ବର୍ଷ ଆରମ୍ଭରୁ ବଡ଼ ବିପର୍ଯ୍ୟୟ! ଆଜିଠୁ ପୁରୀରେ ଭକ୍ତି-ମୁକ୍ତିର ବାଟ ବନ୍ଦ
Advertisement

ବର୍ଷ ଆରମ୍ଭରୁ ବଡ଼ ବିପର୍ଯ୍ୟୟ! ଆଜିଠୁ ପୁରୀରେ ଭକ୍ତି-ମୁକ୍ତିର ବାଟ ବନ୍ଦ

ପୁରୀ (Puri) ରେ କୋରୋନା (Coronavirus) ପଜିଟିଭ ସଂଖ୍ୟା ବୃଦ୍ଧି ପାଇବା ଓ ଓମିକ୍ରନ ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଥିବାରୁ କଟକଣା ଲଗାଯାଇଛି। ସ୍ଥିତିରେ ସୁଧାର ହେଲେ ପୁଣି ନିର୍ଦ୍ଦେଶନାମାରେ ପରିବର୍ତ୍ତନ ହେବ। ଜିଲ୍ଲାରେ କୋଭିଡରେ ମୃତ୍ୟୁବରଣ କଲେ ସିପସରୁବାଲି ଅଂଚଳ ମଙ୍ଗଳାନଦୀ ଘାଟ ନିକଟରେ ଶବଦାହ କରାଯାଉଛି। 

ଡିଜାଇନ୍ ଫଟୋ

ପୁରୀ: ରାଜ୍ୟରେ ଲଗାତାର କୋରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ବଡଦେଉଳ ମଧ୍ୟ ଏହା କବଳରୁ ବଞ୍ଚିନାହିଁ। ଶ୍ରୀମନ୍ଦିରର କିଛି ସେବାୟତ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଯାହାପରେ କୋରୋନାର ବର୍ଦ୍ଧିତ ସଂକ୍ରମଣ ଦେଖି ଶ୍ରୀମନ୍ଦିର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ସ୍ୱର୍ଗଦ୍ୱାରରେ ମଧ୍ୟ କଟକଣା ଲାଗି ଥିବାବେଳେ ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ ବଢିବାରେ ଲାଗିଛି।

ଶନିବାର ମହାପ୍ରଭୁ (Lord Jagannath) ଙ୍କୁ ମାସର ଶେଷ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। କାରଣ ରବିବାର ଥିବାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ଜାନୁଆରୀ ୧୦ ଅର୍ଥାତ ସୋମବାରରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ କୋରୋନା କଟକଣା ପାଇଁ ସାଧାରଣ ଦର୍ଶନ ବନ୍ଦ ହୋଇଛି। ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀ କୋଭିଡ୍‍ ଆକ୍ରାନ୍ତ ହେବା ପରେ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମାସ ଶେଷ ପର୍ଯ୍ୟନ୍ତ ଜଗା ଦର୍ଶନ ବନ୍ଦ ରହିବ କିନ୍ତୁ ମହାପ୍ରଭୂଙ୍କ ନୀତିକାନ୍ତି ଯଥାବିଧି ଚାଲିବ ​ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ସୂଚନା ଦେଇଛନ୍ତି।

Also Read: କାଳିଆ ଘରେ କୋରୋନା! ଭକ୍ତଙ୍କୁ ୨୨ ଦିନ ଶ୍ରୀମନ୍ଦିର ମନା, ଶୀତଳ ପଡ଼ିବ ସ୍ୱର୍ଗଦ୍ୱାର

ଅନ୍ୟପଟେ ପୁରୀ ସ୍ୱର୍ଗଦ୍ୱାର (Swargadwara) ରେ ଶବସତ୍କାର ଉପରେ ମଧ୍ୟ କଟକଣା ଲାଗିଛି। ସୋମବାରଠାରୁ ଏହି କଟକଣା ଲାଗୁ ହୋଇଛି। କୋଭିଡର ସ୍ଥିତିକୁ ନେଇ ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ବାହାର ଲୋକଙ୍କର ଶବଦାହ ନକରିବା ପାଇଁ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି। ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ସହ ସ୍ୱର୍ଗଦ୍ୱାରରେ ବହୁ କର୍ମଚାରୀ କୋରୋନା ସଂକ୍ରମିତ ହେବା ସହ ଏବେ ବି ଅନେକ ଚିକିତ୍ସାଧୀନ ଅଛନ୍ତି। ଏଣୁ ଏସବୁକୁ ବିଚାର କରି ସ୍ୱର୍ଗଦ୍ୱାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗତବର୍ଷ ଏପ୍ରିଲ ମାସରେ ଜିଲ୍ଲା ବାହାର ଶବଦାହ ଉପରେ କଟକଣା ଲଗାଯାଇଥିଲା। 

ପୁରୀ (Puri) ରେ କୋରୋନା (Coronavirus) ପଜିଟିଭ ସଂଖ୍ୟା ବୃଦ୍ଧି ପାଇବା ଓ ଓମିକ୍ରନ ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଥିବାରୁ କଟକଣା ଲଗାଯାଇଛି। ସ୍ଥିତିରେ ସୁଧାର ହେଲେ ପୁଣି ନିର୍ଦ୍ଦେଶନାମାରେ ପରିବର୍ତ୍ତନ ହେବ। ଜିଲ୍ଲାରେ କୋଭିଡରେ ମୃତ୍ୟୁବରଣ କଲେ ସିପସରୁବାଲି ଅଂଚଳ ମଙ୍ଗଳାନଦୀ ଘାଟ ନିକଟରେ ଶବଦାହ କରାଯାଉଛି। ସେପଟେ କେବଳ ଶବଦାହ ପାଇଁ ନୁହେଁ ବରଂ ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ୱେତଗଙ୍ଗାରେ ଶୁଦ୍ଧି କ୍ରିୟା ଓ ସ୍ନାନ କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯିବାକୁ ନେଇ ମଧ୍ୟ ବିଜ୍ଞପ୍ତି ଜାରି ହୋଇଛି।