ଆସନ୍ତାକାଲି ଦ୍ୱିତୀୟ ଲହରର ପ୍ରଥମ ଲକଡାଉନ ଅବଧି ସରୁଥିବା ବେଳେ ଦିନକ ପୂର୍ବେ ତାହାକୁ ଆଉ ୧୩ ଦିନ ପାଇଁ ବୃଦ୍ଧି କରାଯାଇଛି। ଏଥର କିନ୍ତୁ କଟକଣା ଗୁଡିକୁ ଆହୁରି କଠୋର କରାଯାଇ ଥିବା ବେଳେ ସରପଞ୍ଚ ମାନଙ୍କୁ ଅଧିକ କ୍ଷମତା ଦିଆଯାଇଛି।
Trending Photos
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା ଲକଡାଉନ ଅବଧି। ଆସନ୍ତାକାଲି ଦ୍ୱିତୀୟ ଲହରର ପ୍ରଥମ ଲକଡାଉନ ଅବଧି ସରୁଥିବା ବେଳେ ଦିନକ ପୂର୍ବେ ତାହାକୁ ଆଉ ୧୩ ଦିନ ପାଇଁ ବୃଦ୍ଧି କରାଯାଇଛି। ଏଥର କିନ୍ତୁ କଟକଣା ଗୁଡିକୁ ଆହୁରି କଠୋର କରାଯାଇ ଥିବା ବେଳେ ସରପଞ୍ଚ ମାନଙ୍କୁ ଅଧିକ କ୍ଷମତା ଦିଆଯାଇଛି।
କୋରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଆଜି ମଧ୍ୟାହ୍ଣରେ ପ୍ରେସ୍ମିଟ୍ କରିଥିଲେ। ସେଥିରେ ସେ ଜୁନ ୧ ସକାଳ ୫ଟା ଯାଏ ରାଜ୍ୟରେ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଇଥିବା ଘୋଷଣା କଲେ। ଏଥର ପୁଣି ୨ ସପ୍ତାହ ପାଇଁ ଲକଡାଉନ ଅବଧି ବୃଦ୍ଧି କରାଯାଇଛି। କିନ୍ତୁ ଲକ୍ଡାଉନ କୋହଳ ସମୟକୁ ୨ ଘଣ୍ଚା କମାଇ ଦିଆଯାଇଛି। ସେହିପରି ବିବାହ ଓ ଶୁଦ୍ଧିକ୍ରିୟାରେ ସାମିଲ ହେଉଥିବା ଲୋକଙ୍କ ସଂଖ୍ୟା ବି ହ୍ରାସ କରାଯାଇଛି।