ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ୧୪ ଦିନିଆ ଲକଡାଉନ ଆରମ୍ଭ ହୋଇଯାଇଛି। ଏହି ସମୟରେ ଜରୁରୀ ସେବା ବ୍ୟତିତ ଅନ୍ୟ ସମସ୍ତ ପ୍ରତିଷ୍ଠାନ ବା ଦୋକାନ ବଜାର ବନ୍ଦ ରହିବ। କାହାକୁ କେଉଁ ଚିନ୍ତା ଥିବା ବେଳେ ଅଡବକାରି ବିଭାଗ କିନ୍ତୁ ମଦ୍ୟପଙ୍କ ଚିନ୍ତା କରିଛି। ମଦ୍ୟପଙ୍କ ସ୍ୱାର୍ଥ୍ୟକୁ ଦୃଷ୍ଟିରେ ରଖି ମଦର ହୋମଡେଲିଭରି ଅନୁମତି ଦେବାକୁ SRCଙ୍କୁ ଚିଠି ଲେଖିଛି।


COMMERCIAL BREAK
SCROLL TO CONTINUE READING

ଲକଡାଉନ (Lockdown) ବେଳେ ମଦର Home Deliveryକୁ ଅନୁମତି ଦେବାକୁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କୁ ଅବକାରୀ ବିଭାଗ ପ୍ରମୂଖ ସଚିବ ଏସକେ ଲୋହାନୀ ଚିଠି ଲେଖିଛନ୍ତି। IAS ଲୋହାନୀ କହିଛନ୍ତି ଯେ, ଲକଡାଉନ ସମୟରେ କେବଳ ଜରୁରୀ ସେବା (Essential Service) ଯୋଗାଉଥିବା ପ୍ରତିଷ୍ଠାନ ଖୋଲା ରହିବ। ରାଜ୍ୟର କେଉଁଠି ମଧ୍ୟ ମଦ ଦୋକାନ ଖୋଲିବ ନାହିଁ। ଫଳରେ ମଦ୍ୟପଙ୍କୁ ବିଶୁଦ୍ଧ ମଦ (Wine) ମିଳିବା ସମ୍ଭାବନା କମ ଏବଂ ମଦର କଳାବଜାରୀ ଆରମ୍ଭ ହେବ। କିଛି ଲୋକ ନକଲି ମଦ ପିଇ ମୃତ୍ୟୁ ବରଣ କରିବାର ଆଶଙ୍କା ପ୍ରକଟ କରିଛନ୍ତି ଲୋହାନୀ।


Also Read: ଓଡିଆଙ୍କ ହୃଦୟ ଜିତିଲା ଆନ୍ଧ୍ର ପୋଲିସ; ନିଜ ଖର୍ଚ୍ଚରେ ସ୍ୱାମୀର ମୃତଦେହ ସହ ମହିଳାଙ୍କୁ ପଠାଇଲା ବାଲେଶ୍ୱର


ସେ ପୁଣି କହିଛନ୍ତି ଯେ, ଏହି ସମସ୍ୟାକୁ ରୋକିବା ପାଇଁ ସରକାର ଲକଡାଉନ ସମୟରେ ମଦର Home Deliveryକୁ ଅନୁମତି ଦିଅନ୍ତୁ। ଗତବର୍ଷ ଭଳି ଲାଇସେନ୍ସ ପ୍ରାପ୍ତ Delivery କମ୍ପାନୀ କୋରୋନା ଗାଇଡଲାଇନ ପାଳନ କରି ଲୋକଙ୍କ ନିକଟରେ ମଦ ପହଞ୍ଚାଇବେ। ସେମାନଙ୍କ ଗାଡିକୁ ବିନାକଟକଣାରେ ଯିବା ପାଇଁ ଦିଆଯାଉ। ଏହା ଉପରେ ୨୦୨୦ ଜୁନରେ ଅବକାରୀ ବିଭାଗ (Exicese Dept) ଏକ ଗାଇଡଲାଇନ ପ୍ରସ୍ତୁତ କରିଛି। ତେଣୁ ଏହି ପ୍ରସଙ୍ଗ ଉପରେ ଧ୍ୟାନ ଦିଅନ୍ତୁ ବୋଲି ଅବକାରୀ ବିଭାଗ ପ୍ରମୂଖ ସଚିବ ଏସକେ ଲୋହାନୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।