ତୈଳ ଦରରେ ସାମାନ୍ୟ ଆଶ୍ୱସ୍ତି; ଏବେ ବି Petrol ୧୦୦ ପାର, ଆଗକୁ ପୁଣି ବଢିବା ସମ୍ଭାବନା
Advertisement

ତୈଳ ଦରରେ ସାମାନ୍ୟ ଆଶ୍ୱସ୍ତି; ଏବେ ବି Petrol ୧୦୦ ପାର, ଆଗକୁ ପୁଣି ବଢିବା ସମ୍ଭାବନା

ମାର୍ଚ୍ଚ ମାସରେ ପେଟ୍ରୋଲ ଏବଂ ଡିଜେଲ ଦର ତିନିଥର ହ୍ରାସ କରାଯାଇଥିବା ବେଳେ ଏପ୍ରିଲରେ ବର୍ତ୍ତମାନ ସୁଦ୍ଧା ଥରେ ମାତ୍ର ତୈଳଦର ହ୍ରାସ କରାଯାଇଛି। ସେପଟେ ଅଶୋଧିତ ତୈଳ ଦର ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୬୭ ଡଲାର ଅତିକ୍ରମ କରିଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଷଷ୍ଠ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦରରେ ଖାଉଟିଙ୍କ ପାଇଁ ଆସିଛି ଖୁସି ଖବର। ଆଜି ତୈଳଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଶେଷ ଥର ପାଇଁ ଏପ୍ରିଲ୍ ୧୫ରେ ମହଙ୍ଗା ପେଟ୍ରୋଲ ଏବଂ ଡିଜେଲରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଥିଲା। ଏହାପୂର୍ବରୁ କ୍ରମାଗତ ୧୫ଦିନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ମାର୍ଚ୍ଚ ମାସରେ ପେଟ୍ରୋଲ ଏବଂ ଡିଜେଲ ଦର ତିନିଥର ହ୍ରାସ କରାଯାଇଥିବା ବେଳେ ଏପ୍ରିଲରେ ବର୍ତ୍ତମାନ ସୁଦ୍ଧା ଥରେ ମାତ୍ର ତୈଳଦର ହ୍ରାସ କରାଯାଇଛି। ସେପଟେ ଅଶୋଧିତ ତୈଳ ଦର ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୬୭ ଡଲାର ଅତିକ୍ରମ କରିଛି।

ଏପ୍ରିଲ୍ ୧୫ ପୂର୍ବରୁ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ (Fuel Price) ଶେଷ ପରିବର୍ତ୍ତନ ୩୦ ମାର୍ଚ୍ଚ ୨୦୨୧ରେ ହୋଇଥିଲା। ତା’ପରେ ଦିଲ୍ଲୀରେ ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ୨୩ ପଇସା ଶସ୍ତା ହୋଇଥିଲା। ମାର୍ଚ୍ଚରେ ପେଟ୍ରୋଲ ୬୧ ପଇସା ଶସ୍ତା ହୋଇଥିବା ବେଳେ ଡିଜେଲ ମୂଲ୍ୟ ୬୦ ପଇସା ହ୍ରାସ ପାଇଥିଲା। ସେହି ମାସରେ ପେଟ୍ରୋଲ ଡିଜେଲ ମୂଲ୍ୟ ୩ ଥର ହ୍ରାସ ହେବାର ସବୁଠାରୁ ବଡ କାରଣ ହେଉଛି ବିଶ୍ୱ ବଜାରରେ ଅଶୋଧିତ ତେଲ (Crude Oil) ର ଦାମ କମିବା। କିନ୍ତୁ ଏବେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୭୧ ଡଲାରରୁ ଖସି ୬୩ ଡଲାରରେ ପହଞ୍ଚିଛି। 

Also Read: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଝୁଲିଲା ତାଲା

 

ଏହାପୂର୍ବରୁ ଫେବୃଆରୀରେ ପେଟ୍ରୋଲ ଏବଂ ଡିଜେଲ ୧୬ ଥର ମହଙ୍ଗା ହୋଇଥିଲା। ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏବେବି ରେକର୍ଡ ସ୍ତରରେ ରହିଛି। ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ପେଟ୍ରୋଲ (Petrol price) ଲିଟର ପିଛା ୧୦୦.୮୯ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅନୁପପୁରରେ ଏହି ଲିଟର ପିଛା ମୂଲ୍ୟ ୧୦୦.୭୯ ଟଙ୍କା ରହିଛି। ତେବେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୪୦ ଟଙ୍କା, ମୁମ୍ବାଇରେ ୯୬.୮୩ ଟଙ୍କାରେ ବିକ୍ରି ହେଉଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୯୦.୬୨ ଟଙ୍କା ଏବଂ ଚେନ୍ନାଇରେ ପେଟ୍ରୋଲ ୯୨.୪୩ ଟଙ୍କା ଅଛି

ମାର୍ଚ୍ଚରେ ପେଟ୍ରୋଲ-ଡିଜେଲ ମୂଲ୍ୟ ତିନିଥର ଏବଂ ଏପ୍ରିଲରେ ଥରେ ହ୍ରାସ ହୋଇଛି। କିନ୍ତୁ ଏହାପୂର୍ବରୁ ଫେବୃଆରୀରେ ପେଟ୍ରୋଲ-ଡିଜେଲ ହାର ୧୬ ଥର ବୃଦ୍ଧି ପାଇଛି। ଏହାପୂର୍ବରୁ ଜାନୁଆରୀରେ ତୌଳଦର ୧୦ ଥର ବୃଦ୍ଧି କରାଯାଇଥିଲା। ଏହି ସମୟ ମଧ୍ୟରେ ପେଟ୍ରୋଲର ମୂଲ୍ୟ ୨.୫୯ ଟଙ୍କା ଏବଂ ଡିଜେଲର ମୂଲ୍ୟ ୨.୬୧ ଟଙ୍କା ବୃଦ୍ଧି କରାଯାଇଛି। ୨୦୨୧ ମସିହାରେ ଏପର୍ଯ୍ୟନ୍ତ ତେଲର ମୂଲ୍ୟ ୨୬ ଥର ବୃଦ୍ଧି କରାଯାଇଛି। ଫଳରେ ପେଟ୍ରୋଲ ଲିଟର ପିଛା ୬.୬୯ ଟଙ୍କା ମହଙ୍ଗା ହୋଇଛି। ଜାନୁଆରୀ ପହିଲାରେ ପେଟ୍ରୋଲର ମୂଲ୍ୟ ୮୩.୭୧ ଟଙ୍କା ଥିଲା, ଆଜି ଏହା ଲିଟର ପିଛା ୯୦.୪୦ ଟଙ୍କାରେ ପହଞ୍ଚିଛି।

Also Read: ପିଆଜ ଖାଇ ଟ୍ରୋଲ ହେଲେ କଙ୍ଗନା

ସେହିଭଳି ୧ ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ଡିଜେଲ ଲିଟର ପିଛା ୬.୮୬ ଟଙ୍କା ମହଙ୍ଗା ହୋଇଛି। ବର୍ଷ ଆରମ୍ଭରେ ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୭୩.୮୭ ଟଙ୍କା ଥିଲା, ଆଜି ଏହା ୮୦.୭୩ ଟଙ୍କା ଅଛି। ଯଦି ଆଜିର ମୂଲ୍ୟ ପୂର୍ବ ବର୍ଷର ମୂଲ୍ୟ ସହିତ ତୁଳନା କରାଯାଏ, ତେବେ ୨୧ ଏପ୍ରିଲ ୨୦୨୦ରେ, ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୬୯.୫୯ ଟଙ୍କା ଥିଲା। ଅର୍ଥାତ୍ ବର୍ଷରେ ପେଟ୍ରୋଲ ଲିଟର ପିଛା ୨୦.୮୧ ଟଙ୍କା ମହଙ୍ଗା ହୋଇଛି। ସେହି ସମୟରେ ଡିଜେଲ ମଧ୍ୟ ଲିଟର ପିଛା ୬୨.୨୯ ଟଙ୍କା ଥିଲା, ଅର୍ଥାତ ଗୋଟିଏ ବର୍ଷରେ ଡିଜେଲ ଲିଟର ପିଛା ୧୮.୪୪ ଟଙ୍କା ବୃଦ୍ଧି ହୋଇଛି। ଅନ୍ୟପଟେ ଏହି ଅବଧିରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩୦ ଡଲାରରୁ କମ୍ ଥିଲା।

ଏପ୍ରିଲରେ ହ୍ରାସ ପରେ ମଧ୍ୟ ଡିଜେଲ ମୂଲ୍ୟ (Diesel Price) ଆକାଶ ଛୁଆଁ ରହିଛି। ଡିଜେଲର ମୂଲ୍ୟ ମୁମ୍ବାଇରେ ୮୭.୮୧ ଟଙ୍କା, ଦିଲ୍ଲୀରେ ୮୦.୭୩ ଟଙ୍କା, କୋଲକାତାରେ ୮୩.୬୧ ଟଙ୍କା, ଚେନ୍ନାଇରେ ୮୫.୭୫ ଟଙ୍କା ରହିଛି। ଡିଜେଲ ଗତବର୍ଷ ଜୁଲାଇର ଶେଷ ସପ୍ତାହରେ ଦିଲ୍ଲୀରେ ଡିଜେଲ ସବୁଠାରୁ ମହଙ୍ଗା ଦାମ ୮୧.୯୪ ଟଙ୍କାରେ ବିକ୍ରି ହୋଇଥିଲା। ଆଉ ସେତେବେଳେ ସେଠାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୦.୪୩ ଟଙ୍କା ଥିଲା। ଅର୍ଥାତ୍ ସେହି ସମୟରେ ପେଟ୍ରୋଲରୁ ମହଙ୍ଗା ଦାମରେ ଡିଜେଲ ବିକ୍ରି ହେଉଥିଲା।

Also Read: ଏହି ୪ ଜଣ ଅଭିନେତାଙ୍କ ସାମ୍ନାରେ ନିଜ ମୁଣ୍ଡ ନୁଆଁଇଥାନ୍ତି ସଲମାନ ଖାନ୍

ତେଲରୁ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରବଳ ଟିକସ (Tax) ଆଦାୟ କରୁଛନ୍ତି। ପେଟ୍ରୋଲ ମୂଲ୍ୟରେ ୬୦ ପ୍ରତିଶତ କେନ୍ଦ୍ରୀୟ ଏକ୍ସାଇଜ୍ (Excise duty) ଏବଂ ରାଜ୍ୟ ଟ୍ୟାକ୍ସର ଅଂଶ ହୋଇଥିବାବେଳେ ଡିଜେଲରେ ଏହା ୫୪ ପ୍ରତିଶତ ଅଟେ। ପେଟ୍ରୋଲ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୩୨.୯୦ ଟଙ୍କା ଥିବାବେଳେ ଡିଜେଲରେ ଏହା ଲିଟର ପିଛା ୩୧.୮୦ ଟଙ୍କା ରହିଛି। ପେଟ୍ରୋଲ ଡିଜେଲ ମୂଲ୍ୟ ସାଧାରଣତଃ ଦୈନିକ ବଦଳିଥାଏ। ଏହି ମୂଲ୍ୟଗୁଡିକ ଆନ୍ତର୍ଜାତୀୟ ଅଶୋଧିତ ମୂଲ୍ୟ ଏବଂ ବୈଦେଶିକ ମୁଦ୍ରା ମୂଲ୍ୟ ଆଧାରରେ ସ୍ଥିର କରାଯାଏ।

ଆପଣ ଚାହିଁଲେ SMS ମାଧ୍ୟମରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଜାଣିପାରିବେ। ଇଣ୍ଡିଆନ୍ ଅଏଲ୍ (IOC) ଆପଣଙ୍କୁ ଏହି ସୁବିଧା ଦେଉଛି। ମୋବାଇଲ୍ RSP ସହ ଆପଣଙ୍କ ସିଟି କୋଡ୍ ଲେଖି ତାହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ଆଉ ସଙ୍ଗେ ସଙ୍ଗେ ଆପଣଙ୍କ ସରକରର ପେଟ୍ରୋଲ ଏବଂ ଡିଜେଲ ଦର SMS ମାଧ୍ୟମରେ ତୁରନ୍ତ ଆପଣଙ୍କ ପାଖକୁ ଆସିଯିବ। ପ୍ରତ୍ୟେକ ସହରର ସିଟି କୋଡ୍ ଅଲଗା। ଯାହା ଆପଣଙ୍କୁ IOCର ୱେବସାଇଟରେ ମିଳିଯିବ।