ଘୁ ଘୁ ହୋଇ ବଢୁଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ସମ୍ପତ୍ତି ମୂଲ୍ୟ, ଜାଣନ୍ତୁ କେତେ ଅଛି ବ୍ୟାଙ୍କ ବାଲାନ୍ସ

୨୦୨୦ ଡିସେମ୍ବର ୨୮ ତାରିଖରେ ୧୨ଟି ପ୍ରସ୍ତାବ ପାରିତ ହୋଇଥିଲା। ଯେଉଁଠି ସମ୍ପତ୍ତି ତାଲିକା ମଧ୍ୟ ଥିଲା। ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ (CM Naveen Pattnaik) ଓ କିରାଣୀଠୁ ସଚିବ ପର୍ଯ୍ୟନ୍ତ ସମସ୍ତଙ୍କୁ ସମ୍ପତ୍ତି ତାଲିକା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

Feb 24, 2022, 09:10 AM IST
1/6

୨୦୨୦ ଡିସେମ୍ବର ୨୮ ତାରିଖରେ ୧୨ଟି ପ୍ରସ୍ତାବ ପାରିତ ହୋଇଥିଲା। ଯେଉଁଠି ସମ୍ପତ୍ତି ତାଲିକା ମଧ୍ୟ ଥିଲା। ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ (CM Naveen Pattnaik) ଓ  କିରାଣୀଠୁ ସଚିବ ପର୍ଯ୍ୟନ୍ତ ସମସ୍ତଙ୍କୁ ସମ୍ପତ୍ତି ତାଲିକା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ପାଳନ କରି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ଏବଂ ଅନ୍ୟ କିଛି ମନ୍ତ୍ରୀ ତାଙ୍କର ସମ୍ପତ୍ତି ତାଲିକା (Assets list) ଘୋଷଣା କରିଛନ୍ତି। 

2/6

ସେହି ସମୟରେ ତଥ୍ୟ ଅନୁସାରେ, ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ବର୍ଷକରେ ୭୧ ଲକ୍ଷ ଟଙ୍କା ବୃଦ୍ଧି ପାଇଥିଲା। ତାଙ୍କର ମୋଟ ସମ୍ପତ୍ତି ୬୪.୯୮ କୋଟି ଟଙ୍କା ଥିଲା। ସେଥିରେ ୧୩ ଲକ୍ଷ ୪୪ ହଜାର ୫୦୨ ଅସ୍ଥାବର ଓ ୬୩ କୋଟି ୬୪ ଲକ୍ଷ ୧୫ ହଜାର ୧୬୧ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। 

3/6

ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧୯୮୦ର ମଡେଲ୍ ଏକ ଆମ୍ବାସଡର ଅଛି। ଯାହାର ମୂଲ୍ୟ ୮ ହଜାର ୯୦୫ ଟଙ୍କା ହେବ। ତାଙ୍କ ପାଖରେ ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ଅଳଙ୍କାରର ଅଛି।

4/6

ସେହିପରି ନୂଆଦିଲ୍ଲୀ SBI ଶାଖାରେ ନବୀନ ପଟ୍ଟନାୟକଙ୍କର ୧.୩ କୋଟି ଟଙ୍କା ଜମା ରହିଛି। ଭୁବନେଶ୍ୱର SBIରେ ୧୦. ୫୬ ଲକ୍ଷ ଟଙ୍କା ଅଛି। ନୂଆଦିଲ୍ଲୀ ଜନପଥ BOIରେ ୨ଟି ଆକାଉଣ୍ଟ ଅଛି। ସେଭିଙ୍ଗ୍‌ସ ଆକାଉଣ୍ଟରେ ୧୬.୭୬ ଲକ୍ଷ ଟଙ୍କା, ଅନ୍ୟଟିରେ ୧.୦୩ କୋଟି ଟଙ୍କାର FD କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନ ପଟ୍ଟନାୟକଙ୍କର ୪ଟି SBI ଆକାଉଣ୍ଟ ରହିଛି। ଭୁବନେଶ୍ବରରେ ୧୦.୫୬ ଲକ୍ଷ ଟଙ୍କା ଜମା ଅଛି। ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ ଓ ବରଗଡ଼ ପଦ୍ମପୁର BI ଶାଖାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଆକାଉଣ୍ଟ ଅଛି।

5/6

ଫରିଦାବାଦରେ ନବୀନଙ୍କର ୨୨.୭ ଏକର ଫାର୍ମହାଉସ ରହିଛି। ଯାହାର ୨୦୧୭ ବର୍ଷର ମୂଲ୍ୟାୟନ ଅନୁସାରେ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୫୧ ଟଙ୍କା ହେବ। ଫରିଦାବାଦ ଜମି ବିକ୍ରି ପାଇଁ ଅଗ୍ରୀମ ୧.୨୫ କୋଟି ଆଣିଛନ୍ତି। 

6/6

ଦିଲ୍ଲୀସ୍ଥିତ ପୈତୃକ ବାସଭବନରରେ ନବୀନ ପଟ୍ଟନାୟକ ଅଧା ଅଂଶିଦାର ଅଛନ୍ତି। ଏହାସହ ନବୀନ ନିବାସ (Naveen Nivas) ୨୦୧୭ ମୂଲ୍ୟୟନ ମୁତାବକ ୯.୫୨ କୋଟି ଟଙ୍କା ହେବ। ଏଥିରେ ତାଙ୍କର ଦୁଇ ତୃତୀୟାଂଶ ସେୟାର ଅଛି। ତେବେ ଏହି ତଥ୍ୟ ବର୍ଷକ ପୁରୁଣା ହୋଇଥିବା ବେଳେ ବର୍ତ୍ତମାନର ତଥ୍ୟ ସହ ଏହାର ତଫାତ ରହିବ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link