ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା ଲକଡାଉନ ଅବଧି। ଗତକାଲି ଦ୍ୱିତୀୟ ଲହରର ପ୍ରଥମ ଲକଡାଉନ ଅବଧି ସରିଛି। ତେବେ ଦିନକ ପୂର୍ବେ ତାହାକୁ ଆଉ ୧୩ ଦିନ ପାଇଁ ବୃଦ୍ଧି କରାଯାଇଛି। ଆଜିଠୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଛି। ଏଥର କିନ୍ତୁ କଟକଣା ଗୁଡିକୁ ଆହୁରି କଠୋର କରାଯାଇ ଥିବା ବେଳେ ସରପଞ୍ଚମାନଙ୍କୁ ଅଧିକ କ୍ଷମତା ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

କୋରୋନା (Coronavirus) ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଗତକାଲି ପ୍ରେସ୍‌ମିଟ୍ କରିଥିଲେ। ସେଥିରେ ସେ ଜୁନ ୧ ସକାଳ ୫ଟା ଯାଏ ରାଜ୍ୟରେ ଲକ୍‌ଡାଉନ୍ (Lockdown) ଅବଧି ବୃଦ୍ଧି କରାଯାଇଥିବା ଘୋଷଣା କଲେ। ଏଥର ପୁଣି ୨ ସପ୍ତାହ ପାଇଁ ଲକଡାଉନ ଅବଧି ବୃଦ୍ଧି କରାଯାଇଛି। କିନ୍ତୁ ଲକ୍‌ଡାଉନ କୋହଳ ସମୟକୁ ୨ ଘଣ୍ଚା କମାଇ ଦିଆଯାଇଛି। ସେହିପରି ବିବାହ ଓ ଶୁଦ୍ଧିକ୍ରିୟାରେ ସାମିଲ ହେଉଥିବା ଲୋକଙ୍କ ସଂଖ୍ୟା ବି ହ୍ରାସ କରାଯାଇଛି।


Also Read: ରାଜ୍ୟରେ ଆଉ ୨ ସପ୍ତାହ ବଢିଲା Lockdown ଅବଧି


  • ଜୁନ ୧ ଯାଏଁ ବଢିଲା ଲକଡାଉନ

  • ସୋମବାରରୁ ଶୁକ୍ରବାର କେବଳ ୪ ଘଣ୍ଟା କିଣାକିଣି 

  • ସକାଳ ୭ରୁ ୧୧ଟା ଯାଏଁ ଅନୁମତି

  • ବାହାଘର ଓ ଶୁଦ୍ଧିକ୍ରିୟାର କେବଳ ୨୫ ଜଣଙ୍କୁ ଅନୁମତି

  • ଭୋଜି ଭାତ ହେବ ନାହିଁ

  • ଖାଇବାକୁ ଦେବାର ଥିଲେ ପ୍ୟାକେଟରେ ଦେଇପାରିବେ 

  • ପୂର୍ବପରି ଶନିବାର ଓ ରବିବାର ସଂପୂର୍ଣ୍ଣ ସଟ୍‌ଡାଉନ 

  • ନିର୍ମାଣ କାମକୁ ଅନୁମତି। ଏ ସମ୍ପର୍କୀତ ବ୍ୟବସାୟ ବି ଚାଲିବ

  • ଅଣଅତ୍ୟାବଶ୍ୟକ ସେବା ସରକାରୀ ଅଫିସ୍ ୧୦% ଷ୍ଟାଫରେ ଚାଲିବ

  • ବେସରକାରୀ, କର୍ପୋରେଟ ଅଫିସ ୩୩% କର୍ମଚାରୀରେ ଚାଲିବ

  • ପୋଲିସ, ହୋମଗାର୍ଡ, ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଟକଣା ନାହିଁ

  • ଟ୍ରାନ୍ସପୋର୍ଟ ଖୋଲା ରହିବ

  • ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବର କାଗଜ ବିତରଣ ଅନୁମତି

  • କୋଭିଡ ନିୟମ ମାନି ସ୍ବାସ୍ଥ୍ୟସେବା ସଂସ୍ଥା ଓ ବ୍ୟାଙ୍କ ଖୋଲା ରହିପାରିବ ପଞ୍ଚାୟତ ସ୍ତରରେ କୋଭିଡ ନିୟନ୍ତ୍ରଣ ଉପରେ ଗୁରୁତ୍ବ 

  • ୩ ମାସ ଧରି ଘରକୁ ଘର ବୁଲି ସ୍ବାସ୍ଥ୍ୟ ଅଭିଯାନ ଚାଲିବ