ଚଳିତବର୍ଷ ହେବନାହିଁ ମାଟ୍ରିକ ପରୀକ୍ଷା
ରାଜ୍ୟରେ ଫେବୃୟାରୀରେ ମାଟ୍ରିକ ପରୀକ୍ଷା ହେଉଥିବା ବେଳେ ଏହାକୁ ମେ ୩ ତାରିଖକୁ ଘୁଞ୍ଚା ଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମେ ୩ ତାରିଖରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାର ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଘୋଷଣା କରିଥିଲେ।
ଭୁବନେଶ୍ୱର: ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ ଦୂର କଲେ ସରକାର। ରାଜ୍ୟରେ ଚଳିତବର୍ଷ ହେବନାହିଁ ମାଟ୍ରିକ ପରୀକ୍ଷା। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଉ ଛାତ୍ରଛାତ୍ରୀଙ୍କ ଧାରଣାର ଦିନକ ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।
ରାଜ୍ୟରେ ବଢୁଥିବା କୋରୋନା (Coronavirus) ସଂକ୍ରମଣକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା (Matric exam) ନ କରାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ମାଟ୍ରିକ ନୁହଁ ମଦ୍ରାସା ଶିକ୍ଷାବୋର୍ଡ ଦ୍ବାରା ପରିଚାଳିତ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। ତେବେ ବୋର୍ଡ (Board) ନିର୍ଦ୍ଧାରିତ ପଦ୍ଧତିରେ ରେଜଲ୍ଟ ଆସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପରୀକ୍ଷା ବାତିଲ କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ (Samir Dash) କହିଛନ୍ତି।
Also Read: CBSE Board Exam 2021: ଦଶମ ପରୀକ୍ଷା ରଦ୍ଦ, ବାତିଲ ହେଲା ଦ୍ୱାଦଶ
ରାଜ୍ୟରେ ଫେବୃୟାରୀରେ ମାଟ୍ରିକ ପରୀକ୍ଷା ହେଉଥିବା ବେଳେ ଏହାକୁ ମେ ୩ ତାରିଖକୁ ଘୁଞ୍ଚା ଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମେ ୩ ତାରିଖରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାର ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଘୋଷଣା କରିଥିଲେ। କୋରୋନା ସ୍ଥିତି ସୁଧୁରିଲେ ପରୀକ୍ଷା ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ ବାର୍ତାରେ କୁହାଯାଇଥିଲା।
ମୁଖ୍ୟମନ୍ତ୍ରୀଙ୍କ ପରୀକ୍ଷା ସ୍ଥଗିତାଦେଶ ସତ୍ୱେ ୬ ଲକ୍ଷ ୧୯ ହଜାର ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚତତା ଦେଖାଦେଇଥିଲା। CBSE ଓ ICSC ଦଶମ ବୋର୍ଡ ପରୀକ୍ଷା ବାତିଲ (exam cancelled) ବୋଲି ଘୋଷଣା ହୋଇଥିଲା। କିନ୍ତୁ BSE କିମ୍ବା ସରକାରଙ୍କ ପକ୍ଷକୁ ମାଟ୍ରିକ ପରୀକ୍ଷା ବାତିଲ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା। ଫଳରେ ପରୀକ୍ଷା ହେବ ନା ନାହିଁ ସେନେଇ ଛାତ୍ରଛତ୍ରୀ ଦ୍ୱନ୍ଦ୍ୱରେ ଥିଲେ। ଆଉ ସେମାନେ ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଥିଲେ। କିନ୍ତୁ ମନ୍ତ୍ରୀଙ୍କ ପକ୍ଷରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା।
Also Read: ତୈଳ ଦରରେ ସାମାନ୍ୟ ଆଶ୍ୱସ୍ତି; ଏବେ ବି Petrol ୧୦୦ ପାର, ଆଗକୁ ପୁଣି ବଢିବା ସମ୍ଭାବନା
ଫଳରେ ପରୀକ୍ଷା ବାତିଲ କରିବା ଦାବିରେ ପ୍ରାୟ ୧୫ଟି ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନେ ନବୀନ ନିବାସ ଆଗରେ ବିକ୍ଷୋଭ କରିଥିଲେ। ଆଉ ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ପରେ ସେମାନେ ଗତକାଲି ଧାରଣାରୁ ଉଠିଥିଲେ। ସେପଟେ ସରକାରଙ୍କ ମାଟ୍ରିକ ପରୀକ୍ଷା ବାତିଲକୁ କିଛି ଶିକ୍ଷାବିତ୍ ନପସନ୍ଦ କରିଛନ୍ତି। ମାଟ୍ରିକ୍ ପରୀକ୍ଷା ଏକ ମାଇଲଖୁଣ୍ଟ। BSE ପାଖରେ ପରୀକ୍ଷାର ଫଳାଫଳ ଘୋଷଣା କରିବା ପାଇଁ କୌଣସି ବିକଳ୍ପ ନାହିଁ। ତେଣୁ ପରୀକ୍ଷାକୁ ବାତିଲ୍ ନ କରି ଅଳ୍ପ ମାର୍କ ପାଇଁ ହେଉ ପଛେ ପରୀକ୍ଷା କରାଗଲେ ଭଲ ହୁଅନ୍ତା ବୋଲି ସେମାନେ କହିଛନ୍ତି।