ଭବନ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏଥିରେ ଓଡିଶା ଚୁକ୍ତି ଭିତ୍ତିକ ସରକାରୀ କର୍ମଚାରୀ ସଙ୍ଘର ୪୦୦୦୦ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ହୋଇଥିଲେ। ଏପରି କି ମହିଳା କର୍ମଚାରୀମାନେ ସେମାନଙ୍କ ସ୍ତନ୍ୟପାନ କରୁଥିବା ଶିଶୁଙ୍କୁ ମଧ୍ୟ ଧାରଣାସ୍ଥଳକୁ ଆଣିଥିଲେ। ପ୍ରବଳବର୍ଷା ସତ୍ତ୍ୱେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରିଥିଲେ। ଏଥିରେ ବିଚଳିତ ହୋଇ ସରକାର ଆସନ୍ତା ୧୫ ଦିନ ମଧ୍ୟରେ ସେମାନଙ୍କ ଦାବି ଉପରେ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତିକୁ ମାସେ ପୁରିବାକୁ ଯାଉଥିଲେ ମଧ୍ୟ ପ୍ରତିଶ୍ରୁତିର ଅଗ୍ରଗତି ନେଇ କୌଣସି ଆଧିକାରୀକ ଘୋଷଣା ହୋଇନାହିଁ।


Also Read: Govt Contractual Employees: ଅବସରପ୍ରାପ୍ତଙ୍କୁ ଅବସର ଓ ସ୍ଥାୟୀଙ୍କୁ ମିଳିଲା ଉପହାର, ଠିକାଙ୍କୁ କଥା ଦେଇ ଠକିଦେଲେ ସରକାର


ସୂତ୍ରାନୁସାରେ, ଠିକା କର୍ମଚାରୀଙ୍କ ଦାବିକୁ ରଫାଦଫା କରିବା ପାଇଁ ପୂର୍ବତନ ଶକ୍ତିମନ୍ତ୍ରୀ ତଥା ବିଜେଡି ସାଙ୍ଗଠାନୀକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଦାସ)ଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି। ସେ ଗତମାସର ଗଣଧାରଣା ଠାରୁ ସରକାରୀ ଠିକା କର୍ମଚାରୀଙ୍କ ସମ୍ପର୍କରେ ଅଛନ୍ତି। ପ୍ରଣବଙ୍କ ଦକ୍ଷତା ଓ କୌଶଳ ଉପରେ ସରକାର ଭରସା କରିଛନ୍ତି। କୁହାଯାଉଛି ଯେ, ଗତ ମାସେ ମଧ୍ୟରେ ବବି ଦାସ ଏକାଧିକ ଥର ଠିକା କର୍ମଚାରୀ ସଙ୍ଘ ଓ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବେଙ୍ଗାଲୁରୁ ଗସ୍ତ ଓ ମୁଖ୍ୟ ସାଶନ ସଚିବଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ପ୍ରତିଶ୍ରୁତି ଅବଧି ମଧ୍ୟରେ କୌଣସି ନିଷ୍ପତ୍ତି ହୋଇପାରିନଥିଲା। କିନ୍ତୁ ଠିକା କର୍ମଚାରୀ ସଙ୍ଘର ଦାବିକୁ ନେଇ ଲୋକସେବା ଭବନରେ ଆଲୋଚନା ଚାଲିଛି।


ଚୂଡାନ୍ତ ନିଷ୍ପତି ନେବା ପୂର୍ବରୁ ଥରୁଟିଏ ସରକାରୀ ଠିକା କର୍ମଚାରୀ ସଙ୍ଘର ପ୍ରତିନିଧିଙ୍କ ସହ ଆଲୋଚନା କରିବାର ସମ୍ଭାବନା ଅଛି। ପୂଜା ପରେ ଆଲୋଚନା କରିବାକୁ କୁଆଡେ ବବି ଦାସ କହିଥିଲେ। ବୈଠକ ପାଇଁ ଆସନ୍ତା ୧୧ ତାରିଖ ନିର୍ଦ୍ଧାରିତ କରାଯାଇଛି। ଆଶା କରାଯାଉଛି ଏଥର ସରକାର ଠିକା କର୍ମଚାରୀଙ୍କୁ ନିରାଶ କରିବେ ନାହିଁ। ଯଦି ମଙ୍ଗଳବାର ବୈଠକ ବସେ ତେବେ ଖୁବଶୀଘ୍ର କୌଣସି ନିଷ୍ପର୍ଷ ବାହାରିପାରେ। ସୂଚନାନୁସାରେ, ଦୀପାବଳି କିମ୍ବା ଧାମନଗର ଉପନିର୍ବାଚନ ପୂର୍ବରୁ ସରକାର, ଠିକା କର୍ମଚାରୀଙ୍କୁ ଉପହାର ସଦୃଶ୍ୟ ତାଙ୍କ ଦାବି ପୂରଣ କରିପାରନ୍ତି।


Also Read: Contractual Employees Protest: ଆଜି ମହାସଙ୍ଘର ମହାଆନ୍ଦୋଳନ, ୪୦୦୦୦ ଠିକା କର୍ମଚାରୀ ଘେରିବେ ଲୋକସେବା ଭବନ


ସେପଟେ ଠିକା କର୍ମଚାରୀଙ୍କ ଦାବିକୁ ନେଇ ରାଜନୈତିକ ମାହୋଲରେ ମଧ୍ୟ ଆଲୋଚନା ସରଗରମ ହୋଇଛି। ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ, ସରକାର ଏବେ ଠିକା କର୍ମଚାରୀଙ୍କ ଦାବି ପୂରଣ କରିବେ ନାହିଁ, ଏହାକୁ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଟାଣିବେ। ବର୍ତ୍ତମାନ ୭୦ ହଜାର କର୍ମଚାରୀଙ୍କ ଦାବି ପୂରଣ କରିଦେଲେ ସରକାର କୌଣସି ରାଜନୈତିକ ଲାଭ ପାଇବେ ନାହିଁ। ତେଣୁ ଠିକ୍ ୨୦୨୪ ନିର୍ବାଚନର କିଛି ମାସ ପୂର୍ବେ ଠିକା ନିଯୁକ୍ତି ନୀତି ପ୍ରତ୍ୟାହାର କରିବେ ଓ ଏହାକୁ ଏକ ଜନହିତକର ପଦକ୍ଷେପ ବୋଲି କହିବେ।