ଭୁବନେଶ୍ବର: ଆଣ୍ଠେଇଲେ ଆଉ କାନ ଧରି ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ। ସେମାନଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ ସୋମବାର ୨୨ ଦିନରେ ପହଞ୍ଚିଛି। ରାଜଧାନୀର ରାଜରାସ୍ତାରେ ଏପରି ଭିନ୍ନ ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି ଓୟୁଏଟି ବନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ।


COMMERCIAL BREAK
SCROLL TO CONTINUE READING

ଦୀର୍ଘଦିନ ଧରି ଓୟୁଏଟି ବିଶ୍ବବିଦ୍ୟାଳୟ (OUAT University) ପରିସରରେ ଆନ୍ଦୋଳନ କରିବା ପରେ ସୋମବାର ୨୨ତମ ଦିନରେ ଭୁବନେଶ୍ବର ଗାନ୍ଧୀମାର୍ଗରେ ଆଣ୍ଠେଇବା ସହ କାନ ଧରି ପ୍ରତିବାଦ କରି କହିଛନ୍ତି ଫରେଷ୍ଟ୍ରୀ (Forestery) ପଢିବା ଆମର ଭୁଲ୍ କି? ଏହି ପ୍ଲାକାର୍ଡ ଧରି ଆନ୍ଦୋଳନ କରୁଛନ୍ତି ବନବିଭାଗ ଛାତ୍ରଛାତ୍ରୀ। ଆଜି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ।


ବନ ବିଭାଗର (Forest Department) ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଲାଗି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ବିଏସସି ଫରେଷ୍ଟ୍ରୀ ରଖିବାକୁ ଦାବି କରିଛନ୍ତି ଆନ୍ଦୋଳନରତ ଓୟୁଏଟି ଛାତ୍ରଛାତ୍ରୀ। ବିଭାଗର କେତେକ ପ୍ରମୁଖ ପଦବୀ ନିଯୁକ୍ତିରେ ଅଣ ଫରେଷ୍ଟ୍ରୀ ଡିଗ୍ରୀ ପରିବର୍ତ୍ତେ ବନ ବିଭାଗ ପୃଷ୍ଠଭୂମି ଥିବା ଫରେଷ୍ଟ୍ରୀ ଗ୍ରାଜୁଏଟଙ୍କୁ (Forestery Graduate) ଅଗ୍ରାଧିକାର ଦେବାକୁ ଦାବି କରିଛନ୍ତି ସୋମାନେ। 


ରେଞ୍ଜ ଅଫିସର, ସହାୟକ ବନ ସରଂକ୍ଷକ, ଓଏଫଡିସି ସହକାରୀ ପରିଚାଳକ ଏବଂ ଜୁନିୟର ମ୍ୟାନେଜର ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ବିଏସସି ଫରେଷ୍ଟ୍ରି ରଖିବାକୁ ଦାବି ରଖିଛନ୍ତି ଓୟୁଏଟି ଫରେଷ୍ଟ୍ରୀ  ଛାତ୍ରଛାତ୍ରୀ। ଏଥିପାଇଁ ୪ ବର୍ଷର ବୃତ୍ତିଗତ ଡିଗ୍ରୀ ହାସଲ କରି ମଧ୍ୟ ସେମାନେ ଚାକିରି କ୍ଷେତ୍ରରେ ନିଯୁକ୍ତିରୁ ବଞ୍ଚିତ ହେଉଥିବା କହିଛନ୍ତି। ଦାବି ପୂରଣ ନ ପର୍ଯ୍ୟନ୍ତ କୋଭିଡ କଟକଣା ମଧ୍ୟରେ ଏପରି ଭିନ୍ନ ଭିନ୍ନ ଶୈଳୀରେ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ସେମାନେ।