ଭୁବନେଶ୍ୱର: ବଦଳୁଛି ରାଜ୍ୟରେ ପାଣିପାଗ। ମଙ୍ଗଳବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବର୍ଷିବା ସମ୍ଭାବନା ଅଛି। ପଶ୍ଚିମାଝଡ ତଥା ଉତ୍ତର ହରିୟାଣା ଓ ଦକ୍ଷିଣ ପୂର୍ବ ମଧ୍ୟପ୍ରଦେଶରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଜାନୁଆରୀ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ବର୍ଷା ଲାଗି ରହିବା ନେଇ  ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। 


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବା ସହ ସକାଳ ୮ଟା ୩୦ ସୁଦ୍ଧା ଘଡଘଡି, ବିଜୁଳି ସହ କୁଆପଥର ବର୍ଷା ହୋଇପାରେ। ଏଥିପାଇଁ ୧୦ ଜିଲ୍ଲା ଯଥା- ନବରଙ୍ଗପୁର, ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର ଓ ମୟୁରଭଞ୍ଜକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ୧୨ ଓ ୧୩ ତାରିଖରେ ପଶ୍ଚିମ ଓଡ଼ିଶା ସହ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୁରଭଞ୍ଜ, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ପାଇଁ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି।


Also Read: ବର୍ଷ ଆରମ୍ଭରୁ ବଡ଼ ବିପର୍ଯ୍ୟୟ! ଆଜିଠୁ ପୁରୀରେ ଭକ୍ତି-ମୁକ୍ତିର ବାଟ ବନ୍ଦ


ରାଜ୍ୟର ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ତେବେ ସାମ୍ଭାବ୍ୟ ବର୍ଷାକୁ ଦୃ୍ଷ୍ଟିରେ ରଖି ଚାଷୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବର୍ଷା ପାଇଁ ଉଦ୍ୟାନ କୃଷି ଫସଲରେ ବିଶେଷ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ପାଇଁ ବିଭିନ୍ନ ସହରାଞ୍ଚଳରେ କୃତ୍ରିମ ବନ୍ୟାର ପରିସ୍ଥିତି ଉପୂଜିପାରେ। ପାଣିପାଗ କେନ୍ଦ୍ରର ସତର୍କତା ପରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏସ୍‌ଆରସି ସତର୍କ କରିଛନ୍ତି।