ଓଡିଆଙ୍କ ହୃଦୟ ଜିତିଲା ଆନ୍ଧ୍ର ପୋଲିସ; ନିଜ ଖର୍ଚ୍ଚରେ ସ୍ୱାମୀର ମୃତଦେହ ସହ ମହିଳାଙ୍କୁ ପଠାଇଲା ବାଲେଶ୍ୱର
Advertisement

ଓଡିଆଙ୍କ ହୃଦୟ ଜିତିଲା ଆନ୍ଧ୍ର ପୋଲିସ; ନିଜ ଖର୍ଚ୍ଚରେ ସ୍ୱାମୀର ମୃତଦେହ ସହ ମହିଳାଙ୍କୁ ପଠାଇଲା ବାଲେଶ୍ୱର

ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦ (Hyderabad) ରୁ ବାଲେଶ୍ବର (Balasore) ଅଭିମୁଖେ ପ୍ରଦୀପ ଗୌଡ ଓ ତାଙ୍କ ପତ୍ନୀ ଗୋଟିଏ ଭଡା କାରରେ ଆସୁଥିଲେ। ଶ୍ରୀକାକୁଲମର ଟେକିଲି ଗାଁ ନିକଟରେ ପ୍ରଦୀପ ହଠାତ ଅସୁସ୍ଥ ହୋଇଥିଲେ। କିଛି ସମୟ ପରେ ସେହି ଗାଡିରେ ହିଁ ପ୍ରଦୀପଙ୍କ ଦେହାନ୍ତ ହୋଇଥିଲା।

ଓଡିଆଙ୍କ ହୃଦୟ ଜିତିଲା ଆନ୍ଧ୍ର ପୋଲିସ; ନିଜ ଖର୍ଚ୍ଚରେ ସ୍ୱାମୀର ମୃତଦେହ ସହ ମହିଳାଙ୍କୁ ପଠାଇଲା ବାଲେଶ୍ୱର

ଗଜପତି: ଆନ୍ଧ୍ର ପୋଲିସ ମାନବିକତାର ପରିଚୟ ଦେଇଛି। ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ମୃତଦେହକୁ ବାଟରେ ଛାଡି ଚାଲିଗଲା ଭାଡା ଗାଡି। ନିଜ ଖର୍ଚ୍ଚରେ ବାଲେଶ୍ୱର ପଠାଇଲା ଆନ୍ଧ୍ର ପୋଲିସ। ଏଭଳି ଘଟଣା ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଟେକାଲି ଗାଁ ନିକଟରେ ଦେଖିବାକୁ ମିଳିଛି। 

ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦ (Hyderabad) ରୁ ବାଲେଶ୍ବର (Balasore) ଅଭିମୁଖେ ପ୍ରଦୀପ ଗୌଡ ଓ ତାଙ୍କ ପତ୍ନୀ ଗୋଟିଏ ଭଡା କାରରେ ଆସୁଥିଲେ। ଶ୍ରୀକାକୁଲମର ଟେକିଲି ଗାଁ ନିକଟରେ ପ୍ରଦୀପ ହଠାତ ଅସୁସ୍ଥ ହୋଇଥିଲେ। କିଛି ସମୟ ପରେ ସେହି ଗାଡିରେ ହିଁ ପ୍ରଦୀପଙ୍କ ଦେହାନ୍ତ ହୋଇଥିଲା। ହେଲେ କେଭିଡରେ ପ୍ରଦୀପଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି ଭଡା ଗାଡି ଡ୍ରାଇଭର, ମରଶରୀର ଓ ମହିଳାଙ୍କୁ ରାସ୍ତା ଉପରେ ଓହ୍ଲାଇ ଭୟରେ କୁଆଡେ ଚାଲି ଯାଇଥିଲା। 

Also Read: କୋରୋନାର ଆଉ ଏକ variant ଚିହ୍ନଟ, ପୁରୁଣା ଅପେକ୍ଷା ୧୫ ଗୁଣା ଅଧିକ ମାରାତ୍ମକ

ଜାତୀୟ ରାଜପଥ ୧୬ରେ ପାଟ୍ରୋଲିଂ କରୁଥିବା ଟେକିଲି ପୁଲିସ (Andhra Pradesh police) ଘଟଣାସ୍ଥଳରେ ପହଞ୍ଚି ଆର୍ଥିକ ସହାୟତା ଯୋଗାଇ ବା ସହ ଏକ ସ୍ୱତନ୍ତ୍ର ଗାଡିରେ ମୃତଦେହ ଓ ମହିଳାଙ୍କୁ ବାଲେଶ୍ଵର ପଠାଇଛି। ଘରେ ପହଁଞ୍ଚବା ପାଇଁ ସମସ୍ତ ବ୍ୟବସ୍ଥା କରି ଆନ୍ଧ୍ର ସୀମା ପାର ହେବା ପର୍ଯ୍ୟନ୍ତ ପୋଲିସ ନିଜ ଦାୟିତ୍ୱ ସମ୍ପାଦନ କରି ମାନବିକତାର (Humanity tendency) ପରିଚୟ ଦେଇଛି। ଓଡିଶା ପୋଲିସ (Odisha Police) କୁ ବି ନିବେଦନ ପୂର୍ବକ ପ୍ରଦୀପଙ୍କ ମରଶରୀର ସସମ୍ମାନେ ନିଜ ଘରେ ପହଞ୍ଚିବା ପର୍ଯ୍ୟନ୍ତ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ।