Odisha Weather Update, ଭୁବନେଶ୍ୱର: ଗତ କିଛି ଦିନ ହେଲା ରାଜ୍ୟରେ ଶୁଖିଲା ପାଗ ରହିଛି। ଧୀରେ ଧୀରେ ପାରଦ ଖସୁଥିବାବେଳେ ରାତିରେ ଶୀତ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାରେ ସବୁଠୁ ଅଧିକ ଶୀତ ଅନୁଭୁତ ହୋଇଛି। ସେମିଳିଗୁଡାରେ ତାପମାତ୍ରା ୧୧.୪ ଡ଼ିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି। ଅନ୍ୟପଟେ ଚଳିତ ସପ୍ତାହ ଶେଷ ବେଳକୁ ରାଜ୍ୟରେ ବର୍ଷା ସମ୍ଭାବନା ଅଛି। କାରଣ ଆସନ୍ତା ୪ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଭାଗର ସୂଚନାନୁସାରେ, ଗତ ୨୪ ଘଣ୍ଟାରେ ସେମିଳିଗୁଡା (କୋରାପୁଟ)ରେ ୧୧.୪ ଡ଼ିଗ୍ରୀ, କିରେଇ (ସୁନ୍ଦରଗଡ)ରେ ୧୧.୫ ଡ଼ିଗ୍ରୀ, କୋରାପୁଟରେ ୧୧.୬ ଡ଼ିଗ୍ରୀ, ଜି.ଉଦୟଗିରି (କନ୍ଧମାଳ)ରେ ୧୨ ଡ଼ିଗ୍ରୀ, ଫୁଲବାଣୀ ଏବଂ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡ଼ିଗ୍ରୀ ରହିଥିବା ବେଳେ ସୋନପୁରରେ ୧୪.୨ ଡ଼ିଗ୍ରୀ ଓ ଭବାନୀପାଟଣା: ୧୪.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୧୯.୪ ଡ଼ିଗ୍ରୀ ଏବଂ କଟକରେ ୨୦ ଡ଼ିଗ୍ରୀ ତାପମାତ୍ରା ରହିଥିଲା। ଅନ୍ୟପଟେ ଫୁଲବାଣୀରେ ମଧ୍ୟମ ଧରଣର କୁହୁଡି (୨୦୦ ମିଟର ଦୃଷୟମାନ) ପଡିଥିଲା। 


Also Read: Ganjam: ଘରେ ତାଲା ଠୁଙ୍କି ପଳାଇଲେ ୨୦୦ ପରିବାର, ଗାଁ ଜଗିଛନ୍ତି ମାତ୍ର ୧୦ ବୃଦ୍ଧ


ଅନ୍ୟପଟେ ଦଶହରା, ଦୀପାବଳି ପରି କାର୍ତ୍ତିକ ପୂର୍ଣ୍ଣମା ମଧ୍ୟ ଫିକା ପଡିବାର ସମ୍ଭାବନା ଅଛି। କାରଣ ନଭେମ୍ବର ୪ ତାରିଖରେ ପଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଶୁକ୍ରବାର ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ଉତ୍ତର ସୁମାତ୍ରା ନିକଟରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ୨ରୁ ତିନି ଦିନ ପର୍ଯ୍ୟନ୍ତ ସ୍ଥାନ ପରିବର୍ତ୍ତନ କରିବ ନାହିଁ। କିନ୍ତୁ ୭ ତାରିଖ ବେଳକୁ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଲଘୁଚାପରେ ପରିଣତ ହେବ। ଦେଶର ପୂର୍ବଉପକୂଳରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ।


ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣମି ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ନାହିଁ। ଆସନ୍ତା ତିନିରୁ ଚାରି ଦିନ ପର୍ଯ୍ୟନ୍ତ ଉଭୟ ରାତି ଓ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ। ଦକ୍ଷିଣ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳରେ ଟିକେ ଶୀତ ଅନୁଭୁତ ହେବ। କିଛି ସ୍ଥାନରେ ମଧ୍ୟମରୁ ଘନକୁହୁଡି ପଡିବ। ତେବେ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେଉଁ ଅଞ୍ଚଳରେ ବର୍ଷା ହେବ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଘୁର୍ଣ୍ଣିବଳୟ, ଲଘୁଚାପରେ ପରିଣତ ହେବା ପରେ ତାହାର ଗତିପଥ ବିଷୟରେ ଜଣାପଡିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।